ନିଜ ସ୍ୱର୍ଣ୍ଣ ପଦକ ଅଭିନନ୍ଦନଙ୍କୁ ସମର୍ପଣ କଲେ ବଜରଙ୍ଗ

ନୂଆଦିଲ୍ଲୀ: ଭାରତୀୟ ରେସଲର ବଜରଙ୍ଗ ପୁନିଆ ଓ ପୂଜା ଧାନ୍ଦା ବୁଲଗେରିଆର ରୁଷେଠାରେ ଚାଲିଥିବା ଡାନ କୋଲୋଭ-ନିକୋଲା ପେଟ୍ରୋଭ ଟୁର୍ଣ୍ଣାମେଣ୍ଟର ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବଜରଙ୍ଗ ୬୫ କେଜି ଫ୍ରିଷ୍ଟାଇଲ୍ ବର୍ଗର ଫାଇନାଲରେ ଆମେରିକାର ଜୋର୍ଡନ୍ ଓଲିଭରଙ୍କୁ ୧୨-୩ରେ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ବଜରଙ୍ଗ ୦-୩ରେ ପଛୁଆ ଥିଲେ, କିନ୍ତୁ ଏହା ପରେ ସେ ଲଗାତାର ୧୨ ପଏଣ୍ଟ ନେଇ ଚାମ୍ପିଅନ୍ ହୋଇଥିଲେ । ବଜରଙ୍ଗ ନିଜର […]

pu

Hemant Lenka
  • Published: Sunday, 03 March 2019
  • , Updated: 03 March 2019, 09:09 PM IST

ନୂଆଦିଲ୍ଲୀ: ଭାରତୀୟ ରେସଲର ବଜରଙ୍ଗ ପୁନିଆ ଓ ପୂଜା ଧାନ୍ଦା ବୁଲଗେରିଆର ରୁଷେଠାରେ ଚାଲିଥିବା ଡାନ କୋଲୋଭ-ନିକୋଲା ପେଟ୍ରୋଭ ଟୁର୍ଣ୍ଣାମେଣ୍ଟର ନିଜ ନିଜ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ବଜରଙ୍ଗ ୬୫ କେଜି ଫ୍ରିଷ୍ଟାଇଲ୍ ବର୍ଗର ଫାଇନାଲରେ ଆମେରିକାର ଜୋର୍ଡନ୍ ଓଲିଭରଙ୍କୁ ୧୨-୩ରେ ହରାଇ ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି ।

ବଜରଙ୍ଗ ୦-୩ରେ ପଛୁଆ ଥିଲେ, କିନ୍ତୁ ଏହା ପରେ ସେ ଲଗାତାର ୧୨ ପଏଣ୍ଟ ନେଇ ଚାମ୍ପିଅନ୍ ହୋଇଥିଲେ । ବଜରଙ୍ଗ ନିଜର ଏହି ସ୍ୱର୍ଣ୍ଣ ପଦକକୁ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସମର୍ପିତ କରିଛନ୍ତି । ଏ ନେଇ ବଜରଙ୍ଗ କହିଛନ୍ତି, ଅଭିନନ୍ଦନ ମୋତେ ବହୁତ ପ୍ରଭାବିତ କରିଛନ୍ତି । ମୁଁ ତାଙ୍କୁ ସାକ୍ଷାତକରି ହାତ ମିଳାଇବାକୁ ଚାହୁଁଛି ।

ସେହିପରି ଚଳିତ ଟୁର୍ଣ୍ଣାମେଣ୍ଟର ୫୯ କେଜି ଫ୍ରିଷ୍ଟାଇଲ୍ ବର୍ଗରେ ୨୦୧୮ ବିଶ୍ୱ ଚାମ୍ପିଅନଶିପ୍ ବ୍ରୋଞ୍ଜ ପଦକ ବିଜେତା ପୂଜା ରାଉଣ୍ଡ ରବିନ୍ ଫର୍ମାଟରେ କୌଣସି ମ୍ୟାଚ୍ ନହାରି ସ୍ୱର୍ଣ୍ଣ ପଦକ ଅକ୍ତିଆର କରିଛନ୍ତି । ସେ ତିନୋଟି ମ୍ୟାଚ୍ ଜିତି ଏହି ସଫଳତା ଅର୍ଜନ କରିଛନ୍ତି । ଏହା ପୂର୍ବରୁ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ସାକ୍ଷୀ ମଲିକ୍ ୬୫ କେଜି ବର୍ଗରେ ରୌପ୍ୟ ପଦକ ଜିତିଥିଲେ । ସାକ୍ଷୀ ଫାଇନାଲରେ ସ୍ୱିଡେନର ହେନା ଜୋହାନସନଙ୍କଠାରୁ ୩-୮ରେ ହାରିଯାଇଥିଲେ ।

Related story