ବାଂଲା ବିପକ୍ଷ ସିରିଜ ପରାଜୟ ଲାଗି ନିଜକୁ ଦାୟୀ କଲେ ଧୋନୀ

ଢାକା: ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ ନିଜକୁ ଦାୟୀ କରିଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଏପରି କି ଦଳର ହିତ ଲାଗି ସେ ଅଧିନାୟକ ପଦ ଛାଡିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ତାଙ୍କ ଏହି ବୟାନ ପରେ ଭାରତୀୟ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି । ଧୋନୀ ଗତବର୍ଷ ଅେଷ୍ଟ୍ରଲିଆ ଟୁର୍ ମଝିରେ ଟେଷ୍ଟ ଟିମର ଅଧିନାୟକ ପଦରୁ ଇସ୍ତଫ। ଦେଇଥିଲେ । ରବିବାର ମ୍ୟାଚ ପରେ ସାମ୍ୱାଦିକ ସମ୍ମିଳନୀରେ […]

DHONI

Rakesh Mallick
  • Published: Monday, 22 June 2015
  • , Updated: 22 June 2015, 04:45 AM IST

ଢାକା: ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ହାରିବା ପରେ ନିଜକୁ ଦାୟୀ କରିଛନ୍ତି ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଏପରି କି ଦଳର ହିତ ଲାଗି ସେ ଅଧିନାୟକ ପଦ ଛାଡିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ତାଙ୍କ ଏହି ବୟାନ ପରେ ଭାରତୀୟ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି । ଧୋନୀ ଗତବର୍ଷ ଅେଷ୍ଟ୍ରଲିଆ ଟୁର୍ ମଝିରେ ଟେଷ୍ଟ ଟିମର ଅଧିନାୟକ ପଦରୁ ଇସ୍ତଫ। ଦେଇଥିଲେ । ରବିବାର ମ୍ୟାଚ ପରେ ସାମ୍ୱାଦିକ ସମ୍ମିଳନୀରେ ଧୋନୀ କହିଛନ୍ତି, ସିରିଜ ପରାଜୟ ଲାଗି ପ୍ରଥମ ବ୍ୟକ୍ତି ଭାବେ ସେ ହିଁ ଦାୟୀ । ଯଦି ମୁଁ ଅଧିନାୟକତ୍ୱ ପଦ ଛାଡି ଦେଲେ ଭାରତୀୟ କ୍ରିକେଟର ଭଲ ହେବ ତେବେ ଏଥିପାଇଁ ମୁଁ ପ୍ରସ୍ତୁତି ଅଛି । ଏହାସହ ସେ ଅଧିନାୟକ ପଦ ଛାଡିବା ପରେ ଦେଶ ପାଇଁ ଖେଳିବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ରବିବାର ଦ୍ୱିତୀୟ ଦିନିକିଆରେ ଭାରତ ବାଂଲାଦେଶଠାରୁ ୬ ଉଇକେଟରେ ପରାସ୍ତ ହେବା ସହ ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ସିରିଜ ହାରିଥିଲା ।

Related story