ବାରବାଟୀ ଟି-ଟ୍ୱେଣ୍ଟି: ଆଜି ଭୁବନେଶ୍ୱର ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍

ଭୁବନେଶ୍ୱର: ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍। ଉଭୟ ଟିମରେ ଖେଳାଳି ଆଜି ଅପରାହ୍ନ ୫ଟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ ମେ ଫେୟାରକୁ ନିଆଯିବ। ଏଥିପାଇଁ ବିମାନ ବନ୍ଦରରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ପ୍ରମୁଖ ଛକ ଗୁଡିକଠାରେ ବ୍ୟାରିକେଡ୍ ବ୍ୟବସ୍ଥା […]

ti-20 match

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 09:10 AM IST

ଭୁବନେଶ୍ୱର: ବାରବାଟୀ ଟି-ଟ୍ୱେଣ୍ଟି ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍। ଉଭୟ ଟିମରେ ଖେଳାଳି ଆଜି ଅପରାହ୍ନ ୫ଟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ଏହାପରେ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ହୋଟେଲ ମେ ଫେୟାରକୁ ନିଆଯିବ। ଏଥିପାଇଁ ବିମାନ ବନ୍ଦରରୁ ଆରମ୍ଭ କରି ହୋଟେଲ ପର୍ଯ୍ୟନ୍ତ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ପ୍ରମୁଖ ଛକ ଗୁଡିକଠାରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ଖେଳାଳିଙ୍କ ସୁରକ୍ଷା ପାଇଁ ୨୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସେଥି ମଧ୍ୟରୁ ହୋଟେଲରେ ୧୦ ପ୍ଲାଟୁନ ଫୋର୍ସ  ମୁତୟନ କରାଯାଇଛି। ସେପଟେ ଖେଳାଳିଙ୍କ ସ୍ୱାଗତ ପାଇଁ ହୋଟେଲ ମଧ୍ୟ ପ୍ରସ୍ତୁତ କରାଯାଇଛି। ଖେଳାଳି ଓ ଅଫିସିଆଲଙ୍କ ପାଇଁ ୯୨ଟି ରୁମ୍ ବୁକ୍ ହୋଇଛି। ପାରମ୍ପରିକ ଢଙ୍ଗରେ ଖେଳାଳିଙ୍କୁ ସ୍ୱାଗତ କରାଯିବା ସହ ସେମାନଙ୍କ ଖାଇବା ଲାଗି ମେନ୍ୟୁ ଲିଷ୍ଟ, ଜିମ, ସ୍ପା ପ୍ରସ୍ତୁତ ଥିବା ହୋଟେଲ ପକ୍ଷରୁ କୁହାଯାଇଛି। ୪ ଦିନ ରହଣୀ ଭିତରେ ମଲଟି କ୍ୟୁଜିନ୍ ରେଷ୍ଟୁରାଣ୍ଡ ଟି-ପଟ୍ ଏବଂ ଓରିଆଣ୍ଟାଲ ରେଷ୍ଟୁରାଣ୍ଟ ଲେମନ ଗ୍ରାସରେ ଉଭୟ ଦଳର ଖେଳାଳିଙ୍କ ପାଇଁ ବ୍ରେକଫାଷ୍ଟ ଠାରୁ ଆରମ୍ଭ କରି ଅଲ୍ ଟାଇମ ଡାଇନିଂ ବ୍ୟବସ୍ଥା କରାଯାଇଛି।

Related story