ନିର୍ଣ୍ଣାୟକ ଟି-୨୦ରେ ଟସ୍‌ ହାରିଲା ଭାରତ, ପ୍ରଥମେ ବ୍ୟାଟିଂ କରିବ

ନାଗପୁର: ବାଂଲାଦେଶ ବିପକ୍ଷ ତୃତୀୟ ତଥା ସିରିଜ୍‌ ନିର୍ଣ୍ଣାୟକ ଟି-୨୦ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ଚେଜ୍‌ କରିବାରେ ସହାୟକ ହେଉଥିବା ନାଗପୁର ପିଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ଦିଲ୍ଲୀ ଟି-୨୦ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ଦଳକୁ ମ୍ୟାଚ ହାରିବାକୁ ପଡ଼ିଥିଲା। ସେହିପରି ଦ୍ୱିତୀୟ ଟି-୨୦ରେ ପଛରେ ବ୍ୟାଟିଂ କରି ଦଳ ଏକତରଫା ଭାବେ ବାଂଲାଦେଶକୁ ହରାଇଥିଲା। ଆଜି ମଧ୍ୟ ଟିମ୍‌ ଇଣ୍ଡିଆର କାମଚଳା […]

cb

Hemant Lenka
  • Published: Sunday, 10 November 2019
  • , Updated: 10 November 2019, 06:45 PM IST

ନାଗପୁର: ବାଂଲାଦେଶ ବିପକ୍ଷ ତୃତୀୟ ତଥା ସିରିଜ୍‌ ନିର୍ଣ୍ଣାୟକ ଟି-୨୦ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ହାରି ଯାଇଛନ୍ତି। ଚେଜ୍‌ କରିବାରେ ସହାୟକ ହେଉଥିବା ନାଗପୁର ପିଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ଦିଲ୍ଲୀ ଟି-୨୦ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲେ ହେଁ ଦଳକୁ ମ୍ୟାଚ ହାରିବାକୁ ପଡ଼ିଥିଲା। ସେହିପରି ଦ୍ୱିତୀୟ ଟି-୨୦ରେ ପଛରେ ବ୍ୟାଟିଂ କରି ଦଳ ଏକତରଫା ଭାବେ ବାଂଲାଦେଶକୁ ହରାଇଥିଲା।

ଆଜି ମଧ୍ୟ ଟିମ୍‌ ଇଣ୍ଡିଆର କାମଚଳା ଅଧିନାୟକ ରୋହିତ ଶର୍ମା ଚେଜ୍‌ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ବାଂଲାଦେଶ ଅଧିନାୟକ ମହମଦୁଲ୍ଲା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଭାରତ ପ୍ରଥମେ ବ୍ୟାଟିଂ କରି କେତେ ରନ୍‌ କରୁଛି, ତା’ ଉପରେ ସମସ୍ତଙ୍କ ନଜର।

ଅନ୍ୟପକ୍ଷରେ ଆଜି ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ଲେଖାଏ ପରିବର୍ତ୍ତନ କରିଛନ୍ତି। ଦୁଇଟି ଯାକ ମ୍ୟାଚ୍‌ରେ ବୋଲିଂରେ ଅତ୍ୟନ୍ତ ନୈରାଶ୍ୟଜନ ପ୍ରଦର୍ଶନ କରିଥିବା ଖଲୀଲ ଅହମ୍ମଦଙ୍କୁ ଆଜି ବେଞ୍ଚରେ ବସିବାକୁ ପଡ଼ିପାରେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ତାଙ୍କୁ ପୁଣିଥରେ ସୁଯୋଗ ଦେଇଛି। ତେବେ ବାମହାତୀ ସ୍ପିନର କ୍ରୁନାଲ ପାଣ୍ଡ୍ୟାଙ୍କ ବଦଳରେ ଦଳ ଅତିରିକ୍ତ ବ୍ୟାଟସମ୍ୟାନ ଭାବେ ମନୀଷ ପାଣ୍ଡେଙ୍କୁ ସାମିଲ କରିଛି।

ସେହିପରି ବାଂଲାଦେଶ ମଧ୍ୟ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଦଳ ମୋସ୍କାଡିକଙ୍କ ବଦଳରେ ମହମ୍ମଦ ମିଥୁନଙ୍କୁ ସୁଯୋଗ ଦେଇଛି।

https://twitter.com/i/status/1193515541773729794

Related story