ଏସୀୟ ଗ୍ରାଁ ପ୍ରି ଆଥଲେଟିକ୍ ପ୍ରତିଯୋଗିତାରେ ଭାଗନେବେ  ଶ୍ରାବଣୀ ଓ ଅମୀୟ

ଭୁବନେଶ୍ୱର: ଜୁନ ୨୨ରୁ ୨୯ ପର୍ଯ୍ୟନ୍ତ ଥାଇଲାଣ୍ଡରେ ଏସୀୟ ଗ୍ରାଁ ପ୍ରି ଆଥଲେଟିକ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ  ଅଂଶଗ୍ରହଣ କରିବାକୁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଶ୍ରାବଣୀ ମହିଳା ୧୦୦ ମିଟର ଦୌଡ ସମେତ ୪ ଗୁଣ ୧୦୦ ମିଟର ରିଲେ ଦୌଡରେ ଅଂଶଗ୍ରହଣ କରିବେ। ଭାରତୀୟ ମହିଳା ରିଲେ ଦଳର ଅନ୍ୟ ସଦସ୍ୟମାନେ ହେଲେ ପଶ୍ଚିମବଙ୍ଗର ହିମାଶ୍ରୀ ରାୟ, କର୍ଣ୍ଣାଟକର ଜିଏମ ପଦ୍ମିନୀ ଓ ମେଘନା […]

srabani and amiya

Rakesh Mallick
  • Published: Saturday, 20 June 2015
  • , Updated: 20 June 2015, 09:28 AM IST

ଭୁବନେଶ୍ୱର: ଜୁନ ୨୨ରୁ ୨୯ ପର୍ଯ୍ୟନ୍ତ ଥାଇଲାଣ୍ଡରେ ଏସୀୟ ଗ୍ରାଁ ପ୍ରି ଆଥଲେଟିକ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ଶ୍ରାବଣୀ ନନ୍ଦ ଓ ଅମୀୟ ମଲ୍ଲିକ  ଅଂଶଗ୍ରହଣ କରିବାକୁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଶ୍ରାବଣୀ ମହିଳା ୧୦୦ ମିଟର ଦୌଡ ସମେତ ୪ ଗୁଣ ୧୦୦ ମିଟର ରିଲେ ଦୌଡରେ ଅଂଶଗ୍ରହଣ କରିବେ। ଭାରତୀୟ ମହିଳା ରିଲେ ଦଳର ଅନ୍ୟ ସଦସ୍ୟମାନେ ହେଲେ ପଶ୍ଚିମବଙ୍ଗର ହିମାଶ୍ରୀ ରାୟ, କର୍ଣ୍ଣାଟକର ଜିଏମ ପଦ୍ମିନୀ ଓ ମେଘନା ସେଟ୍ଟି ଏବଂ ତାମିଲନାଡୁର ଗାୟତ୍ରୀ ଓ ଅର୍ଚ୍ଚନା। ଅପରପକ୍ଷରେ ଅମୀୟ ପୁରୁଷ ୪ ଗୁଣ ୧୦୦ ମିଟର ରିଲେ ଦୌଡରେ ଅଂଶଗ୍ରହଣ କରିବେ। ତାଙ୍କ ସହିତ ପୁରୁଷ ରିଲେ ଦଳରେ ଅଛନ୍ତି ତାମିଲନାଡୁର ଏମ.ଅରୁମୁଗମ, ମଣିପୁରର ଜ୍ୟୋତିଶଙ୍କର ଦେବନାଥ ଓ ମହାରାଷ୍ଟ୍ରର କ୍ରିଷ୍ଣ କୁମାର ରାଣା। ଶନିବାର ଭାରତୀୟ ଦଳ ଦିଲ୍ଲୀରୁ ବ୍ୟାଙ୍କକ୍ ଅଭିମୁଖେ ଯାତ୍ରା କରିପାରନ୍ତି।

ନିକଟରେ ଚୀନର ଉହାନଠାରେ ଶେଷ ହୋଇଥିବା ଏସିଆନ ଆଥଲେଟିକସ ଚାମ୍ପିୟନସିପର ୨ଶହ ମିଟର ଦୌଡ ଇଭେଣ୍ଟରେ ଶ୍ରାବଣୀ ବ୍ରୋଞ୍ଜ ପଦକ ଜିଣିଥିଲେ।

Related story