ଏସିଆନ୍ ଇଣ୍ଡୋର ଆଥ୍‌ଲେଟିକ୍ସ: ଦୂତିଙ୍କୁ ବ୍ରୋଞ୍ଜ

ଦୋହା: ଏସିଆନ୍‌ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଓଡ଼ିଆ ଝିଅ ଦୂତି ଚାନ୍ଦ ୬୦ମି ଦୌଡ଼ରେ ବ୍ରୋଞ୍ଜ ପଦକ ହାତେଇଛନ୍ତି। ଦୂତି ୬୦ ମିଟର ଦୂରତାକୁ ୭.୩୭ ସେକେଣ୍ଡରେ ଅତିକ୍ରମ କରିଥିଲେ। ପୂର୍ବରୁ ସେ ଏହି ଦୂରତାକୁ ୭.୨୮ ସେକେଣ୍ଡରେ ଦୌଡ଼ି ଜାତୀୟ ରେକର୍ଡ ସ୍ଥାପନ କରି ଥିଲେ। ଏହି ଇଭେଣ୍ଟରେ ଚୀନର ୟୁଆନ୍ କ୍ୟୁକ୍ୟୁ ରୌପ୍ୟ ପଦକ ଜିତିଥିବା ବେଳେ କାଜାକାସ୍ଥାନର ଭି.ଜାୟାବ୍‌କିନା ୭.୨୮ ସେକେଣ୍ଡରେ ଲକ୍ଷ୍ୟସ୍ଥଳକୁ ଅତିକ୍ରମ କରି ସ୍ୱର୍ଣ୍ଣ ଜିତିଛନ୍ତି। ଉଚ୍ଚ ଡିଆଁରେ ମାୟୋଖା […]

dutee-chand

Rakesh Mallick
  • Published: Saturday, 20 February 2016
  • , Updated: 20 February 2016, 11:29 AM IST

ଦୋହା: ଏସିଆନ୍‌ ଇଣ୍ଡୋର ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଓଡ଼ିଆ ଝିଅ ଦୂତି ଚାନ୍ଦ ୬୦ମି ଦୌଡ଼ରେ ବ୍ରୋଞ୍ଜ ପଦକ ହାତେଇଛନ୍ତି। ଦୂତି ୬୦ ମିଟର ଦୂରତାକୁ ୭.୩୭ ସେକେଣ୍ଡରେ ଅତିକ୍ରମ କରିଥିଲେ। ପୂର୍ବରୁ ସେ ଏହି ଦୂରତାକୁ ୭.୨୮ ସେକେଣ୍ଡରେ ଦୌଡ଼ି ଜାତୀୟ ରେକର୍ଡ ସ୍ଥାପନ କରି ଥିଲେ। ଏହି ଇଭେଣ୍ଟରେ ଚୀନର ୟୁଆନ୍ କ୍ୟୁକ୍ୟୁ ରୌପ୍ୟ ପଦକ ଜିତିଥିବା ବେଳେ କାଜାକାସ୍ଥାନର ଭି.ଜାୟାବ୍‌କିନା ୭.୨୮ ସେକେଣ୍ଡରେ ଲକ୍ଷ୍ୟସ୍ଥଳକୁ ଅତିକ୍ରମ କରି ସ୍ୱର୍ଣ୍ଣ ଜିତିଛନ୍ତି।

ଉଚ୍ଚ ଡିଆଁରେ ମାୟୋଖା ଜନ୍ନୀ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମାୟୋଖା ୬.୩୫ ମି. ଡେଇଁ ଭାରତ ପାଇଁ ଏହି ଚାମ୍ପିଅନସିପରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି।

ଭିଏତନାମର ବୁଇ ଥି ଥୁ ଥାଓ ୬.୩୦ ମି ଉଚ୍ଚ ଡେଇଁ ରୌପ୍ୟ ପଦକ ଜିତିଥିବା ବେଳେ କାଜାଖାସ୍ତାନର ଓଲଗା ରିପାକୋଭା ୬.୨୨ ମି ଡେଇଁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଭାରତର ଏମଏ ପ୍ରଜୁଷା ୬.୧୫ ମି ଡେଇଁ ପଞ୍ଚମ ସ୍ଥାନରେ ରହିଛନ୍ତି।

୧୫୦୦ମି. ମହିଳା ବର୍ଗର ଦୌଡ଼ରେ ସୁଗନ୍ଧା କୁମାରୀ ଭାରତ ପାଇଁ ତୃତୀୟ ପଦକ ଆଣି ଦେଇଛନ୍ତି। ସେ ଏଥିରେ ୪:୨୯:୦୬ ସମୟ ମଧ୍ୟରେ ଲକ୍ଷ୍ୟପଥକୁ ଅତିକ୍ରମ କରି ବ୍ରୋଞ୍ଜ ପଦକ ହାତେଇଛନ୍ତି।

Related story