ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ନିଷ୍ଫଳ, କଙ୍ଗାରୁ ଟିମ୍‌ ଠାରୁ ହାରିଗଲା ଭାରତ

ମୋହାଲି: ହୋମ୍‌ ଗ୍ରାଉଣ୍ଡରେ ଧୂଳି ଚାଟିଲା ଭାରତୀୟ କ୍ରିକେଟ ଟିମ୍। ମାଥ୍ୟୁ ୱେଡଙ୍କ ୨୧ ବଲ୍‌ରେ ଅପରାଜିତ ୪୫ ଓ କ୍ୟାମେରନ ଗ୍ରୀନଙ୍କ ୩୦ ବଲରେ ୬୧ ରନ୍‌ର ବିସ୍ଫୋରକ ବ୍ୟାଟିଂ କଙ୍ଗାରୁ ଟିମକୁ ବିଜୟ ଦେଇଛି। ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୮ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ୧୯.୨ ଓଭର ଖେଳି ଅଷ୍ଟ୍ରେଲିଆ ୨୧୧ ରନ୍ କରିଥିଲା। ଫଳରେ […]

asu-w

  • Published: Tuesday, 20 September 2022
  • , Updated: 20 September 2022, 10:51 PM IST

ମୋହାଲି: ହୋମ୍‌ ଗ୍ରାଉଣ୍ଡରେ ଧୂଳି ଚାଟିଲା ଭାରତୀୟ କ୍ରିକେଟ ଟିମ୍। ମାଥ୍ୟୁ ୱେଡଙ୍କ ୨୧ ବଲ୍‌ରେ ଅପରାଜିତ ୪୫ ଓ କ୍ୟାମେରନ ଗ୍ରୀନଙ୍କ ୩୦ ବଲରେ ୬୧ ରନ୍‌ର ବିସ୍ଫୋରକ ବ୍ୟାଟିଂ କଙ୍ଗାରୁ ଟିମକୁ ବିଜୟ ଦେଇଛି। ଭାରତୀୟ ଟିମ୍ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୨୦୮ ରନ କରିଥିବା ବେଳେ ଅଷ୍ଟ୍ରେଲିଆ ୬ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ୧୯.୨ ଓଭର ଖେଳି ଅଷ୍ଟ୍ରେଲିଆ ୨୧୧ ରନ୍ କରିଥିଲା।

ଫଳରେ ଭାରତୀୟ ବ୍ୟାଟ୍ସ ମ୍ୟାନମାନଙ୍କ ବିସ୍ଫୋରକ ବ୍ୟାଟିଂ ଓ ବିଶାଳ ସ୍କୋର କରିବା ବ୍ୟର୍ଥ ହୋଇଛି। ଭାରତୀୟ ଫିଲ୍ଡରମାନେ କ୍ୟାଚ୍‌ ଛାଡ଼ିବା ଓ ବୋଲରମାନଙ୍କ ପ୍ରଭାବହୀନ ବୋଲିଂ ପରାଜୟ କାରଣ ହୋଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ ଫିଞ୍ଚ ୨୨, କ୍ୟାମେରନ ଗ୍ରୀନ ୬୧, ଷ୍ଟିଭ ସ୍ମିଥ ୩୫, ଗ୍ଲେନ ମ୍ୟାକ୍ସୱେଲ ୧, ଜୋଶ ଇଙ୍ଗଲିସ-୧୭, ଟିମ୍‌ ଡାଭିଡ-୧୮, ମାଥ୍ୟୁ ୱେଡ ୪୫, ପ୍ୟାଟ କମିନ୍ସ ୪ ରନ୍ କରିଥିଲେ।

ଭାରତ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଉମେଶ ଯାଦବ ଓ ୟୁଜି ଚହଲ ବୋଲିଂ କରିଥିଲେ। ହେଲେ ଅକ୍ଷର ପଟେଲଙ୍କୁ ୩, ଉମେଶ ଯାଦବଙ୍କୁ ୨ ଓ ୟୁଜି ଚହଲ ଗୋଟିଏ ୱିକେଟ ମିଳିଥିଲା।

ସୂଚନା ଥାଉକି, ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ଟିକିଆ ଟି-୨୦ ସିରିଜ୍‌। ମୋହାଲିରେ ଆଜି ପ୍ରଥମ ଟି-୨୦ ଖେଳାଯାଇଛି। ଏଥିରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ମ୍ୟାଚ୍‌ରେ ଭାରତ ପକ୍ଷରୁ ସୂର୍ଯ୍ୟ କୁମାରଙ୍କ ୪୬ ଓ ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ୭୧ ରନ କରିଥିଲେ। ହେଲେ ଏହା ଅଷ୍ଟ୍ରେଲିଆ ବ୍ୟାଟିଂ ଆଗରେ ନିଷ୍ଫଳ ହୋଇଛି।

Related story