ଅଷ୍ଟ୍ରେଲିଆନ୍ ଓପନ୍‌: ମହିଳା ଡବଲ୍ସରେ ମ୍ଲାଦେନୋଭିଚ୍‌-ବାବୋସଙ୍କୁ ଟାଇଟଲ୍‌

ମେଲବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପ୍ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଡବଲ୍ସରେ ଫ୍ରାନ୍ସ ଓ ହଙ୍ଗେରୀ ଯୋଡ଼ି କ୍ରିଷ୍ଟିନା ମ୍ଲାଦେନୋଭିଚ୍ ଓ ଟିମିଆ ବାବୋସ୍ ଚାମ୍ପିୟନ୍ ହୋଇଛନ୍ତି। ଶୁକ୍ରବାର ମ୍ଲାଦେନୋଭିଚ୍ ଓ ବାବୋସଙ୍କ ଯୋଡ଼ି ମହିଳା ଡବଲ୍ସ ଟାଇଟଲ୍ ଲଢ଼େଇରେ ଟପ୍ ସିଡ୍ ସି ସୁ-ୱେଇ ଏବଂ ବାର୍ବୋରା ଷ୍ଟ୍ରାଇକୋଭାଙ୍କୁ ହରାଇ ଦ୍ୱିତୀୟଥର ମେଲବର୍ଣ୍ଣରେ ଚାମ୍ପିୟନ୍ ମୁକୁଟ ପିନ୍ଧିଛନ୍ତି। ତିନିବର୍ଷ ତଳେ ଏଠାରେ ଟାଇଟଲ୍ ଜିତିଥିବ ଫ୍ରାନ୍ସ ଓ ହଙ୍ଗେରୀ ଯୋଡ଼ି ଫାଇନାଲରେ ସିଧାସଳଖ ୬-୨, […]

aus-open

Ranjit Kumar Jena
  • Published: Friday, 31 January 2020
  • , Updated: 31 January 2020, 05:09 PM IST

ମେଲବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପ୍ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ଡବଲ୍ସରେ ଫ୍ରାନ୍ସ ଓ ହଙ୍ଗେରୀ ଯୋଡ଼ି କ୍ରିଷ୍ଟିନା ମ୍ଲାଦେନୋଭିଚ୍ ଓ ଟିମିଆ ବାବୋସ୍ ଚାମ୍ପିୟନ୍ ହୋଇଛନ୍ତି। ଶୁକ୍ରବାର ମ୍ଲାଦେନୋଭିଚ୍ ଓ ବାବୋସଙ୍କ ଯୋଡ଼ି ମହିଳା ଡବଲ୍ସ ଟାଇଟଲ୍ ଲଢ଼େଇରେ ଟପ୍ ସିଡ୍ ସି ସୁ-ୱେଇ ଏବଂ ବାର୍ବୋରା ଷ୍ଟ୍ରାଇକୋଭାଙ୍କୁ ହରାଇ ଦ୍ୱିତୀୟଥର ମେଲବର୍ଣ୍ଣରେ ଚାମ୍ପିୟନ୍ ମୁକୁଟ ପିନ୍ଧିଛନ୍ତି।

ତିନିବର୍ଷ ତଳେ ଏଠାରେ ଟାଇଟଲ୍ ଜିତିଥିବ ଫ୍ରାନ୍ସ ଓ ହଙ୍ଗେରୀ ଯୋଡ଼ି ଫାଇନାଲରେ ସିଧାସଳଖ ୬-୨, ୬-୧ ସେଟରେ ବିଜୟୀ ହୋଇଥିଲେ। ନଭେମ୍ବରରେ ଫେଡ୍ କପ୍ ଟାଇଟଲ୍ ଜିତିଥିବା ମ୍ଲାଦେନୋଭିଚ୍ ଓ ବାବୋସ୍ ଗତବର୍ଷ ଅଷ୍ଟ୍ରେଲିଆନ୍ ଓପନର ଫାଇନାଲରେ ପହଞ୍ଚିଥିଲେ ହେଁ, ସାମନ୍ତା ଷ୍ଟୋସୁର୍ ଓ ଝାଙ୍ଗ ଶୁଇଙ୍କ ନିକଟରୁ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲେ।

ଦ୍ୱିର୍ତୀୟ ସିଡ୍ ଏହି ଯୋଡ଼ି ଗତବର୍ଷ ୱିମ୍ବଲଡନ୍ ସେମି ଫାଇନାଲରେ ସୁ-ୱେଇ ଓ ଷ୍ଟ୍ରାଇକୋଭାଙ୍କ ଠାରୁ ହାରିଯାଇଥିଲେ। କିନ୍ତୁ ଏଠାରେ ଦୁହେଁ କୌଣସି ଭୁଲ୍ ନକରି ଟାଇଟଲ୍ ଉପରେ କବଜା କରିଛନ୍ତି।

Related story