ଏସିଆନ୍ ସ୍କ୍ୱାସ୍ ଚାମ୍ପିଅନ୍‌ସିପ୍‌ର ସେମି ଫାଇନାଲ୍‌ରେ ଭାରତୀୟ ପୁରୁଷ ଓ ମହିଳା ଟିମ୍

ତାଇପେଇ: ଏସିଆନ୍ ସ୍କ୍ୱାସ୍ ଚାମ୍ପିଅନ୍‌ସିପ୍‌ରେ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ପୁରୁଷ ଓ ମହିଳା ଦଳ। ଉଭୟ ଦଳ ଚାମ୍ପିଅନ୍‌ସିପ୍‌ର ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି। ଭାରତୀୟ ପୁରୁଷ ଦଳ ଗତକାଲି ଜାପାନଠାରୁ ହାରି ଯାଇଥିଲେ ସୁଦ୍ଧା ଆଜି କ୍ୱାର୍ଟର ଫାଇନାଲ୍‌ରେ ଦଳ ମାଲେସିଆକୁ ୨-୦ରେ ପରାସ୍ତ କରିଥିଲା। ଉଭୟ କୁଶ କୁମାର ଓ ହରିନ୍ଦର ପାଲ୍ ସାନ୍ଧୁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। କୁଶ କୁମାର ମାଲେସିଆର ମହମ୍ମଦ ସୟଫିକ୍ କମଲଙ୍କୁ ୧୧-୪, ୧୧-୭ ଓ […]

dipika

Rakesh Mallick
  • Published: Friday, 13 May 2016
  • , Updated: 13 May 2016, 05:07 PM IST

ତାଇପେଇ: ଏସିଆନ୍ ସ୍କ୍ୱାସ୍ ଚାମ୍ପିଅନ୍‌ସିପ୍‌ରେ ଜୋର୍‌ଦାର ପ୍ରତ୍ୟାବର୍ତ୍ତନ କରିଛି ଭାରତୀୟ ପୁରୁଷ ଓ ମହିଳା ଦଳ। ଉଭୟ ଦଳ ଚାମ୍ପିଅନ୍‌ସିପ୍‌ର ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି।

ଭାରତୀୟ ପୁରୁଷ ଦଳ ଗତକାଲି ଜାପାନଠାରୁ ହାରି ଯାଇଥିଲେ ସୁଦ୍ଧା ଆଜି କ୍ୱାର୍ଟର ଫାଇନାଲ୍‌ରେ ଦଳ ମାଲେସିଆକୁ ୨-୦ରେ ପରାସ୍ତ କରିଥିଲା। ଉଭୟ କୁଶ କୁମାର ଓ ହରିନ୍ଦର ପାଲ୍ ସାନ୍ଧୁ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। କୁଶ କୁମାର ମାଲେସିଆର ମହମ୍ମଦ ସୟଫିକ୍ କମଲଙ୍କୁ ୧୧-୪, ୧୧-୭ ଓ ୧୧-୪ରେ ହରାଇଥିବା ବେଳେ ହରିନ୍ଦର ଇଭାନ୍ ୟୁଏନ୍‌ଙ୍କୁ ୧୧-୯, ୧୧-୬ ଓ ୧୩-୧୧ରେ ପରାସ୍ତ କରିଥିଲେ।

ସେମି ଫାଇନାଲ୍‌ରେ ଭାରତୀୟ ପୁରୁଷ ଦଳ ପାକିସ୍ତାନକୁ ଭେଟିବ।

ମାଲେସିଆଠାରୁ ହାରି ଯାଇଥିଲେ ସୁଦ୍ଧା ଭାରତୀୟ ମହିଳା ଦଳର ମନୋବଳ ଦୃଢ଼ ରହିଥିଲା। ଦଳ ଆଜି ଶ୍ରୀଲଙ୍କାକୁ ୩-୦ରେ ପରାସ୍ତ କରି ଚାମ୍ପିଅନ୍‌ସିପ୍‌କୁ ଜୋରଦାର ପ୍ରତ୍ୟାବର୍ତ୍ତନ କରିଥିଲା। ସେମି ଫାଇନାଲ୍‌ରେ ଦଳ ହଂକଂ ଟିମ୍‌କୁ ଭେଟିବ। ଜୋତ୍ସ୍ନା ଚିନାପ୍ପା ଶ୍ରୀଲଙ୍କାର ମିହିଲିୟା ମେଥସରନିଙ୍କୁ ୧୧-୩,୧୧-୩ ଓ ୧୧-୭ରେ ପରାସ୍ତ କରିଥିବା ବେଳେ ଦୀପିକା ପାଲ୍ଲିକଲ ୧୧-୨, ୧୧-୨ ଓ ୧୧-୭ରେ ଫତିମା ନଶୁରଦ ଇସାଦ୍ଦୀନଙ୍କୁ ଓ ସାଚିକା ଇଙ୍ଗାଲେ ୧୧-୭,୧୧-୬ ଓ ୧୧-୫ରେ ହେଟ୍ଟିଆଚି କସୁନି ମାଲକିନିଙ୍କୁ ହରାଇଥିଲେ।

Related story