ବାରବାଟୀ ଦିନିକିଆ: ଗୋଟିଏ ଦିନରେ ସବୁ ଟିକେଟ୍ ଶେଷ

କଟକ (ଓଡ଼ିଶା ରିପୋର୍ଟର): ରବିବାର ବାରବାଟୀରେ ଖେଳାଯିବାକୁ ଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ପାଇଁ ଆଜି କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ଦିନରେ ହିଁ ସବୁ ଟିକେଟ୍ ଶେଷ ହୋଇଯାଇଛି, ଯାହାକୁ ନେଇ ଦର୍ଶକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ପୂର୍ବରୁ ଟିକେଟ୍ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ବିକ୍ରି କରାଯିବ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ବୁଧବାର ଶୀତୁଆ ରାତିକୁ ଖାତିର୍ ନକରି କ୍ରିକେଟପ୍ରେମୀ ଟିକେଟ୍ ପାଇଁ କାଉଣ୍ଟର […]

ticket

ticket

Ranjit Kumar Jena
  • Published: Thursday, 19 December 2019
  • Updated: 19 December 2019, 09:59 PM IST

କଟକ (ଓଡ଼ିଶା ରିପୋର୍ଟର): ରବିବାର ବାରବାଟୀରେ ଖେଳାଯିବାକୁ ଥିବା ତୃତୀୟ ତଥା ନିର୍ଣ୍ଣାୟକ ଦିନିକିଆ ପାଇଁ ଆଜି କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ଦିନରେ ହିଁ ସବୁ ଟିକେଟ୍ ଶେଷ ହୋଇଯାଇଛି, ଯାହାକୁ ନେଇ ଦର୍ଶକଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି। ପୂର୍ବରୁ ଟିକେଟ୍ ଗୁରୁବାର ଓ ଶୁକ୍ରବାର ଦୁଇଦିନ ଧରି ବିକ୍ରି କରାଯିବ ବୋଲି ଘୋଷଣା କରାଯାଇଥିଲା। ଏଥିପାଇଁ ବୁଧବାର ଶୀତୁଆ ରାତିକୁ ଖାତିର୍ ନକରି କ୍ରିକେଟପ୍ରେମୀ ଟିକେଟ୍ ପାଇଁ କାଉଣ୍ଟର ଆଗରେ ଧାଡ଼ି ଲଗାଇଥିଲେ। ଆଜି ଯେଉଁମାନେ ଟିକେଟ୍ ପାଇଲେ, ସେମାନଙ୍କ ଖୁସି ନକହିଲେ ସରେ। କିନ୍ତୁ ଯେଉଁମାନେ ଟିକେଟ୍ ପାଇବାରୁ ବଞ୍ଚିତ ହେଲେ, ସେମାନଙ୍କୁ ମୁହଁରୁ ନିରାଶ ସ୍ପଷ୍ଟ ବାରି ହୋଇଯାଉଥିଲା।

ଗୁରୁବାର କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ୧୦୦୩୯ ଟିକେଟ୍ ରଖାଯାଇଥିଲାବେଳେ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ପୁଲିସର ଢ଼ିଲା ବ୍ୟବସ୍ଥା, ଘରୋଇ ସିକ୍ୟୁରିଟି ଗାର୍ଡ ଓ ବ୍ୟାଙ୍କ କର୍ମଚାରୀଙ୍କ ପଛ ଦ୍ବାର ହେରଫେର ଯୋଗୁଁ ପାଖାପାଖି ୫ହଜାର ଦର୍ଶକ ଟିକେଟ୍ ନପାଇ ନିରାଶ ହୋଇଛନ୍ତି। କାଉଣ୍ଟର ପାଖରେ ପୁଲିସ୍‌ କର୍ମଚାରୀ, ସିକ୍ୟୁରିଟି ଗାର୍ଡ ନିୟୋଜିତ ଥିଲାବେଳେ ସିସି କ୍ୟାମେରା ଲଗାଯାଇଥିଲା, ହେଲେ ସେସବୁ କେବଳ ନାମକୁ ମାତ୍ର ରହିଥିଲା।  ଯିଏ ଯେମିତି ପାରିଲା, ପଛପଟୁ ଟିକେଟ୍ ବୋହି ନେଲେ। ଓଡ଼ିଶା ବାହାରୁ ଆସିଥିବା ଜନୈକ ବ୍ୟକ୍ତି ମ୍ୟାଚ୍ ଟିକେଟ୍ ପାଇଁ ଗତ ରାତିରୁ ଧାଡ଼ିରେ ଛିଡ଼ା ହୋଇଥିଲେ। ତେବେ କାଉଣ୍ଟର ପାଖରେ ପହଞ୍ଚିଲା ବେଳକୁ ତାଙ୍କୁ ବାହାର ରାଜ୍ୟରୁ ଆସିଥିବା କହି ବିଦା କରିଦେଇଥିଲେ।

ଅନ୍ୟପକ୍ଷରେ ଗୁରୁବାର ୯ଟା ବେଳେ ଟିକେଟ୍ କାଉଣ୍ଟର ଖୋଲାଯିବା ନେଇ ଘୋଷଣା କରାଯାଇଥିଲା। କିନ୍ତୁ ଘଣ୍ଟାଏ ବିଳମ୍ବ ଅର୍ଥାତ୍ ସକାଳ ୧୦ଟା ବେଳେ କାଉଣ୍ଟର ଖୋଲିଥିଲା। କାଉଣ୍ଟର ବିଳମ୍ବରେ ଖୋଲିବା ସାଙ୍ଗକୁ ସର୍ଭର ସ୍ଲୋ ହେବା କ୍ରିକେଟପ୍ରେମୀଙ୍କୁ ଅଧିକ ନିରାଶ କରିଥିଲା। ସୀମିତ ଟିକେଟ୍ ବିକ୍ରି ସାଙ୍ଗକୁ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଶେଷରେ ପୁଲିସ୍ ବାଧ୍ୟ ହୋଇ ଲାଠି ଚାର୍ଜ କରିଥିଲେ। ଏପରିକି ଚଳିତଥର ସର୍ବାଧିକ ୧୨ଟି କାଉଣ୍ଟର ଖୋଲାଯାଇଥିଲେ ହେଁ, ଏହାର ସୁଫଳ କ୍ରିକେଟପ୍ରେମୀଙ୍କୁ ମିଳିନଥିଲା। ପୂର୍ବରୁ ଟିକେଟ୍ ପାଇବା ପାଇଁ ଦର୍ଶକଙ୍କୁ ଯେଉଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା, ଆଜି ଏହାର ପୁନରାବୃତ୍ତି ଦେଖିବାକୁ ମିଳିଥିଲା।

ପ୍ରଥମେ ୫, ୬, ୭, ୮, ୯, ୧୦ ନମ୍ବର  କାଉଣ୍ଟରରେ ଟିକେଟ ପସରିଥିଲା। ଏହାପରେ ୧, ୨, ,୩,  ୧୧ ଓ ୧୨ ନମ୍ବର କାଉଣ୍ଟରେ ଶେଷ ହୋଇଥିଲା। ଶେଷରେ ୪ ନମ୍ବର ଟିକେଟ କାଉଣ୍ଟରେ ଶେଷ ହୋଇଥିଲା। ପ୍ରାୟ ୩.୩୦ ମଧ୍ୟରେ ଅଧିକାଂଶ ଟିକେଟ ଶେଷ ହୋଇଯାଇଥିଲା କେବଳ ୪ନମ୍ବର କାଉଣ୍ଟରରେ ଟିକେଟ ରହିଥିଲା, ଯାହା ଅପରାହ୍ଣ ୪ଟା ସୁଦ୍ଧା ଶେଷ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos