ଅଷ୍ଟ୍ରେଲିଆନ୍ ଓପନ୍‌: ବର୍ଟେନ୍ସଙ୍କୁ ବିଦା କଲେ ମୁଗୁରୁଜା

ମେଲବର୍ଣ୍ଣ: ଦୁଇଥରର ଗ୍ରାଣ୍ଡସ୍ଲାମ୍ ବିଜେତା ଗାର୍ବିନ୍ ମୁଗୁରୁଜା ନବମ ସିଡ୍ କିକି ବର୍ଟେନ୍ସଙ୍କୁ ହରାଇ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସର କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ୬୮ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ସ୍ପେନୀୟ ତାରକା ମୁଗୁରୁଜା ୬-୩, ୬-୩ ସେଟରେ ବର୍ଟେନ୍ସଙ୍କୁ ପରାସ୍ତ କରିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ମୁଗୁରୁଜା ରୁଷର ଆନାସ୍ତାସିଆ ପାବଲ୍ୟୁଚେଙ୍କୋଭାଙ୍କୁ ଭେଟିବେ। ପାଭଲ୍ୟୁଚେଙ୍କୋଭା ଅନ୍ତିମ-୧୬ ମୁକାବିଲାରେ ଜର୍ମାନୀର ୧୭ତମ ସିଡ୍ ଆଞ୍ଜେଲିକ୍ କେର୍ବରଙ୍କୁ ୬-୭ (୫/୭), ୭-୬ (୭/୪), ୬-୨ ସେଟରେ ହରାଇଛନ୍ତି। […]

muguruza

Ranjit Kumar Jena
  • Published: Monday, 27 January 2020
  • , Updated: 27 January 2020, 08:40 PM IST

ମେଲବର୍ଣ୍ଣ: ଦୁଇଥରର ଗ୍ରାଣ୍ଡସ୍ଲାମ୍ ବିଜେତା ଗାର୍ବିନ୍ ମୁଗୁରୁଜା ନବମ ସିଡ୍ କିକି ବର୍ଟେନ୍ସଙ୍କୁ ହରାଇ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସର କ୍ୱାର୍ଟରରେ ପ୍ରବେଶ କରିଛନ୍ତି। ୬୮ ମିନିଟ୍ ଧରି ଚାଲିଥିବା ଏହି ମୁକାବିଲାରେ ସ୍ପେନୀୟ ତାରକା ମୁଗୁରୁଜା ୬-୩, ୬-୩ ସେଟରେ ବର୍ଟେନ୍ସଙ୍କୁ ପରାସ୍ତ କରିଛନ୍ତି।

ପରବର୍ତ୍ତୀ ରାଉଣ୍ଡରେ ମୁଗୁରୁଜା ରୁଷର ଆନାସ୍ତାସିଆ ପାବଲ୍ୟୁଚେଙ୍କୋଭାଙ୍କୁ ଭେଟିବେ। ପାଭଲ୍ୟୁଚେଙ୍କୋଭା ଅନ୍ତିମ-୧୬ ମୁକାବିଲାରେ ଜର୍ମାନୀର ୧୭ତମ ସିଡ୍ ଆଞ୍ଜେଲିକ୍ କେର୍ବରଙ୍କୁ ୬-୭ (୫/୭), ୭-୬ (୭/୪), ୬-୨ ସେଟରେ ହରାଇଛନ୍ତି।

ସେହିପରି ରଡ୍ ଲେଭର୍ ଏରିନାରେ ଖେଳାଯାଇଥିବା ମହିଳା ସିଙ୍ଗଲ୍ସର ଅନ୍ୟଏକ ପ୍ରି-କ୍ୱାର୍ଟରଫାଇନାଲ୍ ମ୍ୟାଚରେ ଚତୁର୍ଥ ସିଡ୍ ରୋମାନିଆ ତାରକା ସିମୋନା ହାଲେପ୍ ସିଧାସଳଖ ୬-୪, ୬-୪ ସେଟରେ ବେଲଜିୟମର ଏଲିସ୍ ମର୍ଟେନ୍ସଙ୍କୁ ପରାସ୍ତ କରିଥିବା ବେଳେ ଇଷ୍ଟୋନିଆର ଆନେଟ୍ଟ କୋଣ୍ଟାଭିଟ୍ ୬-୭ (୪/୭), ୭-୫, ୭-୫ ସେଟରେ ପୋଲାଣ୍ଡର ଇଗା ସ୍ୱେଟେକଙ୍କୁ ହରାଇ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି।

Related story