୪୦୦ ମିଟର ହଡ଼ଲ୍ସ ଫାଇନାଲରେ ଜଉନା ମୁର୍ମୁ

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ ଚାମ୍ପିୟନସିପରେ ୪୦୦ ମିଟର ହଡଲ୍ସ ଫାଇନାଲରେ ଓଡ଼ିଆ ଆଥଲେଟ୍ ଜଉନା ମୁର୍ମୁ।  ହିଟ୍ସରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଜଉନା। ଚାମ୍ପିୟନସିପର ଦ୍ୱିତୀୟ ଦିନରେ ଆଜି ଦୁଇ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଓ ଅମୀୟ ମଲ୍ଲିକଙ୍କ ଉପରେ ନଜର ରହିଛି। ସେମିଫାଇନାଲ ମହିଳା ଶହେ ମିଟର ଦୌଡରେ ଦୂତୀ ଚାନ୍ଦ ସେମି ଫାଇନାଲରେ ପହଞ୍ଚିଛନ୍ତି। ସେହିପରି ଅମୀୟ ମଲ୍ଲିକ ମଧ୍ୟ ପୁରୁଷ ଶହେ ମିଟର ଦୌଡ଼ରେ ସେମିଫାଇନାଲକୁ ଯୋଗ୍ୟତା […]

j

Rakesh Mallick
  • Published: Friday, 07 July 2017
  • , Updated: 07 July 2017, 11:39 AM IST

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ ଚାମ୍ପିୟନସିପରେ ୪୦୦ ମିଟର ହଡଲ୍ସ ଫାଇନାଲରେ ଓଡ଼ିଆ ଆଥଲେଟ୍ ଜଉନା ମୁର୍ମୁ।  ହିଟ୍ସରେ ଦ୍ୱିତୀୟ ସ୍ଥାନରେ ରହି ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଜଉନା।

ଚାମ୍ପିୟନସିପର ଦ୍ୱିତୀୟ ଦିନରେ ଆଜି ଦୁଇ ଓଡ଼ିଆ ଆଥଲେଟ୍ ଦୂତି ଚାନ୍ଦ ଓ ଅମୀୟ ମଲ୍ଲିକଙ୍କ ଉପରେ ନଜର ରହିଛି। ସେମିଫାଇନାଲ ମହିଳା ଶହେ ମିଟର ଦୌଡରେ ଦୂତୀ ଚାନ୍ଦ ସେମି ଫାଇନାଲରେ ପହଞ୍ଚିଛନ୍ତି। ସେହିପରି ଅମୀୟ ମଲ୍ଲିକ ମଧ୍ୟ ପୁରୁଷ ଶହେ ମିଟର ଦୌଡ଼ରେ ସେମିଫାଇନାଲକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ଗତକାଲି ପ୍ରଥମ ଦିନରେ ଦୁଇ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ଭାରତକୁ ୭ ପଦକ ମିଳିଛି ।

 

Related story