Advertisment

ଭାରତକୁ ଝଟ୍‌କା, ବ୍ରୋଞ୍ଜ ପଦକ ହରାଇଲେ ବିନୋଦ କୁମାର

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ବଡ଼ ଝଟକା ଲାଗିଛି। ଡିସକସ୍ ଥ୍ରୋ’ରେ ବିନୋଦ କୁମାର ଯେଉଁ ବ୍ରୋଞ୍ଜ ପଦକ ଜିତିଥିଲେ, ତାହା ତାଙ୍କୁ ଆଉ ମିଳିବ ନାହିଁ। ବିରୋଧ ପରେ ତାଙ୍କ ମେଡାଲକୁ ହୋଲ୍ଡରେ ରଖାଯାଇଥିଲା। ଏବେ ତାଙ୍କୁ ଏହି ପଦକ ମିଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଟୋକିଓ ପାରାଲିମ୍ପିକ୍ସର ଟେକ୍ନିକାଲ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ ବିନୋଦ କୁମାର ଡିସକସ୍ ଥ୍ରୋ’ (ଏଫ୍-୫୨ କ୍ଲାସ୍) ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ରବିବାର ବିନୋଦ […]

ଅଦ୍ୟତନ ହୋଇଛି
ଭାରତକୁ ଝଟ୍‌କା, ବ୍ରୋଞ୍ଜ ପଦକ ହରାଇଲେ ବିନୋଦ କୁମାର

vinod-kumar

Advertisment

ଟୋକିଓ: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ବଡ଼ ଝଟକା ଲାଗିଛି। ଡିସକସ୍ ଥ୍ରୋ’ରେ ବିନୋଦ କୁମାର ଯେଉଁ ବ୍ରୋଞ୍ଜ ପଦକ ଜିତିଥିଲେ, ତାହା ତାଙ୍କୁ ଆଉ ମିଳିବ ନାହିଁ। ବିରୋଧ ପରେ ତାଙ୍କ ମେଡାଲକୁ ହୋଲ୍ଡରେ ରଖାଯାଇଥିଲା। ଏବେ ତାଙ୍କୁ ଏହି ପଦକ ମିଳିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି। ଟୋକିଓ ପାରାଲିମ୍ପିକ୍ସର ଟେକ୍ନିକାଲ ପ୍ରତିନିଧି ସ୍ପଷ୍ଟ କରିଛନ୍ତି ଯେ ବିନୋଦ କୁମାର ଡିସକସ୍ ଥ୍ରୋ’ (ଏଫ୍-୫୨ କ୍ଲାସ୍) ପାଇଁ ଅଯୋଗ୍ୟ ଘୋଷିତ ହୋଇଛନ୍ତି।

Advertisment

ରବିବାର ବିନୋଦ କୁମାର ପଦକ ଜିତିଥିଲେ। କିନ୍ତୁ ତାଙ୍କର ଦିବ୍ୟାଙ୍ଗ ବର୍ଗକୁ ବିରୋଧ କରାଯିବା ପରେ ଏହି ପଦକକୁ ହୋଲ୍ଡ କରାଯାଇଥିଲା। ବିଏସଏଫର ୪୧ ବର୍ଷୀୟ ଯବାନ ବିନୋଦ କୁମାର ୧୯.୯୧ ମିଟର୍ ସର୍ବଶ୍ରେଷ୍ଠ ଥ୍ରୋ’ କରି ତୃତୀୟ ସ୍ଥାନ ହାସଲ କରିଥିଲେ। ସେ ପୋଲାଣ୍ଡର ପିଓଟ୍ର କୋସେୱିଜ୍ (୨୦.୦୨ ମିଟର) ଓ କ୍ରୋଏସିଆର ଭେଲିମିର ସାଣ୍ଡର୍ (୧୯.୯୮ ମିଟର୍)ଙ୍କ ଠାରୁ ପଛରେ ରହିଥିଲେ। କିନ୍ତୁ ଫଳାଫଳ ପରେ ଏଫ୍-୫୨ରେ ବିନୋଦଙ୍କ କ୍ୱାଲିଫିକେସନକୁ ଜଣେ ପ୍ରତିଦ୍ୱନ୍ଦ୍ୱୀ ଆପତ୍ତି ପ୍ରକାଶ କରିଥିଲେ। ତେବେ କେଉଁ ଆଧାରରେ ଆପତ୍ତି କରାଯାଇଥିଲା, ତାହା ସ୍ପଷ୍ଟ ହୋଇନାହିଁ।

https://twitter.com/ANI/status/1432277417612091394?s=20

ଏଫ୍-୫୨ ବର୍ଗ କ’ଣ?: ଏହି ବର୍ଗରେ ସେହି ଆଥଲେଟ୍ ଭାଗ ନିଅନ୍ତି, ଯେଉଁମାନଙ୍କର ମାଂସପେଶୀର କ୍ଷମତା ଦୁର୍ବଳ ହୋଇଥାଏ ଏବଂ ତାଙ୍କର ମୁଭମେଣ୍ଟ ସୀମିତ ରହିଥାଏ, ହାତର ବିକଳାଙ୍ଗତା କିମ୍ବା ଗୋଡ଼ର ଲମ୍ବାରେ ତଫାତ୍ ରହିଥାଏ। ଯାହାଦ୍ୱାରା ଖେଳାଳିମାନେ ବସିକି ଇଭେଣ୍ଟରେ ଭାଗ ନିଅନ୍ତି। ସେହିପରି ଯେଉଁମାନେ ମେରୁଦଣ୍ଡରେ ଆଘାତ ପାଇଥିବେ କିମ୍ବା ଯେଉଁମାନଙ୍କର କୌଣସି ଅଙ୍ଗ କଟାଯାଇଥିବ, ସେମାନେ ମଧ୍ୟ ଏହି ବର୍ଗରେ ଅଂଶଗ୍ରହଣ କରିଥାନ୍ତି।

Advertisment

ବିନୋଦଙ୍କ ପିତା ସେନାରେ ଥିଲେ ଏବଂ ୧୯୭୧ରେ ଭାରତ-ପାକ୍ ଯୁଦ୍ଧରେ ଲଢ଼ିଥିଲେ। ସୀମା ସୁରକ୍ଷା ବଳ (ବିଏସଏଫ୍)ରେ ଯୋଗ ଦେବା ପରେ ଟ୍ରେନିଂ କରୁଥିବା ସମୟରେ ବିନୋଦ ଲେହର ଏକ ଶିଖରରୁ ପଡ଼ି ଯାଇଥିଲେ, ଯାହାଦ୍ୱାରା ତାଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ଏହି କାରଣରୁ ସେ ପ୍ରାୟ ଏକ ଦଶନ୍ଧି ଥରି ଶଯ୍ୟାଶାୟୀ ଥିଲେ ଏବଂ ଏହାରି ଭିତରେ ତାଙ୍କ ମାତା-ପିତାଙ୍କର ଦେହାନ୍ତ ହୋଇଥିଲା।

୨୦୧୨ରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା। ତାଙ୍କର କ୍ରୀଡ଼ା ଅଭିଯାନ ୨୦୧୬ ରିଓ ଅଲିମ୍ପିକ୍ ପରେ ଆରମ୍ଭ ହୋଇଥିଲା। ସେ ରୋହତକର ଭାରତୀୟ କ୍ରୀଡ଼ା ପ୍ରାଧିକରଣ କେନ୍ଦ୍ରରେ ଅଭ୍ୟାସ ଆରମ୍ଭ କରିଥିଲେ ଏବଂ ଜାତୀୟ ପ୍ରତିଯୋଗିତାରେ ଦୁଇଥର ବ୍ରୋଞ୍ଜ ପଦକ ଜିତିଛନ୍ତି।

Tokyo Paralympics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe