ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ବ୍ୟାଟିଂ ବିପର୍ଯ୍ୟୟ

ଲର୍ଡସ: ଐତିହାସିକ ଲର୍ଡସ ପଡ଼ିଆରେ ଆଜି ବିଶ୍ୱକପର ୩୭ତମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଚାଲିଛି। ବିଶ୍ୱକପ୍‌ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିବା ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୧୧.୨ ଓଭର୍‌ ସୁଦ୍ଧା ଅଷ୍ଟ୍ରେଲିଆ ୪୬ ରନ୍‌ରେ ୩ଟି ୱିକେଟ୍‌ ହରାଇଛି। ଡାଭିଡ୍‌ ୱାର୍ଣ୍ଣର ୧୬ ରନ୍‌, ଆରୋନ ଫିଞ୍ଚ ୮  ଓ ଷ୍ଟିଭ୍‌ ସ୍ମିଥ […]

sss

Hemant Lenka
  • Published: Saturday, 29 June 2019
  • , Updated: 29 June 2019, 07:01 PM IST

ଲର୍ଡସ: ଐତିହାସିକ ଲର୍ଡସ ପଡ଼ିଆରେ ଆଜି ବିଶ୍ୱକପର ୩୭ତମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମୁକାବିଲା ଚାଲିଛି। ବିଶ୍ୱକପ୍‌ ସେମିଫାଇନାଲ୍‌ରେ ସ୍ଥାନ ସୁରକ୍ଷିତ କରି ନେଇଥିବା ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ତେବେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ୧୧.୨ ଓଭର୍‌ ସୁଦ୍ଧା ଅଷ୍ଟ୍ରେଲିଆ ୪୬ ରନ୍‌ରେ ୩ଟି ୱିକେଟ୍‌ ହରାଇଛି।

ଡାଭିଡ୍‌ ୱାର୍ଣ୍ଣର ୧୬ ରନ୍‌, ଆରୋନ ଫିଞ୍ଚ ୮  ଓ ଷ୍ଟିଭ୍‌ ସ୍ମିଥ ୫ ରନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ୱାର୍ଣ୍ଣାର ଓ ସ୍ମିଥଙ୍କୁ ଲକି ଫରଗୁସନ ଆଉଟ କରିଥିବା ବେଳେ ଫିଞ୍ଚଙ୍କ ୱିକେଟ୍‌ ବୋଲ୍ଟଙ୍କ ଖାତାକୁ ଯାଇଛି। ବର୍ତ୍ତମାନ ଉସମାନ ଖ୍ୱାଜା ୧୩ ରନ୍‌ କରି ବ୍ୟାଟିଂ କରୁଛନ୍ତି।

ନ୍ୟୁଜିଲ୍ୟାଣ୍ଡ ଏହି ମ୍ୟାଚ୍‌ ଜିତିଲେ ସେମିଫାଇନାଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିବ।

Related story