ଆଦିବାସୀ ଅଞ୍ଚଳରୁ ଅନ୍ତର୍ଜାତୀୟ ମଞ୍ଚ: କଲମ୍ବିଆରେ ଖେଳିବେ ଲାଲୁ ପ୍ରସାଦ ଭୋଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫଳତାର ଚମକ ଆଗରେ ହାର ମାନିଛି ପରିସ୍ଥିତି। ଗିରବୀ ଓ ଜୀବନର ଦୁଃଖ କଷ୍ଟକୁ ମାତ ଦେଇ ସଫଳତାର ପାହାଚରେ ପାଦ ଥାପିଛନ୍ତି ଦୁଇ ଆଦିବାସୀ ଯୁବକ। ଅପହଞ୍ଚ ଇଲାକରେ ଜନ୍ମ ହୋଇଥିଲେ ମଧ୍ୟ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଏମିତି ଦୁଇ ଯୁବ ଆଥଲେଟ ହେଲେ ଲାଲୁ ପ୍ରସାଦ ଭୋଇ ଓ ଆର୍ଯ୍ୟନ ଏକ୍କା। ଲାଲୁ ପ୍ରସାଦଙ୍କ ଘର କଳାହାଣ୍ଡି ହୋଇଥିବା ବେଳେ ଏବେ ସେ କଲମ୍ବିଆରେ ହେବାକୁ ଥିବା ବିଶ୍ୱ […]

ekka1

Hemant Lenka
  • Published: Wednesday, 25 May 2022
  • , Updated: 25 May 2022, 08:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସଫଳତାର ଚମକ ଆଗରେ ହାର ମାନିଛି ପରିସ୍ଥିତି। ଗିରବୀ ଓ ଜୀବନର ଦୁଃଖ କଷ୍ଟକୁ ମାତ ଦେଇ ସଫଳତାର ପାହାଚରେ ପାଦ ଥାପିଛନ୍ତି ଦୁଇ ଆଦିବାସୀ ଯୁବକ। ଅପହଞ୍ଚ ଇଲାକରେ ଜନ୍ମ ହୋଇଥିଲେ ମଧ୍ୟ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି। ଏମିତି ଦୁଇ ଯୁବ ଆଥଲେଟ ହେଲେ ଲାଲୁ ପ୍ରସାଦ ଭୋଇ ଓ ଆର୍ଯ୍ୟନ ଏକ୍କା। ଲାଲୁ ପ୍ରସାଦଙ୍କ ଘର କଳାହାଣ୍ଡି ହୋଇଥିବା ବେଳେ ଏବେ ସେ କଲମ୍ବିଆରେ ହେବାକୁ ଥିବା ବିଶ୍ୱ ଜୁନିୟର ଆଥଲେଟିକ୍ ଚାମ୍ପିୟନଶିପରେ ଭାଗ ନେବେ। ସେହିପରି ସୁନ୍ଦରଗଡ଼ର ଆର୍ଯ୍ୟନ ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିର ୨ଶହ ଓ ୧୦୦ ମିଟର ଦୌଡ଼ରେ ଦ୍ୱିତୀୟ ସ୍ଥାନ ଅଧିକାର କରି ନିଜର ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି।

ଲାଲୁ ପ୍ରସାଦଙ୍କୁ ପୂର୍ବରୁ କେହି ବି ସେତାଟା ଜାଣି ନଥିଲେ। କିନ୍ତୁ ଏବେ ସେ କଲମ୍ବିଆ ଯିବାକୁ ଥିବାରୁ ତାଙ୍କୁ ନେଇ ଚାରିଆଡ଼େ ଚର୍ଚ୍ଚା। ଲାଲୁଙ୍କ ବୟସ ଯେତିକି, ତା’ଠାରୁ ଅଧିକ ସଫଳତାର ପଦକ ତାଙ୍କ ପାଖରେ ରହିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଶ୍ରମପଡାରେ ତାଙ୍କ ଘର। ବାପା ଜଣେ ଦିନ ମଜୁରିଆ। ମା’ ହଷ୍ଟେଲରେ ରୋଷେୟା ଭାବେ କାମକରନ୍ତି।

ପିଲାଟି ଦିନରୁ ହିଁ ଲାଲୁଙ୍କର ଖେଳକୂଦ ପ୍ରତି ରହିଥିଲା ବିଶେଷ ଆଗ୍ରହ। ଏବେ ସୂଦୁର କଳାହାଣ୍ଡି ଜିଲ୍ଲାରୁ ଲାଲୁ ଯିବେ କଲମ୍ବିଆ। ଆଉ ଏଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ ଚଳାଇଛନ୍ତି ଲାଲୁ। ଆସନ୍ତା ଅଗଷ୍ଟ ୨ରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଜୁନିଅର ଆଥଲେଟିକ ଚାମ୍ପିୟନଶିପ ଅନୁଷ୍ଠିତ ହେବ। ଏଥିରେ ଲାଲୁ ଭାରତ ପ୍ରତିନିଧିତ୍ୱ କରିବେ। କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରି ଲଙ୍ଗଜମ୍ପ ଇଭେଣ୍ଟରେ ୭.୫୮ ମିଟର ଦୂରତା ଡେଇଁ ଲାଲୁ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଏହାପରେ ତାଙ୍କୁ ବିଶ୍ୱ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଟିକେଟ୍ ମିଳିଛି।

ସେହିପରି ଆଉ ଜଣେ ଉଦୟମାନ ତାରକା ହେଲେ ସୁନ୍ଦରଗଡ଼ ନୂଆ ଗାଁ ବ୍ଲକ ବାରିଲେପଟା ଗାଁର ଆର୍ଯ୍ୟନ ଏକ୍କା। ଆର୍ଯ୍ୟନ ନିଜ ଦକ୍ଷତା ବଳରେ ଏବେ ଭାରତୀୟ ଆଥଲେଟିକ୍ ଜଗତ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିଛନ୍ତି। ଦିନେ ସୁନ୍ଦରଗଡ଼ ସ୍ଥିତ ସ୍ପୋର୍ଟସ୍ ହଷ୍ଟେଲକୁ ହକି ଖେଳ ପାଇଁ ଟ୍ରାଏଲ ଦେବାକୁ ଆସିଥିଲେ ଆର୍ଯ୍ୟନ। କିନ୍ତୁ ହକି ଟ୍ରାଏଲ ଦେଉ ଦେଉ ସେ ବନିଗଲେ ଧାବକ ବା ସ୍ପ୍ରିଣ୍ଟର। କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ଇଣ୍ଡିଆନ ଗ୍ରାଣ୍ଡ ପ୍ରିର ତୃତୀୟ ଚରଣରେ ସେ ୨ଶହ ମିଟର ଦୌଡ଼ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଗ୍ରାଣ୍ଡ ପ୍ରି ୪ର୍ଥ ସଂସ୍କରଣରେ ଆର୍ଯ୍ୟନ ୧୦୦ ମିଟର ୨ୟ ସ୍ଥାନ ଅଧିକାର କରିଛନ୍ତି।

Related story