ଡବ୍ଲ୍ୟୁଟିଏ ଫାଇନାଲ୍ସ ଜିତିଲେ ଆଶଲେ ବାର୍ଟି

ଶେନଝେନ୍‌ (ଚାଇନା): ବିଶ୍ବର ଏକ ନମ୍ବର ଖେଳାଳି ଆଶଲେ ବାର୍ଟି ରବିବାର ଏଠାରେ ଡିଫେଣ୍ଡିହ ଚାମ୍ପିୟନ୍‌ ଏଲିନା ସ୍ୱିତୋଲିନାଙ୍କୁ ହରାଇ ଡବ୍ଲୁୟଟିଏ ଫାଇନାଲ୍ସ ଟାଇଟଲ୍‌ ନିଜ ନାଁରେ କରିଛନ୍ତି। ବାର୍ଟି ଗତ ପାଞ୍ଚଟି ପ୍ରୟାସରେ ସ୍ୱିତୋଲିନାକୁ ହରାଇପାରି ନଥିଲେ, କିନ୍ତୁ ସେ ଶେନଜେର ସ୍ପୋର୍ଟ୍ସ ସେଣ୍ଟରରେ ୧ ଘଣ୍ଟା ୨୬ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ୬-୪, ୬-୩ ସେଟରେ ବିଜୟ ହାସଲ କରିବାରେ ସଫଳ ହୋଇଛନ୍ତି। ଏହିପରି ଭାବେ ଅଷ୍ଟ୍ରେଲୀୟ ଖେଳାଳି ବାର୍ଟି ୪୪.୨ ଲକ୍ଷ […]

barty

Ranjit Kumar Jena
  • Published: Sunday, 03 November 2019
  • , Updated: 03 November 2019, 10:17 PM IST

ଶେନଝେନ୍‌ (ଚାଇନା): ବିଶ୍ବର ଏକ ନମ୍ବର ଖେଳାଳି ଆଶଲେ ବାର୍ଟି ରବିବାର ଏଠାରେ ଡିଫେଣ୍ଡିହ ଚାମ୍ପିୟନ୍‌ ଏଲିନା ସ୍ୱିତୋଲିନାଙ୍କୁ ହରାଇ ଡବ୍ଲୁୟଟିଏ ଫାଇନାଲ୍ସ ଟାଇଟଲ୍‌ ନିଜ ନାଁରେ କରିଛନ୍ତି। ବାର୍ଟି ଗତ ପାଞ୍ଚଟି ପ୍ରୟାସରେ ସ୍ୱିତୋଲିନାକୁ ହରାଇପାରି ନଥିଲେ, କିନ୍ତୁ ସେ ଶେନଜେର ସ୍ପୋର୍ଟ୍ସ ସେଣ୍ଟରରେ ୧ ଘଣ୍ଟା ୨୬ ମିନିଟ୍‌ ପର୍ଯ୍ୟନ୍ତ ଚାଲିଥିବା ମୁକାବିଲାରେ ୬-୪, ୬-୩ ସେଟରେ ବିଜୟ ହାସଲ କରିବାରେ ସଫଳ ହୋଇଛନ୍ତି।

ଏହିପରି ଭାବେ ଅଷ୍ଟ୍ରେଲୀୟ ଖେଳାଳି ବାର୍ଟି ୪୪.୨ ଲକ୍ଷ ଆମେରିକୀୟ ଡଲାରର ଚେକ୍‌ ନିଜ କବଜାରେ କରିଛନ୍ତି, ଯାହା ପୁରୁଷ ଓ ମହିଳା ଟେନିସରେ ସର୍ବାଧିକ ପୁରସ୍କାର ରାଶି। ସ୍ୱିତୋଲିନା ଗତବର୍ଷ ସିଙ୍ଗାପୁରରେ ଡବ୍ଲୁୟଟିଏ ଫାଇନାଲ୍ସରେ ବିଜୟ ପରେ କୌଣସି ଟ୍ରଫି ଜିତିପାରିନଥିଲେ। ତେଣୁ ଏହା ତାଙ୍କ କ୍ୟାରିୟରର ସର୍ବଶ୍ରେଷ୍ଠ ବିଜୟ। ବାର୍ଟି ଦ୍ବିତୀୟ ଅଷ୍ଟ୍ରେଲୀୟ ଖେଳାଳି ଭାବେ ଡବ୍ଲ୍ୟଟିଏ ଫାଇନାଲ୍ସ ଟାଇଟଲ୍‌ ଜିତିଛନ୍ତି। ଏହା ପୂର୍ବରୁ ୧୯୭୬ରେ ଇଭୋନ୍‌ ଗୁଲାଗଙ୍ଗ କାଓଲେ ଡବ୍ଲୁୟଟିଏ ଫାଇନାଲ୍ସ ଜିତିଥିଲେ।

Related story