ଡିଡିସିଏ ଚୟନ କମିଟିର ଅଧ୍ୟକ୍ଷ ହେଲେ ଅତୁଲ ୱାସନ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଅତୁଲ ୱାସନଙ୍କୁ ଆଜି ନୂଆ ନିଯୁକ୍ତି ମିଳିଛି। ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌(ଡିଡିସିଏ) ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବେ ଅତୁଲଙ୍କୁ ନିଯୁକ୍ତ କରାଯାଇଛି। ୨୦୧୯-୨୦ ପାଇଁ ଅତୁଲଙ୍କ ସହ କମିଟିରେ ଅନୀଲ ଭରଦ୍ୱାଜ ଓ ବୀନିତ ଜୈନ ରହିବେ। ପୂର୍ବରୁ ମଧ୍ୟ ଡିଡିସିଏ ସିନିୟର ସିଲେକସନ କମିଟିର ଅଧ୍ୟକ୍ଷ ଭାବେ ଅତୁଲ କାର୍ଯ୍ୟ କରୁଥିଲେ। ହେଲେ ୨୦୧୬ରେ ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବାରୁ ତାଙ୍କୁ […]

ws

Hemant Lenka
  • Published: Wednesday, 28 August 2019
  • , Updated: 28 August 2019, 06:41 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଦ୍ରୁତ ବୋଲର ଅତୁଲ ୱାସନଙ୍କୁ ଆଜି ନୂଆ ନିଯୁକ୍ତି ମିଳିଛି। ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନ୍‌(ଡିଡିସିଏ) ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବେ ଅତୁଲଙ୍କୁ ନିଯୁକ୍ତ କରାଯାଇଛି।

୨୦୧୯-୨୦ ପାଇଁ ଅତୁଲଙ୍କ ସହ କମିଟିରେ ଅନୀଲ ଭରଦ୍ୱାଜ ଓ ବୀନିତ ଜୈନ ରହିବେ। ପୂର୍ବରୁ ମଧ୍ୟ ଡିଡିସିଏ ସିନିୟର ସିଲେକସନ କମିଟିର ଅଧ୍ୟକ୍ଷ ଭାବେ ଅତୁଲ କାର୍ଯ୍ୟ କରୁଥିଲେ। ହେଲେ ୨୦୧୬ରେ ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆସିବାରୁ ତାଙ୍କୁ ଏହି ପଦରୁ ବରଖାସ୍ତ କରାଯାଇଥିଲା। ଏହାପରେ ପୁଣିଥରେ ୨୦୧୭-୧୮ ବର୍ଷ ପାଇଁ ତାଙ୍କୁ ଅଧ୍ୟକ୍ଷ କରାଯାଇଥିଲା।

ଅନ୍ୟପକ୍ଷରେ ଜୁନିୟର ସିଲେକସନ୍‌ କମିଟିର ଅଧ୍ୟକ୍ଷ ଭାବେ ମୟଙ୍କ ତେହେଲାନଙ୍କୁ ନିଯୁକ୍ତ କରାଯାଇଛି। ସେ ଅଣ୍ଡର ୧୯, ଅଣ୍ଡର ୧୬ ଓ ଅଣ୍ଡର ୧୪ ଟିମ୍‌ ପାଇଁ ଖେଳାଳି ଚୟନ କରିବେ। ଏହି କମିଟିରେ ଚେତନ ଶର୍ମା ଓ ପ୍ରଦୀପ ଚାୱଲା ରହିଛନ୍ତି।

Related story