ଅଲିମ୍ପିକ୍ସରେ ଭାରତ: ରୁପାରେ ଯାତ୍ରା, ସୁନାରେ ବାହୁଡ଼ା

ଟୋକିଓ: ଅଲିମ୍ପିକ୍ସ ଇତିହାସରେ ଭାରତ ଆଜି ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ସକ୍ଷମ ହୋଇଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତର ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ମଧ୍ୟ ରେକର୍ଡ ୭ରେ ପହଞ୍ଚି ଯାଇଛି। ଶେଷଥର ପାଇଁ ୨୦୧୨ରେ ଭାରତ ଅଲିମ୍ପିକ୍ସରେ ସର୍ବାଧିକ ୬ଟି ପଦକ ଜିତିଥିଲା। ହେଲେ ଆଜି ନୀରଜଙ୍କ ସ୍ୱର୍ଣ୍ଣ ପରେ ଏହି ମେଡାଲ ଟାଲି ମଧ୍ୟ ଭୁଶୁଡ଼ି ଯାଇଛି। ଟୋକିଓ ଅଲିମ୍ପିକ୍ସରେ […]

Neeraj

Hemant Lenka
  • Published: Saturday, 07 August 2021
  • , Updated: 07 August 2021, 06:15 PM IST

ଟୋକିଓ: ଅଲିମ୍ପିକ୍ସ ଇତିହାସରେ ଭାରତ ଆଜି ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ିବାକୁ ସକ୍ଷମ ହୋଇଛି। ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ଆଥଲେଟିକ୍ସରେ ଭାରତର ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ମଧ୍ୟ ରେକର୍ଡ ୭ରେ ପହଞ୍ଚି ଯାଇଛି।

ଶେଷଥର ପାଇଁ ୨୦୧୨ରେ ଭାରତ ଅଲିମ୍ପିକ୍ସରେ ସର୍ବାଧିକ ୬ଟି ପଦକ ଜିତିଥିଲା। ହେଲେ ଆଜି ନୀରଜଙ୍କ ସ୍ୱର୍ଣ୍ଣ ପରେ ଏହି ମେଡାଲ ଟାଲି ମଧ୍ୟ ଭୁଶୁଡ଼ି ଯାଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତ ଦୁଇଟି ରୌପ୍ୟ ପଦକ, ୪ଟି ବ୍ରୋଞ୍ଜ ଓ ଗୋଟିଏ ସ୍ୱର୍ଣ୍ଣ ପଦକ ଜିତିଛି।

ଚଳିତ ଅଲିମ୍ପିକ୍ସରେ ଭାରତ ପ୍ରଥମ ଦିନରେ ହିଁ ପଦକ ଜିତି ତା’ର ଅଭିଯାନ ଆରମ୍ଭ କରିଥିଲା। ଆଜି ଭାରତର ସମସ୍ତ ଇଭେଣ୍ଟ ଶେଷ ହୋଇଛି। ଶେଷ ଦିନରେ ନୀରଜ ପଦକ ଜିତିଛନ୍ତି। ପ୍ରଥମ ଦିନରେ ଭାରୋତ୍ତୋଳନରେ ମୀରାବାଈ ଚାନୁ ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ। ସେ ୪୯ କେଜି ବର୍ଗରେ ଏହି ପଦକ ଜିତିଥିଲେ।

ଏହାପରେ ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଓ ବକ୍ସିଂରେ ଲଭଲିନା ବ୍ରୋଞ୍ଜ ପଦକ ଜିତିଥିଲେ। ରେସଲିଂର ୫୭ କେଜି ବର୍ଗରେ ରବି କୁମାର ଦାହିୟା ରୌପ୍ୟ ପଦକ ଜିତିଥିବା ବେଳେ ଆଜି ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପୁରୁଷ ହକି ଟିମ୍‌ ମଧ୍ୟ ଜର୍ମାନୀକୁ ହରାଇ ଚଳିତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ  ଜିତି ପାରିଛି। ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍‌ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଥିଲା।

କିନ୍ତୁ ଆଜି ନୀରଜ ଚୋପ୍ରା ରେକର୍ଡ ସୃଷ୍ଟି କରିଛନ୍ତି। ସେ ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଥଲେଟିକ୍ସରେ ଭାରତର ଏହା ପ୍ରଥମ ପଦକ। ଦେଶକୁ ସିଧା ସ୍ୱର୍ଣ୍ଣ ରୂପରେ ଏହି ପଦକ ମିଳିଛି।

ନୀରଜ ଆଜି ପ୍ରଥମ ପ୍ରୟାସରୁ ହିଁ ଦମ ଦେଖାଇଥିଲେ। ପ୍ରଥମେ ସେ ୮୭.୦୩ ମିଟିର ଜାଭେଲିନକୁ ଫୋପାଡ଼ି ଥିଲେ। ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ରେକର୍ଡ ୮୭.୫୮ ମିଟିର ଦୂରତାକୁ ଜାଭେଲିନ ଫୋପାଡ଼ି ଏକା ପ୍ରକାରର ସ୍ୱର୍ଣ୍ଣ ପଦକ ପକ୍କା କରି ନେଇଥିଲେ।

ଏହାପରେ ଅନେକ କ୍ରୀଡ଼ାବିତ୍ ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ହେଁ କେହି ବି ସଫଳ ହୋଇ ନଥିଲେ। ଶେଷରେ ନୀରଜ ଚୋପ୍ରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି।

Related story