ଫେବୃଆରୀରେ ଭାରତରେ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳିବ ବାଂଲାଦେଶ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ ମାସରେ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳିବା ପାଇଁ ବାଂଲାଦେଶ ଭାରତ ଆସିବ। ୨୦୦୦ ମସିହାରେ ବାଂଲାଦେଶ ଟେଷ୍ଟ ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ ଏକ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ଭାରତ ଆସିବ। ଏ ସଂପର୍କରେ ସୂଚନା ଦେଇ ବିସିସିଆଇ ସଚିବ ଅଜୟ ସିରକେ କହିଛନ୍ତି,“୨୦୧୭ ଫେବୃଆରୀ ୧୨ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତଜାର୍ତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଭାରତ ସହିତ ବାଂଲାଦେଶ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳିବ। ଭାରତ […]

bangla-team

Rakesh Mallick
  • Published: Wednesday, 03 August 2016
  • , Updated: 03 August 2016, 06:08 PM IST

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଫେବୃଆରୀ ମାସରେ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳିବା ପାଇଁ ବାଂଲାଦେଶ ଭାରତ ଆସିବ। ୨୦୦୦ ମସିହାରେ ବାଂଲାଦେଶ ଟେଷ୍ଟ ମାନ୍ୟତା ପାଇବା ପରେ ପ୍ରଥମ ଥର ପାଇଁ ଏକ ଟେଷ୍ଟ୍ ମ୍ୟାଚ୍ ଖେଳିବାକୁ ଭାରତ ଆସିବ।

ଏ ସଂପର୍କରେ ସୂଚନା ଦେଇ ବିସିସିଆଇ ସଚିବ ଅଜୟ ସିରକେ କହିଛନ୍ତି,“୨୦୧୭ ଫେବୃଆରୀ ୧୨ ତାରିଖରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତଜାର୍ତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଭାରତ ସହିତ ବାଂଲାଦେଶ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳିବ। ଭାରତ ଏକ ଆଗଧାଡ଼ିର ଟେଷ୍ଟ୍‌ ଟିମ୍ ହୋଇଥିବାରୁ ଟେଷ୍ଟ୍ ଖେଳୁଥିବା ସମସ୍ତ ଦେଶକୁ ସୁଯୋଗ ଦେବା ଏହାର ଦାୟିତ୍ୱ।”

ବାଂଲାଦେଶ କ୍ରିକେଟ୍ ବୋର୍ଡ ସଭାପତି ନଜମୁଲ ହାସନ କହିଛନ୍ତି ଯେ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ହେଲେ ବି ଏହା ତାଙ୍କର ଖେଳାଳି ଓ ଦେଶବାସୀଙ୍କ ପାଇଁ ଏହା ଏକ ସମ୍ମାନ। ଭାରତରେ ଏକ ଟେଷ୍ଟ୍‌ ମ୍ୟାଚ୍ ଖେଳିବା ପାଇଁ ବାଂଲାଦେଶର ଅପେକ୍ଷା ଶେଷ ହୋଇଛି ବୋଲି ସେ କହିଛନ୍ତି।

Related story