ଅଷ୍ଟ୍ରେଲିଆ ପଞ୍ଝାରେ ବକ୍ସିଂ ଡେ’ ଟେଷ୍ଟ

ମେଲବର୍ଣ୍ଣ: ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବକ୍ସିଂ ଡେ’ ଟେଷ୍ଟ ଖେଳୁଥିବା ଅଷ୍ଟ୍ରେଲିଆ ଏବେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍‌ରେ ୪ ୱିକେଟ ହରାଇ ୧୩୭ ରନ୍‌ କରିଛି। ଏଥିସହ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ ତୁଳନାରେ ବୃହତ୍ତ ୪୫୬ ରନ୍‌ର ଅଗ୍ରଣୀ ହାସଲ କରି ନେଇଛି। ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ଟ୍ରାଭିସ ହେଡଙ୍କ ଶତକ ବଳରେ ବିଶାଳ ୪୬୭ ରନ୍‌ କରିଥିଲା। ଏହାର […]

v

Hemant Lenka
  • Published: Saturday, 28 December 2019
  • , Updated: 28 December 2019, 08:51 PM IST

ମେଲବର୍ଣ୍ଣ: ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବକ୍ସିଂ ଡେ’ ଟେଷ୍ଟ ଖେଳୁଥିବା ଅଷ୍ଟ୍ରେଲିଆ ଏବେ ଦୃଢ଼ ସ୍ଥିତିରେ ପହଞ୍ଚି ଯାଇଛି। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍‌ରେ ୪ ୱିକେଟ ହରାଇ ୧୩୭ ରନ୍‌ କରିଛି। ଏଥିସହ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ ତୁଳନାରେ ବୃହତ୍ତ ୪୫୬ ରନ୍‌ର ଅଗ୍ରଣୀ ହାସଲ କରି ନେଇଛି।

ଅଷ୍ଟ୍ରେଲିଆ ତା’ର ପ୍ରଥମ ଇନିଂସ୍‌ରେ ଟ୍ରାଭିସ ହେଡଙ୍କ ଶତକ ବଳରେ ବିଶାଳ ୪୬୭ ରନ୍‌ କରିଥିଲା। ଏହାର ଜବାବରେ ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସ୍‌ରେ କେବଳ ୧୪୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ଫଲୋଅନ ହୋଇଥିଲେ ହେଁ ଅଷ୍ଟ୍ରେଲିଆ ପୁଣିଥରେ ବ୍ୟାଟିଂ କରିଥିଲା। ଏବେ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ ବଞ୍ଚାଇବା ଲକ୍ଷ୍ୟରେ ରହିଛି।

ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୨ ୱିକେଟ ହରାଇ ୪୪ ରନ୍‌ କରିଥିଲା। ତେବେ ଆଜି ପ୍ୟାଟ କମିନ୍ସଙ୍କ ଘାତକ ବୋଲିଂ ଆଗରେ ଜଣଙ୍କ ପରେ ଜଣେ ନ୍ୟୁଜିଲ୍ୟାଣ୍ଡ ବୋଲର ଆତ୍ମସମର୍ପଣ କରିଥିଲେ। ରସ ଟେଲର (୪) ଓ ହେନେରୀ ନିକୋଲାସ (୦)ଙ୍କୁ କମିନ୍ସ ଆଉଟ କରି ନ୍ୟୁଜିଲ୍ୟାଣ୍ଡକୁ ଶକ୍ତ ଧକ୍କା ଦେଇଥିଲେ।

ଏହାପରେ ବିଜେ ୱାଟଲିଙ୍ଗ(୭) ଓ ମିଚେଲ ସାଣ୍ଟନର(୩)ଙ୍କୁ ଜେମ୍ସ ପାଟିନସନ ପ୍ୟାଭିଲିନ ପଠାଇଥିଲେ। କଲିନ ଡିଗ୍ରାଣ୍ଡହୋମଙ୍କ ଶିକାର ମିଚେଲ ଷ୍ଟାର୍କ କରିଥିଲେ। ଓପନର ଟମ ଲାଥାମ(୫୦) ଗୋଟିଏ ପଟେ ଛିଡ଼ା ହୋଇ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ତାଙ୍କୁ କମିନ୍ସ ଆଉଟ କରି ନ୍ୟୁଜିଲ୍ୟାଣ୍ଡର ସବୁ ଆଶାରେ ପାଣି ପକାଇ ଦେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ୫ଟି ୱିକେଟ ନେଇଥିବା ବେଳେ ପାଟିନସନ ୩ଟି ଓ ଷ୍ଟାର୍କ ୨ଟି ୱିକେଟ ନେଇଥିଲେ।

ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍‌ରେ ଭଲ ଆରମ୍ଭ କରିଥିଲେ। ଡାଭିଡ ୱାର୍ଣ୍ଣର ଓ ଜୋ ବ୍ରୁନ୍ସ ପ୍ରଥମ ୱିକେଟ ପାଇଁ ୬୨ ରନ୍‌ ଯୋଡ଼ିଥିଲେ। ତେବେ ୩୮ ରନ କରିଥିବା ୱାର୍ଣ୍ଣରଙ୍କୁ ନେଲ ୱାଙ୍ଗନର ଆଉଟ କରି ଅଷ୍ଟ୍ରେଲିଆକୁ ପ୍ରଥମ ଝଟକା ଦେଇଥିଲେ। ସେହିପରି ବ୍ରୁନ୍ସ(୩୫) ମିଚେଲ ସାଣ୍ଟନରଙ୍କ ଶିକାର ହୋଇଥିଲେ।

ମାର୍ନସ ଲାବୁଶେନ(୧୯) ଓ ଷ୍ଟିଭ ସ୍ମିଥ(୭) ଶୀଘ୍ର ଆଉଟ ହୋଇଯିବାରୁ ଦଳ ସଙ୍କଟରେ ପଡ଼ିଥିଲା। ତେବେ ମାଥ୍ୟୁ ୱାଡେ(୧୫) ଓ ଟ୍ରଭାସି ହେଡ(୧୨) ସ୍ଥିତି ସମ୍ଭାଳିବା ସହ ତୃତୀୟ ଦିନର ଖେଳ ଶେଷ ଯାଏ ନ୍ୟୁଜିଲ୍ୟାଣ୍ଡକୁ ଆଉ କୌଣସି ବିପର୍ଯ୍ୟୟ ଘଟାଇବାକୁ ସୁଯୋଗ ଦେଇ ନଥିଲେ।

Related story