ବିଶ୍ୱକପ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଅଭ୍ୟାସ ମନା

ନୂଆଦିଲ୍ଲୀ: ବିଶ୍ୱକପ୍‌ ପାଇଁ ଆଉ ଦୁଇ ସପ୍ତାହରୁ କମ୍‌ ସମୟ ବାକି ରହିଛି। ଏଥିପାଇଁ ଟିମ୍‌ ଇଣ୍ଡିଆ ଆସନ୍ତା ୨୨ ତାରିଖରେ ଇଂଲଣ୍ଡ ଗସ୍ତ କରିବ। ହେଲେ ବିସିସିଆଇ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ସଦସ୍ୟମାନଙ୍କୁ ବେଶ ନିଆରା ଢଙ୍ଗରେ ପ୍ରସ୍ତୁତ କରୁଛି। ଖେଳାଳିମାନଙ୍କ ଅଭ୍ୟାସ୍‌ ବା ନେଟ ପ୍ରାକ୍ଟିସକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ସେହିପରି ୨୧ ତାରିଖ ପୂର୍ବରୁ ସେମାନେ ପରିବାର ବର୍ଗଙ୍କ ସହ ସମୟ ବିତାଇବା ସହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ୨୨ […]

sase

Hemant Lenka
  • Published: Saturday, 18 May 2019
  • , Updated: 18 May 2019, 03:44 PM IST

ନୂଆଦିଲ୍ଲୀ: ବିଶ୍ୱକପ୍‌ ପାଇଁ ଆଉ ଦୁଇ ସପ୍ତାହରୁ କମ୍‌ ସମୟ ବାକି ରହିଛି। ଏଥିପାଇଁ ଟିମ୍‌ ଇଣ୍ଡିଆ ଆସନ୍ତା ୨୨ ତାରିଖରେ ଇଂଲଣ୍ଡ ଗସ୍ତ କରିବ। ହେଲେ ବିସିସିଆଇ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆର ସଦସ୍ୟମାନଙ୍କୁ ବେଶ ନିଆରା ଢଙ୍ଗରେ ପ୍ରସ୍ତୁତ କରୁଛି।

ଖେଳାଳିମାନଙ୍କ ଅଭ୍ୟାସ୍‌ ବା ନେଟ ପ୍ରାକ୍ଟିସକୁ ସଂପୂର୍ଣ୍ଣ ବାରଣ କରାଯାଇଛି। ସେହିପରି ୨୧ ତାରିଖ ପୂର୍ବରୁ ସେମାନେ ପରିବାର ବର୍ଗଙ୍କ ସହ ସମୟ ବିତାଇବା ସହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି।

୨୨ ତାରିଖରେ ବିଶ୍ୱକପ୍‌ ଟିମ୍‌ ଇଂଲଣ୍ଡ ଗସ୍ତ କରିବ। ଏଥିପାଇଁ ସବୁ ଖେଳାଳିଙ୍କୁ ୨୧ ତାରିଖରେ ମୁମ୍ବାଇ ଠାରେ ଏକାଠି ହେବାକୁ କୁହାଯାଇଛି। ଏହା ପୂର୍ବରୁ ସବୁ ଖେଳାଳିଙ୍କୁ ପରିବାର, ପତ୍ନୀ ଓ ବନ୍ଧୁମାନଙ୍କ ସହ ସମୟ ବିତାଇବାକୁ କୁହାଯାଇଛି। ଏହାଦ୍ୱାରା ଖେଳାଳିଙ୍କ ମାନସିକ ପ୍ରସ୍ତୁତି ଅଧିକ ଭଲ ଭାବରେ ହୋଇପାରିବ।

ବିସିସିଆଇର ଏହି ପରାମର୍ଶ ପରେ ଖେଳାଳିମାନେ ମଧ୍ୟ ଛୁଟି କାଟିବାରେ ବ୍ୟସ୍ତ ରହିଛନ୍ତି। ରୋହିତ ଶର୍ମା ମାଳଦ୍ୱୀପରେ ରହିଥିବା ବେଳେ ୟୁଜଭେନ୍ଦର ଚହଲ ଗୋଆରେ ଛୁଟି କାଟୁଛନ୍ତି। ସେହିପରି ବିରାଟ୍‌ କୋହଲି ପାରାଗୁଏରେ ରହିଛନ୍ତି। ସମସ୍ତ ଖେଳାଳି ଆସନ୍ତାକାଲି ସୁଦ୍ଧା ନିଜ ନିଜ ଘରକୁ ଫେରିବେ।

ଖେଳାଳିଙ୍କୁ ଏଭଳି ଛୁଟିରେ ଯିବାକୁ ଟିମ୍‌ର ସପୋର୍ଟ ଷ୍ଟାଫ୍‌ମାନେ ବିସିସିଆଇକୁ କହିଥିଲେ। ବିଶ୍ୱକପ ପୂର୍ବରୁ ଖେଳାଳିମାନଙ୍କ ପାଇଁ ଛୋଟିଆ ଅଭ୍ୟାସ୍‌ ଶିବିରର ଆୟୋଜନ ହେବାର ଥିଲା। କିନ୍ତୁ ଖେଳାଳିମାନେ ଆଇପିଏଲ୍‌ ଖେଳିଥିବାରୁ ପୁଣିଥରେ ସେମାନଙ୍କୁ ଅଭ୍ୟାସ୍‌ ପାଇଁ ଡାକିବା ଠିକ୍‌ ହେବନାହିଁ ବୋଲି ବିସିସିଆଇ ହୃଦୟଙ୍ଗମ କରିଥିଲା। ତେଣୁ ଖେଳାଳିଙ୍କୁ ଛୁଟି କାଟିବାକୁ ଅନୁମତି ମିଳିଥିଲା।

Related story