ଫର୍ଣ୍ଣାଣ୍ଡୋଙ୍କ ଶତକ, ଶ୍ରୀଲଙ୍କା ୩୩୮/୬

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ଶତକ ବଳରେ ଶ୍ରୀଲଙ୍କା ବିଶ୍ୱକପର ସୋମବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜକୁ ମ୍ୟାଚ୍ ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୩୩୯ ରନ୍ କରିବାକୁ ପଡ଼ିବ। ଶ୍ରୀଲଙ୍କା ପକ୍ଷରୁ ଫର୍ଣ୍ଣାଣ୍ଡୋ ସର୍ବାଧିକ ୧୦୪ (୧୦୩ ବଲ୍, ୯ ଚୌକା, ୨ ଛକା) ରନ୍ କରିଛନ୍ତି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡରଙ୍କୁ ଛାଡ଼ିଦେଲେ ଟିମର ଅନ୍ୟ କୌଣସି ବୋଲର ଶ୍ରୀଲଙ୍କା […]

fernando

Hemant Lenka
  • Published: Monday, 01 July 2019
  • , Updated: 01 July 2019, 07:26 PM IST

ଚେଷ୍ଟର୍-ଲି-ଷ୍ଟ୍ରିଟ୍: ଅଭିସ୍କା ଫର୍ଣ୍ଣାଣ୍ଡୋଙ୍କ ଶତକ ବଳରେ ଶ୍ରୀଲଙ୍କା ବିଶ୍ୱକପର ସୋମବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୩୮ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜକୁ ମ୍ୟାଚ୍ ଜିତିବା ପାଇଁ ନିର୍ଦ୍ଧାରିତ ଓଭରରେ ୩୩୯ ରନ୍ କରିବାକୁ ପଡ଼ିବ।

ଶ୍ରୀଲଙ୍କା ପକ୍ଷରୁ ଫର୍ଣ୍ଣାଣ୍ଡୋ ସର୍ବାଧିକ ୧୦୪ (୧୦୩ ବଲ୍, ୯ ଚୌକା, ୨ ଛକା) ରନ୍ କରିଛନ୍ତି। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡରଙ୍କୁ ଛାଡ଼ିଦେଲେ ଟିମର ଅନ୍ୟ କୌଣସି ବୋଲର ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ପକାଇପାରି ନାହାନ୍ତି।

ରିଭରସାଇଡ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ୱିଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଶ୍ରୀଲଙ୍କାକୁ ଭଲ ଆରମ୍ଭ ଦେଇଥିଲେ ଦୁଇ ଓପ୍ନର୍ କୁଶଲ ପରେରା ଓ ଅଧିନାୟକ ଦିମୁତ କରୁଣାରତ୍ନେ। ଦୁହେଁ ପ୍ରଥମ ୱିକେଟ୍ ପାଇଁ ୯୩ ରନ୍ ଯୋଡ଼ିଥିଲେ।

କରୁଣାରତ୍ନେ ୩୨ ରନ୍ କରିଥିବା ବେଳେ ହୋଲ୍ଡରଙ୍କ ବଲରେ ଆଉଟ୍ ହୋଇଥିଲେ। ପରେରା ଦ୍ରୁତ ଅର୍ଦ୍ଧଶତକ ମାରି ବଡ଼ ସ୍କୋର ଅଭିମୁଖେ ଅଗ୍ରସର ହେଉଥିବା ବେଳେ ସେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ। ପରେରା ୫୧ ବଲରେ ୮ ଚୌକା ସହ ୬୪ ରନ୍ କରିଥିଲେ।

ମଧ୍ୟକ୍ରମରେ ଫର୍ଣ୍ଣାଣ୍ଡୋ ଓ କୁଶଲ ମେଣ୍ଡିସ୍ ଭଲ ବ୍ୟାଟିଂ କରିଥିଲେ ଏବଂ ତୃତୀୟ ୱିକେଟ୍ ପାଇଁ ୮୫ ରନର ଭାଗୀଦାରୀ କରିଥିଲେ। ମେଣ୍ଡିସ୍ ୩୯ ରନ୍ କରି ଫାବିଆନ୍ ଆଲେନଙ୍କ ଶିକାର ହୋଇଥିଲେ। ତେବେ ଆଞ୍ଜେଲୋ ମାଥ୍ୟୁସ୍ ଓ ଲାହିରୁ ଥିରିମାନେ ଦ୍ରୁତ ରନ୍ କରି ଶ୍ରୀଲଙ୍କାକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ମାଥ୍ୟୁସ୍ ୨୦ ବଲରେ ୨ ଚୌକା ଓ ୧ ଛକା ସହ ୨୬ ରନ୍ କରି ଆଉଟ୍ ହୋଇଥିଲେ।

ଏହା ପରେ ଫର୍ଣ୍ଣାଣ୍ଡୋ ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ପୂରଣ କରିଥିଲେ। ତାଙ୍କୁ ଥିରିମାନେ ଭଲ ସହଯୋଗ କରିଥିଲେ। ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୬୭ ରନ୍ ଯୋଡ଼ିଥିଲେ। ଶତକ ମାରିବା ପରେ ଫର୍ଣ୍ଣାଣ୍ଡୋଙ୍କୁ କଟ୍ଟରେଲ୍ ଆଉଟ୍ କରିଥିଲେ। ଥିରିମାନେ ୪୫ (୩୩ ବଲ୍, ୪ ଚୌକା) ଓ ଧନଞ୍ଜୟ ଡି'ସିଲଭା ୬ ରନ୍ କରି ଅପରାଜିତ ଥିଲେ। ୱିଣ୍ଡିଜ୍ ପକ୍ଷରୁ ହୋଲ୍ଡର ୨ଟି, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ ଓ ଆଲେନ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

Related story