କରୋନା ଭାଇରସ୍ ପ୍ରଭାବ: ଅଜଲାନ୍ ଶାହ କପ୍ ହକି ସ୍ଥଗିତ

ନୂଆଦିଲ୍ଲୀ: ସାରା ଦୁନିଆକୁ ଏବେ କରୋନା ଭାଇରସ ଆତଙ୍କିତ କରିଛି। ଏହି ଭାଇରସ୍ ଏବେ କ୍ରୀଡ଼ା ଜଗତ ଉପରେ ମଧ୍ୟ ପ୍ରଭାବ ପକାଇଛି। କରୋନା ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ସୋମବାର ପ୍ରତିଷ୍ଠିତ ଅଜଲାନ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟର ୨୯ତମ ସଂସ୍କରଣକୁ ସ୍ଥଗିତ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ଏପ୍ରିଲ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ମ୍ୟାଲେସିୟାର ଇପୋଠାରେ ଆୟୋଜିତ ହେବାର ଥିଲା। କିନ୍ତୁ ଏବେ ଏହାକୁ ଚାରିମାସ ଘୁଞ୍ଚାଇ ଦିଆଯାଇଛି […]

hockey

Ranjit Kumar Jena
  • Published: Monday, 02 March 2020
  • , Updated: 02 March 2020, 05:26 PM IST

ନୂଆଦିଲ୍ଲୀ: ସାରା ଦୁନିଆକୁ ଏବେ କରୋନା ଭାଇରସ ଆତଙ୍କିତ କରିଛି। ଏହି ଭାଇରସ୍ ଏବେ କ୍ରୀଡ଼ା ଜଗତ ଉପରେ ମଧ୍ୟ ପ୍ରଭାବ ପକାଇଛି। କରୋନା ସଂକ୍ରମଣର ବିପଦକୁ ଦୃଷ୍ଟିରେ ରଖି ସୋମବାର ପ୍ରତିଷ୍ଠିତ ଅଜଲାନ ଶାହ କପ୍ ହକି ଟୁର୍ଣ୍ଣାମେଣ୍ଟର ୨୯ତମ ସଂସ୍କରଣକୁ ସ୍ଥଗିତ କରାଯାଇଛି।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଏହି ଟୁର୍ଣ୍ଣାମେଣ୍ଟ ଏପ୍ରିଲ ୧୧ରୁ ୧୮ ତାରିଖ ପର୍ଯ୍ୟନ୍ତ ମ୍ୟାଲେସିୟାର ଇପୋଠାରେ ଆୟୋଜିତ ହେବାର ଥିଲା। କିନ୍ତୁ ଏବେ ଏହାକୁ ଚାରିମାସ ଘୁଞ୍ଚାଇ ଦିଆଯାଇଛି ଏବଂ ନୂଆ କ୍ରୀଡ଼ାସୂଚୀ ଅନୁଯାୟୀ ଏହା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ମାରାତ୍ମକ କରୋନା ଭାଇରସ୍ କାରଣରୁ ପୂର୍ବରୁ ଅନେକ କ୍ରୀଡ଼ା ପ୍ରତିଯୋଗିତା ବାତିଲ୍‌, ସ୍ଥଗିତ ଏବଂ ସ୍ଥାନାନ୍ତର କରାଯାଇଛି। ଏହାର ପ୍ରଭାବରେ ସାରା ବିଶ୍ୱରେ ୩ହଜାରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇସାରିଛନ୍ତି ଏବଂ ୧ଲକ୍ଷରୁ ଅଧିକ ଏହି ରୋଗରେ ଆକ୍ରାନ୍ତ ମଧ୍ୟ ଅଛନ୍ତି।

କରୋନା କାରଣରୁ କତାରର ରାଜଧାନୀ ଦୋହାରେ ମାର୍ଚ୍ଚ ୮ ତାରିଖରୁ ହେବାକୁଥିବା ମୋଟୋ ଜିପି ସିଜନର ପ୍ରଥମ ରେସକୁ ବାତିଲ କରିଦିଆଯାଇଛି। ସେହିପରି ଏପ୍ରିଲ୍ ୧୯ ତାରିଖରେ ସାଙ୍ଘାଇରେ ହେବାକୁଥିବା ଫର୍ମୂଲା ୱାନ୍ ଚାଇନିଜ୍ ଗ୍ରାଁ ପ୍ରି ଏବଂ ଦକ୍ଷିଣ କୋରିଆରେ ହେବାକୁଥିବା ଏସିଆନ୍ ବକ୍ସିଂ କ୍ୱାଲିଫାୟର୍ସ, ୱାର୍ଲ୍ଡ ଟେବୁଲ୍ ଟେନିସ୍ ଚାମ୍ପିୟନଶିପକୁ ମଧ୍ୟ ବାତିଲ କରାଯାଇଛି।

Related story