ବାଂଲାଦେଶ ସିରିଜ୍ ଜିତିଲା, ଭାରତ ସମ୍ମାନ ରଖିଲା

ମୀରପୁର: ସମ୍ମାନ ରଖିଲା ଭାରତ। ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚଟିକୁ ଆଜି ଜିତି ଯାଇଛି ଭାରତ। ଏହା ସହିତ ଭାରତ ୨-୧ରେ ସିରିଜ୍ ହାରି ଯାଇଛି। ଆଉ ପ୍ରାୟ ମାସେ ତଳେ ପାକିସ୍ତାନକୁ ୩-୦ରେ ହରାଇ ବିଜୟୀ ହୋଇଥିବା ବାଂଲା ଟିମ୍ ଲଗାତାର ଆଉ ଏକ ସିରିଜ ବିଜୟ ହୋଇଛି। ବାଂଲାଦେଶ ବୋଲର ମୁସ୍ତାଫିଜୁରଙ୍କୁ ମ୍ୟାନ୍ ଅଫ୍ ଦ ସିରିଜ୍ ଓ ଭାରତର ସୁରେଶ ରୈନାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ରୈନା […]

raina

Rakesh Mallick
  • Published: Wednesday, 24 June 2015
  • , Updated: 24 June 2015, 05:33 PM IST

ମୀରପୁର: ସମ୍ମାନ ରଖିଲା ଭାରତ। ବାଂଲାଦେଶ ବିପକ୍ଷ ଶେଷ ମ୍ୟାଚଟିକୁ ଆଜି ଜିତି ଯାଇଛି ଭାରତ। ଏହା ସହିତ ଭାରତ ୨-୧ରେ ସିରିଜ୍ ହାରି ଯାଇଛି। ଆଉ ପ୍ରାୟ ମାସେ ତଳେ ପାକିସ୍ତାନକୁ ୩-୦ରେ ହରାଇ ବିଜୟୀ ହୋଇଥିବା ବାଂଲା ଟିମ୍ ଲଗାତାର ଆଉ ଏକ ସିରିଜ ବିଜୟ ହୋଇଛି। ବାଂଲାଦେଶ ବୋଲର ମୁସ୍ତାଫିଜୁରଙ୍କୁ ମ୍ୟାନ୍ ଅଫ୍ ଦ ସିରିଜ୍ ଓ ଭାରତର ସୁରେଶ ରୈନାଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା। ରୈନା ଆଜି ୩୮ ରନ୍ କରିବା ସହିତ ୩ ୱିକେଟ୍ ମଧ୍ୟ ନେଇଥିଲେ।

ପୂର୍ବରୁ ସିରିଜ୍ ହାରି ସାରିଥିବା ଧୋନୀ ବାହିନୀ ଆଜି ସମ୍ମାନ ରକ୍ଷା ପାଇଁ ଖେଳି ଥିଲେ। ୩-୦ରେ ସିରିଜ୍ ନହାରିବା ଲକ୍ଷ୍ୟ ନେଇ ଦଳ ଦମ୍ ଲଗାଇ ଥିଲା। ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୭ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଶିଖର ଧାୱନ ସର୍ବାଧିକ ୭୫ ରନ୍ କରିଥିଲେ। ଧୋନୀ ୬୫ ରନ ଯୋଡ଼ି ଥିଲେ। ସୁରେଶ ରୈନା ୩୮ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ମଶ୍ରାଫ୍ ମୋରତାଜ୍ ୭୬ ରନ୍ ଦେଇ ୩ ୱିକେଟ୍ ନେଇଥିବା ବେଳେ ମୁସ୍ତାଫିଜୁର ରହମାନ ୫୭ ରନ୍ ବିନିମୟରେ ହାତେଇ ଥିଲେ ୨ ୱିକେଟ୍।

ତେବେ ଗତ ଦୁଇ ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିବା ବାଂଲା ଟିମ୍ ଆଜି ଏହି ଲକ୍ଷ୍ୟ ପୂରଣ କରିପାରିଲା ନାହିଁ। ପୂରା ଟିମ୍ ୪୭ ଓଭରରେ ୨୪୦ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା। ଦଳ ପକ୍ଷରୁ ସୌମ୍ୟ ସରକାର ୪୦ ରନ୍ କରିଥିବା ବେଳେ ଲିଟ୍ଟୋନ ଦାସ ୩୪ ଓ ସବୀର ରହମାନ ୪୩ ରନ୍ କରିଥିଲେ।  ଭାରତ ପକ୍ଷରୁ ଧାୱଲ କୁଲକର୍ଣ୍ଣି ୩୪ ରନ୍ ଦେଇ ୨ଟି ୱିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନୀ ୩୫ ରନ୍ ବିନିମୟରେ ପାଇଥିଲେ ୨ଟି ୱିକେଟ୍। ସୁରେଶ ରୈନା ୪୫ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

Related story