ବାଂଲାଦେଶ ସମ୍ମୁଖରେ ୪୫୯ ରନ୍‌ର ବିଜୟ ଲକ୍ଷ୍ୟ

ହାଇଦ୍ରାବାଦ୍‌: ଭାରତ ବାଂଲାଦେଶ ବିପକ୍ଷରେ ୪୫୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଆଜି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ୱିକେଟ୍‌ ହରାଇ ୧୦୩ ରନ୍‌ କରିଛି। ମହମ୍ମଦୁଲ୍ଲା ୯ ଏବଂ ସକିମ ଅଲ୍ଲ ହସନ ୨୧ ରନ୍‌ କରି ଅପରାଜିତ ଅଛନ୍ତି। ଆଉ ଗୋଟିଏ ଦିନ ଖେଳ ବାକି ଥିବା ବେଳେ ବାଂଲାଦେଶକୁ ବିଜୟ ପାଇଁ ୩୫୬ ରନ୍‌ର ଆବଶ୍ୟକତା ରହିଛି। ଭାରତ ପକ୍ଷରୁ ରବୀଚନ୍ଦ୍ରନ ଅଶ୍ୱିନ ୨ଟି ଏବଂ ରବୀନ୍ଦ୍ର ଜାଡେଜା […]

ashwin

Rakesh Mallick
  • Published: Sunday, 12 February 2017
  • , Updated: 12 February 2017, 10:52 PM IST

ହାଇଦ୍ରାବାଦ୍‌: ଭାରତ ବାଂଲାଦେଶ ବିପକ୍ଷରେ ୪୫୯ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଆଜି ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ୱିକେଟ୍‌ ହରାଇ ୧୦୩ ରନ୍‌ କରିଛି। ମହମ୍ମଦୁଲ୍ଲା ୯ ଏବଂ ସକିମ ଅଲ୍ଲ ହସନ ୨୧ ରନ୍‌ କରି ଅପରାଜିତ ଅଛନ୍ତି। ଆଉ ଗୋଟିଏ ଦିନ ଖେଳ ବାକି ଥିବା ବେଳେ ବାଂଲାଦେଶକୁ ବିଜୟ ପାଇଁ ୩୫୬ ରନ୍‌ର ଆବଶ୍ୟକତା ରହିଛି।

ଭାରତ ପକ୍ଷରୁ ରବୀଚନ୍ଦ୍ରନ ଅଶ୍ୱିନ ୨ଟି ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍‌ ନେଇଛନ୍ତି।

ଗତକାଲି ୩୨୨/୬ରୁ ଖେଳ ଆରମ୍ଭ କରିଥିବା ବାଂଲାଦେଶ ୩୮୮ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ଚେତେଶ୍ୱର ପୂଜାରାଙ୍କ ଅପରାଜିତ ୫୮ ରନ୍‌ ବଳରେ  ୧୫୯/୪ରେ ପାଳି ଘୋଷଣା କରିଥିଲା।

ପ୍ରଥମ ଇନିଂସ୍‌ରେ ଭାରତ ୬ ୱିକେଟ୍‌ ହରାଇ ୬୮୭ ରନରେ ପାଳି ଘୋଷଣା କରିଥିଲା।

Related story