ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କ ନୂଆ ରେକର୍ଡ

ସିଡନୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସଓମ୍ୟାନ୍ ବେଥ୍ ମୁନୀ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ରବିବାର ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚରେ ସେ ୬୧ ବଲରେ ୧୧୩ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି। ନିଜ ଇନିଂସ୍ ମଧ୍ୟରେ ସେ ମୋଟ ୨୦ ଚୌକା ମାରିଛନ୍ତି, ଯାହା କୌଣସି ଟି-୨୦ ମ୍ୟାଚର ଗୋଟିଏ ଇନିଂସରେ ସର୍ବାଧିକ ଚୌକା ମାରିବାର ବିଶ୍ୱ ରେକର୍ଡ। ତାଙ୍କର ଏହି ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୨୦ ଓଭରରେ ୪ […]

beth

Ranjit Kumar Jena
  • Published: Sunday, 29 September 2019
  • , Updated: 29 September 2019, 06:27 PM IST

ସିଡନୀ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମର ଓପନିଂ ବ୍ୟାଟ୍ସଓମ୍ୟାନ୍ ବେଥ୍ ମୁନୀ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ନୂଆ କୀର୍ତ୍ତିମାନ କରିଛନ୍ତି। ରବିବାର ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚରେ ସେ ୬୧ ବଲରେ ୧୧୩ ରନର ବିସ୍ଫୋରକ ଇନିଂସ୍ ଖେଳିଛନ୍ତି। ନିଜ ଇନିଂସ୍ ମଧ୍ୟରେ ସେ ମୋଟ ୨୦ ଚୌକା ମାରିଛନ୍ତି, ଯାହା କୌଣସି ଟି-୨୦ ମ୍ୟାଚର ଗୋଟିଏ ଇନିଂସରେ ସର୍ବାଧିକ ଚୌକା ମାରିବାର ବିଶ୍ୱ ରେକର୍ଡ।

ତାଙ୍କର ଏହି ଇନିଂସ୍ ବଳରେ ଅଷ୍ଟ୍ରେଲିଆ ୨୦ ଓଭରରେ ୪ ୱିକେଟ୍ ହରାଇ ୨୧୭ ରନ୍ କରିଥିଲା। ସେ ମାତ୍ର ୫୪ ବଲରେ ନିଜର ଶତକ ପୂରଣ କରିଥିଲେ। ହେଲେ ସେ ନିଜ ଇନିଂସରେ ଗୋଟିଏ ବି ଛକା ମାରିନାହାନ୍ତି। ଜବାବରେ ଶ୍ରୀଲଙ୍କା ଟିମ୍ ୭ ୱିକେଟ୍ ହରାଇ ୧୭୬ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭ୍ରମଣକାରୀ ଦଳ ପକ୍ଷରୁ କ୍ୟାପଟେନ୍ ଚମାରି ଅଟ୍ଟାପଟ୍ଟୁ ୧୧୩ ରନର ଦମଦାର ଇନିଂସ୍ ଖେଳିଥିଲେ, କିନ୍ତୁ ତାହା ଦଳ ପାଇଁ ଯଥେଷ୍ଟ ହୋଇନଥିଲା।

ମହିଳା ଟି-୨୦ କ୍ରିକେଟରେ ମୁନୀ ନିଜ ରେକର୍ଡକୁ ଭାଙ୍ଗିଛନ୍ତି। ସେ ୨୦୧୭, ନଭେମ୍ବର ୨୧ ତାରିଖରେ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ୧୯ ଚୌକା ମାରିଥିଲେ। ମହିଳା କ୍ରିକେଟରେ ସର୍ବାଧିକ ଚୌକା ମାରିବାରେ ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ମେଗ୍ ଲାନିଙ୍ଗ୍ ଅଛନ୍ତି, ଯିଏ ଆୟର୍ଲ୍ୟାଣ୍ଡ୍ ବିପକ୍ଷରେ ୧୮ ଚୌକା ମାରିଥିଲେ। ଏହାସହ ମୁନୀ ଉଭୟ ପୁରୁଷ ଓ ମହିଳା ଟି-୨୦ କ୍ରିକେଟରେ ଏକମାତ୍ର ଖେଳାଳି ଭାବେ ବିନା ଛକାରେ ଶତକ ମାରି ରେକର୍ଡ କରିଛନ୍ତି।

ପୁରୁଷ କ୍ରିକେଟରେ ପାକିସ୍ତାନୀ କ୍ରିକେଟର ଅହମ୍ମଦ ଶେହଜାଦ୍ ଏବଂ ଇଂଲଣ୍ଡ କ୍ରିକେଟର ଆଡାମ୍ ଲିଥ୍ ଏହି ତାଲିକାରେ ଶୀର୍ଷରେ ଅଛନ୍ତି। ଶେହଜାଦ୍ ୮ ଡିସେମ୍ବର, ୨୦୧୨ରେ ଲାହୋର ଲାୟନ୍ସ ପକ୍ଷରୁ ଖେଳି ୨୦ ଚୌକା ମାରିଥିଲେ। ସେହିପରି ଲିଥ୍ ଅଗଷ୍ଟ ୧୭, ୨୦୧୭ରେ ୟର୍କଶାୟର ପକ୍ଷରୁ ଖେଳି ନର୍ଥାଟାନ୍ସ ବିପକ୍ଷରେ ୨୦ ଚୌକା ମାରିଥିଲେ।

ତେବେ ପୁରୁଷ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଅଷ୍ଟ୍ରେଲିଆର ଆରୋନ୍ ଫିଞ୍ଚଙ୍କ ନାଁରେ ଏହି ରେକର୍ଡ ରହିଛି, ଯିଏ ଜିମ୍ବାୱେ ବିପକ୍ଷରେ ନିଜର ୧୭୨ ରନର ଇନିଂସରେ ୧୬ ଚୌକା ମାରିଥିଲେ। ଏହା ଟି-୨୦ କ୍ରିକେଟରେ କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସର୍ବାଧିକ ସ୍କୋର।

Related story