ଆଇସିସି ଟେଷ୍ଟ ବୋଲିଂ ମାନ୍ୟତା: ଶୀର୍ଷରେ ଅଶ୍ୱିନ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ବୋଲିଂ ତାଲିକାରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଭାରତର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକୀୟ ପାରି ସହ ୭ଟି ୱିକେଟ ନେଇଥିଲେ ଅଶ୍ୱିନ। ଏହି ମ୍ୟାଚ୍‌କୁ ଭାରତ ଗୋଟିଏ ଇନିଂସ ଓ ୯୨ ରନ୍‌ରେ ଜିତି ନେଇଥିଲା। ଏହାପରେ ଏହି କ୍ରିକେଟରଙ୍କ ଟେଷ୍ଟ ବୋଲିଂ ମାନ୍ୟତାରେ ଉନ୍ନତି ଘଟିଛି। ଜାନୁଆରୀରେ ପ୍ରକାଶିତ ଆଇସିସି ଟେଷ୍ଟ […]

r-aswini

Rakesh Mallick
  • Published: Tuesday, 26 July 2016
  • , Updated: 26 July 2016, 06:01 PM IST

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ବୋଲିଂ ତାଲିକାରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଭାରତର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକୀୟ ପାରି ସହ ୭ଟି ୱିକେଟ ନେଇଥିଲେ ଅଶ୍ୱିନ। ଏହି ମ୍ୟାଚ୍‌କୁ ଭାରତ ଗୋଟିଏ ଇନିଂସ ଓ ୯୨ ରନ୍‌ରେ ଜିତି ନେଇଥିଲା। ଏହାପରେ ଏହି କ୍ରିକେଟରଙ୍କ ଟେଷ୍ଟ ବୋଲିଂ ମାନ୍ୟତାରେ ଉନ୍ନତି ଘଟିଛି।

ଜାନୁଆରୀରେ ପ୍ରକାଶିତ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଶ୍ରେଷ୍ଠ ସ୍ଥାନରେ ଥିଲେ ଅଶ୍ୱିନ। କିନ୍ତୁ ୧ ନମ୍ବରରେ ଦୀର୍ଘ ସମୟ ତିଷ୍ଠି ନ ପାରି ସେ ଦ୍ୱିତୀୟ ସ୍ଥାନକୁ ଖସିଆସିଥିଲେ। ଆଜି ପ୍ରକାଶିତ ସଦ୍ୟ ରେଟିଂ ଅନୁସାରେ ସେ ୮୭୬ ପଏଣ୍ଟ ପାଇ ଶୀର୍ଷରେ ରହିଛନ୍ତି। ସେହିପରି ତୃତୀୟ ସ୍ଥାନରୁ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି ଇଂଲଣ୍ଡର ଫାଷ୍ଟବୋଲର ଜେମ୍ସ ଆଣ୍ଡରସନ୍‌। ସେ ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଆହତ କାରଣରୁ ବାଦ୍‌ ପଡିଥିଲେ ମଧ୍ୟ ଦ୍ୱିତୀୟ ସ୍ଥାନ ଅକ୍ତିୟାର କରିଛନ୍ତି।

ପ୍ରଥମ ସ୍ଥାନରେ ଥିବା ପାକିସ୍ତାନର ସ୍ପିନର ୟାସୀର ଶାହ ୮୩୨ ରେଟିଂ ସହ ପଞ୍ଚମ ସ୍ଥାନକୁ ଖସିଛନ୍ତି।

ଅନ୍ୟପକ୍ଷରେ ଷ୍ଟୁଆର୍ଟ ବ୍ରର୍ଡ (୮୫୨) ରେଟିଂ ପଏଣ୍ଟ ସହ ଚତୁର୍ଥ ସ୍ଥାନରୁ ଦ୍ୱିତୀୟକୁ ଉଠିଛନ୍ତି। ୮୪୧ ରେଟିଂ ପଏଣ୍ଟ ସହ ପଞ୍ଚମ ସ୍ଥାନରୁ ଚତୁର୍ଥ ସ୍ଥାନକୁ ଉଠିଛନ୍ତି ଡେଲ୍‌ ଷ୍ଟେନ୍‌। ୭୮୧ ରେଟିଂ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଭାରତର ରବୀନ୍ଦ୍ର ଜାଡେଜା  ଓ ୭୫୭ ରେଟିଂ ପଏଣ୍ଟ ସହ ଟି.ବୋଲ୍ଟ ସପ୍ତମ ସ୍ଥାନରେ, ଜୋସ୍‌ ହଜେଲଉଡ୍‌  ୭୪୧ ରେଟିଂ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ,ଏମ୍‌.ମୋରକେଲ ୭୨୪ ରେଟିଂ ପଏଣ୍ଟ ସହ ନବମ ସ୍ଥାନରେ ଓ ୭୧୭ ରେଟିଂ ପଏଣ୍ଟ ସହ ୧୦ମ ସ୍ଥାନରେ ଭି ଫିଲାଣ୍ଡର ରହିଛନ୍ତି।

ସେହିପରି ଟି-୨୦ ବୋଲିଂ ତାଲିକାରେ ୭୪୪ ରେଟିଂ ସହ ଜସପ୍ରୀତ ବୁମ୍ରା ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ୬୭୦ ରେଟିଂ ସହ ୭ମ ସ୍ଥାନରେ ରହିଛନ୍ତି ଅଶ୍ୱିନ। ଟି-୨୦ ବ୍ୟାଟିଂ ତାଲିକାରେ ୮୩୭ ରେଟିଂ ସହ ଶୀର୍ଷରେ ରହିଛନ୍ତି ଭାରତ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବିରାଟ କୋହଲି।

ଅନ୍ୟପକ୍ଷରେ ଆଜି ପ୍ରକାଶିତ ଦିନିକିଆ ବ୍ୟାଟିଂ ମାନ୍ୟତାରେ ୮୧୩ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବିରାଟ କୋହଲି, ୭୫୦ ରେଟିଂ ସହ ରୋହିତ ଶାର୍ମା ଷଷ୍ଠ ସ୍ଥାନରେ, ୭୩୭ ରେଟିଂ ସହ ଅଷ୍ଟମ ସ୍ଥାନରେ ରହିଛି ଶିଖର ଧାୱନ।

Related story