ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପ୍: ବ୍ରୋଞ୍ଜ ଜିତିଲେ ରାହୁଲ୍, ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ

ନୁର୍-ସୁଲତାନ (କଜାଖସ୍ତାନ): ଭାରତର ଷ୍ଟାର୍ ରେସଲର୍ ରାହୁଲ ଆୱାରେ ଚଳିତ ୱାର୍ଲ୍ଡ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସଫଳ ହୋଇଛି। ଏହା ପୂର୍ବରୁ ରବିବାର ଭାରତର ଯୁବ ରେସଲର ଦୀପକ ପୁନିଆ ଆହତ ଯୋଗୁ ଫାଇନାଲରେ ଲଢ଼ିପାରିନଥିଲେ, ଯାହା ଫଳରେ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଆୱାରେ ୬୧ କେଜି ବର୍ଗର ବ୍ରୋଞ୍ଜ ପଦକ ମୁକାବିଲାରେ ୨୦୧୭ର ପ୍ୟାନ୍ ଆମେରିକା ଚାମ୍ପିୟନ୍ ଟାଇଟର୍ ଲି […]

rahul

Ranjit Kumar Jena
  • Published: Sunday, 22 September 2019
  • , Updated: 22 September 2019, 08:17 PM IST

ନୁର୍-ସୁଲତାନ (କଜାଖସ୍ତାନ): ଭାରତର ଷ୍ଟାର୍ ରେସଲର୍ ରାହୁଲ ଆୱାରେ ଚଳିତ ୱାର୍ଲ୍ଡ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏଥିସହ ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାରେ ସଫଳ ହୋଇଛି। ଏହା ପୂର୍ବରୁ ରବିବାର ଭାରତର ଯୁବ ରେସଲର ଦୀପକ ପୁନିଆ ଆହତ ଯୋଗୁ ଫାଇନାଲରେ ଲଢ଼ିପାରିନଥିଲେ, ଯାହା ଫଳରେ ସେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ। ଆୱାରେ ୬୧ କେଜି ବର୍ଗର ବ୍ରୋଞ୍ଜ ପଦକ ମୁକାବିଲାରେ ୨୦୧୭ର ପ୍ୟାନ୍ ଆମେରିକା ଚାମ୍ପିୟନ୍ ଟାଇଟର୍ ଲି ଗ୍ରାଫଙ୍କୁ ୧୧-୪ରେ ହରାଇ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚାଇଛନ୍ତି।

ଭାରତ ପକ୍ଷରୁ ପୁରୁଷ ବର୍ଗରେ ଦୀପକ ପୁନିଆ ରୌପ୍ୟ ପଦକ ଜିତିଥିବା ବେଳେ ବଜରଙ୍ଗ ପୁନିଆ, ରାହୁଲ, ରବି କୁମାର ଦାହିୟା ଏବଂ ମହିଳା ବର୍ଗରେ ଭିନେଶ ଫୋଗଟ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ୨୦୧୩ରେ ଆୟୋଜିତ ବିଶ୍ୱ ଚାମ୍ପିୟନଶିପରେ ଭାରତ ତିନୋଟି ପଦକ ଜିତିଥିଲା। ଉକ୍ତ ସଂସ୍କରଣରେ ଅମିତ୍ ଦାହିୟା (ରୌପ୍ୟ), ବଜରଙ୍ଗ ପୁନିଆ (ବ୍ରୋଞ୍ଜ) ଏବଂ ସନ୍ଦୀପ ତୁଲସୀ (ଗ୍ରୀକୋ-ରୋମାନରେ ବ୍ରୋଞ୍ଜ) ପଦକ ଜିତିଥିଲେ।

ଆୱାରେ ନିଜ ମୁକାବିଲାରେ ସମ୍ପୂର୍ଣ୍ଣ ଲୟରେ ଥିଲେ ଏବଂ ନିଜ କ୍ୟାରିୟରର ସବୁଠାରୁ ବଡ଼ ପଦକ ଜିତିବାରେ ସଫଳ ହୋଇଛନ୍ତି । ମହାରାଷ୍ଟ୍ରର ଏହି ରେସଲର୍ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ତଥା ଏସିଆନ୍ ଚାମ୍ପିୟନଶିପ୍ (୨୦୦୯ ଓ ୨୦୧୧)ରେ ବ୍ରୋଞ୍ଜ ପଦକ ଜିତିଥିଲେ।

ଆମେରିକାର ରେସଲର୍ ଆରମ୍ଭରୁ ଆୱାରେଙ୍କ ଗୋଡ଼କୁ ଆକ୍ରମଣ କରି ଦୁଇ ପଏଣ୍ଟ ଅର୍ଜନ କରିଥିଲେ, କିନ୍ତୁ ଏହା ପରେ ଭାରତୀୟ ରେସଲର୍ ଜଣକ ସର୍ତକତାର ସହ ଲଢ଼ିଥିଲେ। ଆୱାରେ ତୁରନ୍ତ ୪-୨ରେ ଆଗୁଆ ହୋଇଥିଲେ । ଦ୍ୱିତୀୟ ପିରିୟଡରେ ଆୱାରେଙ୍କ ଗୋଡ଼କୁ ନିୟନ୍ତ୍ରଣରେ କରିଥିଲେ, କିନ୍ତୁ ଭାରତୀୟ ରେସଲର୍ ତାଙ୍କ କବଜାରୁ ବାହାରି ଆସିଥିଲେ। ଏହା ପରେ ଆୱାରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇ ମୁକାବିଲାକୁ ୧୦-୪ରେ ଜିତି ନେଇଥିଲେ।

Related story