ଏସିଆନ୍ ଗ୍ରାଁ ପ୍ରିକ୍ସ ସେକେଣ୍ଡ ଲେଗ୍: ଭାରତୀୟ ଦଳରେ ଶ୍ରାବଣୀ, ଅମୀୟ

ଭୁବନେଶ୍ୱର: ଏସିଆନ ଗ୍ରାଁ ପ୍ରିକ୍ସ ସେକେଣ୍ଡ ଲେଗ୍ ପାଇଁ ଶୁକ୍ରବାର ଘୋଷିତ ହୋଇଛି ଭାରତୀୟ ଦଳ। ଏଥିରେ ଓଡ଼ିଶାରୁ ଦୁଇ ଜଣ ଆଥଲେଟ୍ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ। ଶ୍ରାବଣୀ ନନ୍ଦ ଦୁଇଟି ଇଭେଣ୍ଟ୍ ପାଇଁ ମନୋନୀତ ହୋଇଛନ୍ତି। ୧୦୦ ମିଟର ଦୌଡ଼ ଓ ୪ ଗୁଣା ୧୦୦ ରିଲେ ପାଇଁ ସେ ମନୋନୀତ ହୋଇଛନ୍ତି। ସେହିପରି ଅମୀୟ ମଲ୍ଲିକ ୪ ଗୁଣା ୧୦୦ ରିଲେ ପାଇଁ ମନୋନୀତ ହୋଇଛନ୍ତି। […]

shravanee

Rakesh Mallick
  • Published: Friday, 19 June 2015
  • , Updated: 19 June 2015, 02:33 PM IST

ଭୁବନେଶ୍ୱର: ଏସିଆନ ଗ୍ରାଁ ପ୍ରିକ୍ସ ସେକେଣ୍ଡ ଲେଗ୍ ପାଇଁ ଶୁକ୍ରବାର ଘୋଷିତ ହୋଇଛି ଭାରତୀୟ ଦଳ। ଏଥିରେ ଓଡ଼ିଶାରୁ ଦୁଇ ଜଣ ଆଥଲେଟ୍ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ। ଶ୍ରାବଣୀ ନନ୍ଦ ଦୁଇଟି ଇଭେଣ୍ଟ୍ ପାଇଁ ମନୋନୀତ ହୋଇଛନ୍ତି। ୧୦୦ ମିଟର ଦୌଡ଼ ଓ ୪ ଗୁଣା ୧୦୦ ରିଲେ ପାଇଁ ସେ ମନୋନୀତ ହୋଇଛନ୍ତି। ସେହିପରି ଅମୀୟ ମଲ୍ଲିକ ୪ ଗୁଣା ୧୦୦ ରିଲେ ପାଇଁ ମନୋନୀତ ହୋଇଛନ୍ତି।

ନିକଟରେ ଚୀନର ଉହାନ ଠାରେ ଶେଷ ହୋଇଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପରେ ଶ୍ରାବଣୀ ନନ୍ଦ ୨୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ପଦକ ଜିତି ଥିଲେ। ସେହିପରି ଗତ ମେ’ ମାସରେ କର୍ଣ୍ଣାଟକରେ ଅନୁଷ୍ଠିତ ସିନିୟର ଆଥଲେଟ୍ ଚାମ୍ପିଅନସିପରେ ଉଭୟ ୧୦୦ ଓ ୨୦୦ ମିଟର ଦୌଡ଼ରେ ଶ୍ରାବଣୀ ସ୍ୱର୍ଣ୍ଣ ପଦକ ଜିତି ଥିଲେ।

Related story