ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇନ୍ଦୋର ଦିନିକିଆରେ ଅଷ୍ଟ୍ରେଲିଆ ଓ ଇଣ୍ଡିଆ ମଧ୍ୟରେ ଚାଲିଛି ଟକ୍କର। ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଫିଞ୍ଚ ଦଳକୁ ଫରିଛନ୍ତି। ଦୀର୍ଘଦିନ ପରେ ଦଳକୁ ଫେରି ସେ ଏକ ଆକର୍ଷଣୀୟ ଶତକୀୟ ପାଳି ଖେଳିଛନ୍ତି। ଅନ୍ୟପଟେ ତାଙ୍କୁ ସାଥ୍ ଦେଇଛନ୍ତି ଅଧିନାୟକ ସ୍ମିଥ। ପୂର୍ବରୁ ଓପନର୍ ଡେଭିଡ଼ ୱାର୍ଣ୍ଣର ୪୨ ରନ କରି ପାଣ୍ଡ୍ୟାଙ୍କ ବଲରେ ଆଉଟ୍ ହୋଇଯାଇଥିଲେ।
୫ଟିକିଆ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ଚେନ୍ନାଇ ଓ କୋଲକାତା ମ୍ୟାଚ୍ ଜିତି ସିରିଜରେ ୨-୦ରେ ଆଗୁଆ ରହିଛି। ଏହାସହ ଆଜିର ମ୍ୟାଚ୍ ଜିତି ସିରିଜ ହାତେଇବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଥିବା ବେଳେ ଅଷ୍ଟ୍ରେଲିଆ ଆଜିର ମ୍ୟାଚ୍ ଜିତି ସିରିଜକୁ ଫେରିବାକୁ ଚେଷ୍ଟା କରିବ।