କପିଲଙ୍କୁ ଟପିଲେ ଅଶ୍ୱିନ

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌କୁ ଭାରତ ଆଜି ଗୋଟିଏ ଇନିଂସ୍‌ ଓ ୩୬ ରନ୍‌ରେ ଜିତି ଯାଇଥିବା ବେଳେ ଏଥିରେ ଅନ୍ୟତମ ପ୍ରମୁଖ ଭୂମିକା ନିଭାଇଥିଲେ ବୋଲର ରବିଚନ୍ଦ୍ରନ ଅଶ୍ୱିନ୍। ଏହି ଟେଷ୍ଟର ଦୁଇଟି ଇନିଂସରେ ମିଶି ସେ ୧୨ଟି ୱିକେଟ୍ ନେଇଛନ୍ତି। ଏହା ସହିତ ସେ ନିଜ ନାଁରେ ଏକ ରେକର୍ଡ ମଧ୍ୟ ଦାଖଲ କରିଛନ୍ତି। ଟେଷ୍ଟରେ ଅଧିକ ଥର ୫ଟି ୱିକେଟ୍ ନେଇଥିବା ଭାରତୀୟଙ୍କ […]

aswini

Rakesh Mallick
  • Published: Monday, 12 December 2016
  • , Updated: 12 December 2016, 11:03 AM IST

ମୁମ୍ବାଇ: ମୁମ୍ବାଇର ୱାଙ୍ଖେଡ଼େ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ୍‌ ମ୍ୟାଚ୍‌କୁ ଭାରତ ଆଜି ଗୋଟିଏ ଇନିଂସ୍‌ ଓ ୩୬ ରନ୍‌ରେ ଜିତି ଯାଇଥିବା ବେଳେ ଏଥିରେ ଅନ୍ୟତମ ପ୍ରମୁଖ ଭୂମିକା ନିଭାଇଥିଲେ ବୋଲର ରବିଚନ୍ଦ୍ରନ ଅଶ୍ୱିନ୍। ଏହି ଟେଷ୍ଟର ଦୁଇଟି ଇନିଂସରେ ମିଶି ସେ ୧୨ଟି ୱିକେଟ୍ ନେଇଛନ୍ତି। ଏହା ସହିତ ସେ ନିଜ ନାଁରେ ଏକ ରେକର୍ଡ ମଧ୍ୟ ଦାଖଲ କରିଛନ୍ତି। ଟେଷ୍ଟରେ ଅଧିକ ଥର ୫ଟି ୱିକେଟ୍ ନେଇଥିବା ଭାରତୀୟଙ୍କ ତାଲିକାରେ ସେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ଟେଷ୍ଟର ପ୍ରଥମ ଇନିଂସରେ ୬ଟି ୱିକେଟ୍ ନେଇ ସେ କପିଲ ଦେବଙ୍କ ସମକକ୍ଷ ହୋଇଥିଲେ। କପିଲ୍ ୧୩୧ଟି ଟେଷ୍ଟ୍ ମ୍ୟାଚ୍ ଖେଳି ୨୩ ଥର ୫ଟି ୱିକେଟ୍ ନେଇଥିବା ବେଳେ ଅଶ୍ୱିନ ମାତ୍ର ୪୩ଟି ଟେଷ୍ଟରେ ତାଙ୍କର ସମକକ୍ଷ ହୋଇଥିଲେ। ଏହି ଟେଷ୍ଟର ଦ୍ୱିତୀୟ ଇନିଂସରେ ଅଶ୍ୱିନ୍ ପୁଣି ଥରେ ୬ଟି ୱିକେଟ୍ ହାତେଇଛନ୍ତି ଓ କପିଲଙ୍କୁ ଟପି ଯାଇଛନ୍ତି। ଅର୍ଥାତ ସେ ୪୩ଟି ମ୍ୟାଚ୍ ଓ ୮୦ଟି ଇନିଂସରୁ ୨୪ ଥର ୫ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ତାଙ୍କ ଆଗରେ ଅଛନ୍ତି ହରଭଜନ ସିଂ ଓ ଅନୀଲ କୁମ୍ବଲେ। ହରଭଜନ ସିଂ ୧୦୩ଟି ମ୍ୟାଚ୍ ଓ ୧୯୦ଟି ଇନିଂସ ଖେଳି ୨୫ ଥର ୫ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଏଣୁ ହରଭଜନଙ୍କୁ ସହଜରେ ଟପିଯିବେ ଅଶ୍ୱିନ। ଏହି ତାଲିକାର ଶୀର୍ଷ ସ୍ଥାନରେ ଅଛନ୍ତି ଅନୀଲ କୁମ୍ବଲେ। ସେ ୧୩୨ଟି ଟେଷ୍ଟ ଓ ୨୩୬ଟି ଇନିଂସ ଖେଳି ୩୫ ଥର ୫ଟି ୱିକେଟ୍ ହାତେଇଛନ୍ତି।

ବିଶ୍ୱରେ ସର୍ବାଧିକ ଥର ୫ଟି ୱିକେଟ୍ ନେଇଥିବା ରେକର୍ଡ ରହିଛି ଶ୍ରୀଲଙ୍କାର ସ୍ପିନର ମୁଥୟା ମୁରଲୀଧରନଙ୍କ ନାମରେ। ସେ ୧୩୩ଟି ମ୍ୟାଚ୍‌ ଓ ୨୩୦ଟି ଇନିଂସରୁ ୬୭ ଥର ୫ଟି ୱିକେଟ୍ ନେଇଛନ୍ତି।

Related story