ଖରାପ ପିଚ୍‌ ପାଇଁ ଖେଳାଳି ଆହତ, ଅଧାରୁ ବାତିଲ ହେଲା ମ୍ୟାଚ୍‌

ମେଲବର୍ଣ୍ଣ: ଭୟଙ୍କର ପିଚ୍‌ ପାଇଁ ଅଧାରୁ ବାତିଲ ହୋଇଛି ମ୍ୟାଚ୍‌। ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମସିଜି)ରେ ଭିକ୍ଟୋରିଆ ଓ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଚାଲିଥିଲା। ତେବେ ପିଚ୍‌ ଖାଲ ଢିପ ଥିବାରୁ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଶନ୍‌ ମାର୍ଶ ଓ ମାର୍କସ ଷ୍ଟୋଇନିସଙ୍କ ଭଳି ଖେଳାଳି ବାଉନ୍ସର ମାଡ଼ରେ ଘାଇଲା ହୋଇଥିଲେ। ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ମ୍ୟାଚ୍‌ ଅଫିସିଆଲ ପ୍ରଥମ ଦିନର ଖେଳକୁ ବାତିଲ କରି ଦେଇଛନ୍ତି। ଆସନ୍ତାକାଲି ପିଚ୍‌ର ସ୍ଥିତି ଦେଖି ମ୍ୟାଚ୍‌ ଖେଳାଯିବ […]

cx

Hemant Lenka
  • Published: Saturday, 07 December 2019
  • , Updated: 07 December 2019, 03:55 PM IST

ମେଲବର୍ଣ୍ଣ: ଭୟଙ୍କର ପିଚ୍‌ ପାଇଁ ଅଧାରୁ ବାତିଲ ହୋଇଛି ମ୍ୟାଚ୍‌। ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (ଏମସିଜି)ରେ ଭିକ୍ଟୋରିଆ ଓ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍‌ ଚାଲିଥିଲା। ତେବେ ପିଚ୍‌ ଖାଲ ଢିପ ଥିବାରୁ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଶନ୍‌ ମାର୍ଶ ଓ ମାର୍କସ ଷ୍ଟୋଇନିସଙ୍କ ଭଳି ଖେଳାଳି ବାଉନ୍ସର ମାଡ଼ରେ ଘାଇଲା ହୋଇଥିଲେ।

ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ମ୍ୟାଚ୍‌ ଅଫିସିଆଲ ପ୍ରଥମ ଦିନର ଖେଳକୁ ବାତିଲ କରି ଦେଇଛନ୍ତି। ଆସନ୍ତାକାଲି ପିଚ୍‌ର ସ୍ଥିତି ଦେଖି ମ୍ୟାଚ୍‌ ଖେଳାଯିବ କି ନାହିଁ, ତା’ ଉପରେ ନିଷ୍ପତ୍ତି ହେବ। ଅନ୍ୟପକ୍ଷରେ ଏହା ଡୋମେଷ୍ଟିକ ମ୍ୟାଚ୍‌ ହୋଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆ ଏହାକୁ ଅଧିକ ଗୁରୁତ୍ୱର ଭାବେ ନେଇନାହିଁ। ହେଲେ ଆସନ୍ତା ୨୬ ତାରିଖରୁ ଏମସିଜିରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବ। ଯାହା କ୍ରିକେଟ ଅଷ୍ଟ୍ରେଲିଆକୁ ଚିନ୍ତାରେ ପକାଇଛି।

ଆଜି ମ୍ୟାଚ୍‌ ଆରମ୍ଭରୁ ସବୁ କିଛି ଠିକ୍‌ ଠାକ ଥିଲା। ହେଲେ କିଛି ଘଣ୍ଟାର ଖେଳ ପରେ ଆବଶ୍ୟକଠାରୁ ଅଧିକ ବାଉନ୍ସ ଦେଖିବାକୁ ମିଳିଥିଲା। ବୋଲର ଗୋଟିଏ ସ୍ଥାନରେ ବଲ ପକାଇଲେ ଏହା ଆଉ ଗୋଟିଏ ଆଡ଼େ ସୁଇଂ କରୁଥିଲା। ଫଳରେ ଶନ ମାର୍ଶଙ୍କ ଦେହରେ ଏକାଧିକ ବଲ ମାଡ଼ ହୋଇଥିଲା।

ଷ୍ଟୋଇନିସ ମଧ୍ୟ ଘାତକ ପିଚ୍‌ରେ ଦେଖିବାକୁ ମିଳୁଥିବା ବାଉନ୍ସର ଶିକାର ହୋଇଥିଲେ। ଏହାପରେ ଫିଲ୍ଡ ଅମ୍ପାୟାର ଦୁଇ ଦଳର ଅଧିନାୟକଙ୍କ ସହ କଥା ହେବା ପରେ ମ୍ୟାଚ୍‌କୁ ଆଜି ପାଇଁ ରଦ୍ଦ କରିଥିଲେ।

Related story