୨୧ ରନ୍‌ରେ ହାରିଲା ଭାରତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୨୧ ରନ୍‌ରେ ପରାସ୍ତ କରିଛି। ୩୩୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୩୧୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆର ଦୁଇ ଓପନର ଏ. ଫିନ୍ଚ ଏବଂ ଡି. ୱାର୍ନ ଧୂଆଁଧାର ଇଂନିସ୍‌ ଖେଳିଥିଲେ। ୩୪.୬ ଓଭରରେ ଉଭୟ ୨୩୧ ରନ୍‌ ସଂଗ୍ରହ […]

Rakesh Mallick
  • Published: Thursday, 28 September 2017
  • , Updated: 28 September 2017, 05:23 PM IST

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଇଥିବା ଚତୁର୍ଥ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୨୧ ରନ୍‌ରେ ପରାସ୍ତ କରିଛି। ୩୩୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୩୧୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆର ଦୁଇ ଓପନର ଏ. ଫିନ୍ଚ ଏବଂ ଡି. ୱାର୍ନ ଧୂଆଁଧାର ଇଂନିସ୍‌ ଖେଳିଥିଲେ। ୩୪.୬ ଓଭରରେ ଉଭୟ ୨୩୧ ରନ୍‌ ସଂଗ୍ରହ କରିନେଇଥିଲେ। ୱାର୍ନ ୧୧୯ ବଲ୍‌ରୁ ୪ ଛକା ଓ ୧୨ ଚୌକା ସହାୟତାରେ ୧୨୪ ରନ୍‌ ସଂଗ୍ରହ କରିଥିଲେ। ଫିନ୍ଚ ୯୬ ବଲ୍‌ ଖେଳି ୩ ଛକା ଓ ୧୦ ଚୌକା ବଳରେ ୯୪ ରନ୍‌ ସଂଗ୍ରହ କରିଥିଲେ। ଉଭୟ ୨୩୧ ରନ୍‌ରେ ଆଉଟ୍‌ ହୋଇ ଯାଇଥିଲେ। ଏହାପରେ ଭାରତୀୟ ବୋଲର ରନ୍‌ ହାରରେ କିଛିଟା ଆଙ୍କୁଶ ଲଗାଇଥିଲେ ମଧ୍ୟ ଅଷ୍ଟ୍ରେଲିଆକୁ ୩୦୦ ରନ୍‌ ପାର ହେବାରୁ ରୋକିପାରି ନଥିଲେ। ନିର୍ଦ୍ଧାରିତ ଓଭରରେ ଦଳ ୫ ୱିକେଟ୍‌ ହରାଇ ୩୩୪ ରନ୍‌ କରିଥିଲା।

ଭାରତ ପକ୍ଷରୁ ଉମେଶ ଯାଦବ ସଫଳ ବୋଲର ଭାବେ ୪ଟି ୱିକେଟ୍‌ ନେଇଥିବା ବେଳେ କେଦାର ଯାଦବଙ୍କୁ ଗୋଟିଏ ୱିକେଟ୍‌ ମିଳିଥିଲା। ଅନ୍ୟ ସବୁ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ।

୩୩୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଭାରତର ଆରମ୍ଭ ଭଲ ହୋଇଥିଲା। ଦୁଇ ଓପନର ଆଜିଙ୍କ୍ୟ ରାହାଣେ ଏବଂ ରୋହିତ ଶର୍ମା ଶତକୀୟ ପାରି ଖେଳିଥିଲେ। ରାହାଣେ ୬୬ ବଲରୁ ଗୋଟିଏ ଛକା ଓ ୬ଟି ଚୌକା ବଳରେ ୫୩ ରନ୍‌ କରିଥିଲେ। ରୋହିତ ୫୫ ବଲ୍‌ରୁ ୫ ଛକା ଓ ଗୋଟିଏ ଚୌକା ସହ ୬୫ ରନ୍‌ କରିଥିଲେ। ୧୮.୨ ଓଭରରେ ରାହାଣେ ଆଉଟ୍‌ ହେବା ପରେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଅଧିକ ସମୟ ତିଷ୍ଠି ପାରି ନଥିଲେ।

Related story