ବ୍ରିସ୍ବେନ୍: ବ୍ରିସ୍ବେନ୍ଠାରେ ଖେଳାଯାଉଥିବା 'ବିଗ୍ ବ୍ୟାଶ୍' ଲିଗ (ବିବିଏଲ) ଟି-୨୦ରେ ଭାଙ୍ଗିଛି ୧୪୧ ବର୍ଷ ପୁରୁଣା ପରମ୍ପରା। ମ୍ୟାଚ୍ ପୂର୍ବରୁ କଏନ୍ ବଦଳରେ ବ୍ୟାଟ୍କୁ ଉପରକୁ ଫୋପାଡ଼ି ଟସ୍ କରାଯିବା ଆରମ୍ଭ ହେବାପରେ ୧୮୭୭ ମସିହାରୁ ଆରମ୍ଭ ହୋଇଥିବା କଏନ୍ ଟସ୍ ପରମ୍ପରା ଭଙ୍ଗ ହୋଇଛି।
https://twitter.com/BBL/status/1075292781503889409
ଦୁଇ ବିବିଏଲ୍ ଦଳ ବ୍ରିସ୍ବେନ୍ ହିଟ୍ ଏବଂ ଆଡେଲେଡ୍ ଷ୍ଟ୍ରାଇକର୍ସ ପ୍ରଥମ ଥର ପାଇଁ ଏହି ଅଭିନବ ବିକଳ୍ପର ଫାଇଦା ନେଇଛନ୍ତି।ଏହି ଅବସରରେ ମାଥ୍ୟୁ ହେଡେନ୍ଙ୍କୁ ଫ୍ଲିପ୍ କରିବାର ସୁଯୋଗ ମିଳିଥିଲା। ଭ୍ରମଣକାରୀ ଦଳର କଲିନ୍ ଇନ୍ଗ୍ରାମ୍ ଟସ୍ କଲ୍ ଦେଇଥିଲେ।
ହେଡ୍ କିମ୍ବା ଟେଲ୍ ନୁହେଁ, ସେ ହିଲ୍ସ ଅର୍ ଫ୍ଲାଟ୍ ଡାକରା ଦେବାକୁ ପଡ଼ିଥିଲା। ଟସ ବେଳେ ଯଦି ବ୍ୟାଟଟି ତଳେ ପଡ଼ିବା ବେଳେ ସିଧା ପଟ ଉପରକୁ ରହିଲା ତାହେଲେ ଫ୍ଲାଟ ଡାକିଥିବା କ୍ୟାପଟେନ ଟସ ଜିତିଲେ ବୋଲି ଧରାଯିବ। ସେହିପରି ଯଦି ଓଲଟା ବା ପଛ ପଟ (ହିଲ୍ସ) ଉପରକୁ ରହେ ତାହେଲେ ସେ ଟସ ହାରିଗଲେ ବୋଲି କୁହାଯିବ। 'ଫ୍ଲାଟ' ଓ 'ହିଲ୍ସ' ନାମକରଣ ପଛରେ ମଧ୍ୟ ଏକ ରହସ୍ୟ ଅଛି। ଅଷ୍ଟ୍ରେଲିଆର ବ୍ୟାକ୍ୟାର୍ଡ କ୍ରିକେଟ୍ରେ ବ୍ୟାଟର ଉଭୟ ପାର୍ଶ୍ଵ ପାଇଁ ଏହି ଶବ୍ଦସବୁ ବ୍ୟବହୃତ ହୁଏ।
ଉଲ୍ଲେଖନୀୟ ଯେ, ଇନ୍ଗ୍ରାମ୍ ବ୍ରିସବେନ୍ ଅଧିନାୟକ କ୍ରିଶ୍ ଲିନ୍ଙ୍କଠାରୁ ଫ୍ଲିପ୍ ଜିତି ବୋଲିଂ ନେଇଥିଲେ।