ପୁଣି କମାଲ୍ କଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍ଗାଲୋରରେ ଚାଲିଥିବା ୧୯ଶ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ପୁଣି କମାଲ୍‌ କରିଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବେହେରା। ଶୁକ୍ରବାର ଜୟନ୍ତୀ ଉଭୟ ୨୦୦ ମିଟର୍ ଓ ୧୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଚଳିତ ଚାମ୍ପିୟନଶିପରେ ଜୟନ୍ତୀ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଶୁକ୍ରବାର ଜୟନ୍ତୀ ସକାଳେ ୨୦୦ ମିଟର୍ ଦୌଡ଼ର ଟି-୪୭ ବର୍ଗକୁ ୨୬.୪୯ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ […]

jayanti

Ranjit Kumar Jena
  • Published: Friday, 26 March 2021
  • , Updated: 26 March 2021, 08:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଙ୍ଗାଲୋରରେ ଚାଲିଥିବା ୧୯ଶ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ପୁଣି କମାଲ୍‌ କରିଛନ୍ତି ଓଡ଼ିଆ ଝିଅ ଜୟନ୍ତୀ ବେହେରା। ଶୁକ୍ରବାର ଜୟନ୍ତୀ ଉଭୟ ୨୦୦ ମିଟର୍ ଓ ୧୦୦ ମିଟର ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏଥିସହ ଚଳିତ ଚାମ୍ପିୟନଶିପରେ ଜୟନ୍ତୀ ହ୍ୟାଟ୍ରିକ୍ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଶୁକ୍ରବାର ଜୟନ୍ତୀ ସକାଳେ ୨୦୦ ମିଟର୍ ଦୌଡ଼ର ଟି-୪୭ ବର୍ଗକୁ ୨୬.୪୯ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିପରି ସନ୍ଧ୍ୟାରେ ୧୦୦ ମିଟରକୁ ଜୟନ୍ତୀ ୧୩.୧୧ ସେକେଣ୍ଡରେ ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି। ଗୁରୁବାର ଜୟନ୍ତୀ ୪୦୦ ମିଟର୍ ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାତେଇଥିଲେ।

ଆଜି ପର୍ଯ୍ୟନ୍ତ ଜୟନ୍ତୀ ୫ଟି ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ଅଂଶଗ୍ରହଣ କରିଛନ୍ତି। ସମସ୍ତ ୫ଟି ଯାକ ଚାମ୍ପିୟନଶିପର ୧୦୦, ୨୦୦, ୪୦୦ ମିଟରରେ ଜୟନ୍ତୀ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ପାରା ସ୍ପୋର୍ଟସ୍ ଆସୋସିଏସନ୍ ଅଭିନନ୍ଦନ ଜଣାଇଛି।

Related story