ଦୂତୀଙ୍କୁ ଅର୍ଜୁନ ପୁରସ୍କାର, ରୋହିତଙ୍କ ସହ ୫ ଜଣଙ୍କୁ ଖେଳରତ୍ନ

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଛି। ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ମିଳିବ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦୂତୀଙ୍କ ସହ ୨୭ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ମଙ୍ଗଳବାର ନ୍ୟାଶନାଲ ସ୍ପୋର୍ଟସ ଆୱାର୍ଡ ସିଲେକ୍ସନ କମିଟିର ବୈଠକ ବସିଥିଲା। ଏହାପରେ ୨୯ ଜଣଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ପଠାଇଥିଲା। ତେବେ ରେସଲର ସାକ୍ଷୀ ମଲିକ ଓ ଭାରଉତ୍ତୋଳନକାରୀ ମୀରା ବାଈ ଚାନୁଙ୍କ […]

csx

Hemant Lenka
  • Published: Friday, 21 August 2020
  • , Updated: 21 August 2020, 05:35 PM IST

ନୂଆଦିଲ୍ଲୀ: ଚଳିତ ବର୍ଷ ପାଇଁ କ୍ରୀଡ଼ା ପୁରସ୍କାର ଘୋଷଣା କରାଯାଛି। ଦୌଡ଼ ରାଣୀ ଦୂତୀ ଚାନ୍ଦଙ୍କୁ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ମିଳିବ। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଦୂତୀଙ୍କ ସହ ୨୭ ଖେଳାଳିଙ୍କୁ ଅର୍ଜୁନ ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ମଙ୍ଗଳବାର ନ୍ୟାଶନାଲ ସ୍ପୋର୍ଟସ ଆୱାର୍ଡ ସିଲେକ୍ସନ କମିଟିର ବୈଠକ ବସିଥିଲା। ଏହାପରେ ୨୯ ଜଣଙ୍କ ନାଁ ଅର୍ଜୁନ ପୁରସ୍କାର ପାଇଁ ପଠାଇଥିଲା। ତେବେ ରେସଲର ସାକ୍ଷୀ ମଲିକ ଓ ଭାରଉତ୍ତୋଳନକାରୀ ମୀରା ବାଈ ଚାନୁଙ୍କ ନାଁକୁ ତାଲିକାରୁ ବାଦ ଦିଆଯାଇଛି।

ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ସାକ୍ଷୀଙ୍କୁ ୨୦୧୬ରେ ଏହି ପୁରସ୍କାର ମିଳିଥିବା ବେଳେ ୨୦୧୮ରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ମୀରାବାଈ ଚାନୁ ଖେଳ ରତ୍ନ ମିଳିଥିଲା।

ଅନ୍ୟପକ୍ଷରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକାଥରକେ ୫ ଜଣ କ୍ରୀଡ଼ାବିତଙ୍କୁ କ୍ରୀଡ଼ା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧି ଖେଳ ରତ୍ନ ମିଳିବ। ଏମାନଙ୍କ ମଧ୍ୟରେ କ୍ରିକେଟର ରୋହିତ ଶର୍ମା ମଧ୍ୟ ରହିଛନ୍ତି। ରୋହିତଙ୍କ ବ୍ୟତୀତ ଏସିଆନ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ରେସଲର ଭିନେଶ ଫୋଗଟ, ଟେବୁଲ ଟେନିସ ଚାମ୍ପିୟନ ମନିକା ବାତ୍ରା, ଜାତୀୟ ମହିଳା ହକି ଟିମର ଅଧିନାୟକ ରାଣୀ ରାମ୍ପପଲ ଓ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ମରିପ୍ପାନ ଥାଙ୍ଗାଭେଲୁ ରହିଛନ୍ତି।

ସଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ପରେ ରୋହିତ ଶର୍ମା ୪ର୍ଥ କ୍ରିକେଟର ପାଇଁ ଖେଳ ରତ୍ନ ପାଇବେ।  ୧୯୯୮ରେ ପ୍ରଥମ କ୍ରିକେଟର ଭାବେ ସଚିନ ତେନ୍ଦୁଲକରଙ୍କୁ ଖେଳ ରତ୍ନ ପୁରସ୍କାର ମିଳିଥିଲା।

ଦୂତୀଙ୍କ ବ୍ୟତୀତ ଅର୍ଜୁନ ପୁରସ୍କାର ପାଇବାକୁ ଥିବା ତାଲିକାରେ ଭାରତୀୟ କ୍ରିକେଟ୍ ଟିମର ଅଭିଜ୍ଞ ପେସ୍ ବୋଲର ଈଶାନ୍ତ ଶର୍ମା ରହିଛନ୍ତି। ଈଶାନ୍ତଙ୍କ ବ୍ୟତୀତ ପୁରୁଷ ରିକର୍ଭ ତୀରନ୍ଦାଜ ଅତନୁ ଦାସ, ମହିଳା ହକି ଖେଳାଳି ଦୀପିକା ଠାକୁର, କ୍ରିକେଟର୍ ଦୀପକ ହୁଡ୍ଡା ଓ ଟେନିସ୍ ଷ୍ଟାର୍ ଦିବିଜ ଶରନଙ୍କ ନାଁ ମଧ୍ୟ ଏହି ସମ୍ମାନଜନକ ପୁରସ୍କାର ପାଇବା ତାଲିକାରେ ରହିଛି।

୩୧ ବର୍ଷୀୟ ଈଶାନ୍ତ ଶର୍ମା ଭାରତ ପକ୍ଷରୁ ୯୭ ଟେଷ୍ଟ ଓ ୮୦ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଦିନିକିଆରେ ସେ ୧୧୫ଟି ୱିକେଟ ନେଇଥିବା ବେଳ ଟେଷ୍ଟରେ ୨୯୭ଟି ୱିକେଟ ଦଖଲ କରିଛନ୍ତି। କ୍ରିକେଟର ଦୀପ୍ତି ଶର୍ମା ଓ ଶୁଟର ମନୁ ଭାକର ମଧ୍ୟ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି।

Related story