ବର୍ଦ୍ଧନ ଓ ଶିବନାଥଙ୍କୁ ସ୍ୱର୍ଣ୍ଣ

ଜାକର୍ତ୍ତା: ଏସିଆନ୍ ଗେମ୍‌ସରେ ଆଜି ଭାରତକୁ ପୁରୁଷ ବ୍ରିଜ୍‌ରେ ସ୍ୱର୍ଣ୍ଣ ପଦକ ମିଳିଛି। ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର ଦେଶ ପାଇଁ ଏହି ଗୌରବ ଆଣିଛନ୍ତି। ତା’ପୂର୍ବରୁ ଆଜି ଭାରତକୁ ବକ୍ସିଂରେ ଏକ ସ୍ୱର୍ଣ୍ଣ ପଦକ ମିଳିଥିଲା। ପୁରୁଷ ୪୯ କେଜି ବର୍ଗରେ ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ଅମିତ୍ ପଙ୍ଘଲ। ଅମିତ ଉଜ୍‌ବେକିସ୍ତାନର ଅଲମ୍ପିକ୍ ଚାମ୍ପିଅନ୍ ହାସନବୟ ଦୁସ୍‌ମାତୋଭ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହିତ ଭାରତର ସ୍ୱର୍ଣ୍ଣ ପଦକ […]

pranab

Jitendra Garnayak
  • Published: Saturday, 01 September 2018
  • , Updated: 01 September 2018, 08:09 AM IST

ଜାକର୍ତ୍ତା: ଏସିଆନ୍ ଗେମ୍‌ସରେ ଆଜି ଭାରତକୁ ପୁରୁଷ ବ୍ରିଜ୍‌ରେ ସ୍ୱର୍ଣ୍ଣ ପଦକ ମିଳିଛି। ପ୍ରଣବ ବର୍ଦ୍ଧନ ଓ ଶିବନାଥ ସରକାର ଦେଶ ପାଇଁ ଏହି ଗୌରବ ଆଣିଛନ୍ତି।

ତା’ପୂର୍ବରୁ ଆଜି ଭାରତକୁ ବକ୍ସିଂରେ ଏକ ସ୍ୱର୍ଣ୍ଣ ପଦକ ମିଳିଥିଲା। ପୁରୁଷ ୪୯ କେଜି ବର୍ଗରେ ଭାରତ ପାଇଁ ଏହି ଗୌରବ ଆଣିଛନ୍ତି ଅମିତ୍ ପଙ୍ଘଲ।

ଅମିତ ଉଜ୍‌ବେକିସ୍ତାନର ଅଲମ୍ପିକ୍ ଚାମ୍ପିଅନ୍ ହାସନବୟ ଦୁସ୍‌ମାତୋଭ୍‌ଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଏହା ସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୧୫ରେ ପହଞ୍ଚି ଯାଇଥିବା ବେଳେ ମୋଟ ପଦକ ସଂଖ୍ୟା ୬୭ରେ ପହଞ୍ଚିଛି।

ଏହା ପୂର୍ବରୁ ଭାରତ ୧୯୫୧ ଦିଲ୍ଲୀରେ ଅନୁଷ୍ଠିତ ଏସିଆନ୍ ଗେମ୍ସରେ ୧୫ଟି ସ୍ୱର୍ଣ୍ଣ ପଦକ ଜିତି ଥିଲା।

Related story