RTI ପରିସରକୁ ଆସିପାରେ BCCI: ଜନସାଧାରଣଙ୍କ ପ୍ରତି ଉତ୍ତରଦାୟୀ କରିବାକୁ ପଦକ୍ଷେପ

ବିସିସିଆଇକୁ ସୂଚନା ଅଧିକାର ଆଇନ ପରିସର ଭୁକ୍ତ କରିବା ପାଇଁ ଲ କମିଶନଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି। ବିସିସିଆଇକୁ ଜାତୀୟ କ୍ରୀଡା ସଂଘର ମାନ୍ୟତା ଦେଇ ସୂଚନା ଅଧିକାର ଆଇନ ମଧ୍ୟକୁ ଆଣିବା ପାଇଁ ବିଚାରପତି ଜଷ୍ଟିସ ବି.ଏସ.ଚୌୱାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ସୁପାରିସ କରିଛି। ଏହାଦ୍ୱାରା ବିସିସିଆଇ ଓ ଅନ୍ୟ ରାଜ୍ୟ ସଂଘ ଗୁଡିକ ସେମାନଙ୍କ କାର୍ଯ୍ୟକଳାପ ପାଇଁ ଉତ୍ତରଦାୟୀ ରହବେ। ଏଥିସହ ବିସିସିଆଇର ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କମିଟି […]

bcci-office-

Rakesh Mallick
  • Published: Wednesday, 18 April 2018
  • , Updated: 18 April 2018, 06:42 PM IST

ବିସିସିଆଇକୁ ସୂଚନା ଅଧିକାର ଆଇନ ପରିସର ଭୁକ୍ତ କରିବା ପାଇଁ ଲ କମିଶନଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିସ କରାଯାଇଛି। ବିସିସିଆଇକୁ ଜାତୀୟ କ୍ରୀଡା ସଂଘର ମାନ୍ୟତା ଦେଇ ସୂଚନା ଅଧିକାର ଆଇନ ମଧ୍ୟକୁ ଆଣିବା ପାଇଁ ବିଚାରପତି ଜଷ୍ଟିସ ବି.ଏସ.ଚୌୱାନଙ୍କ ଅଧ୍ୟକ୍ଷତାରେ ଗଠିତ କମିଶନ ସୁପାରିସ କରିଛି। ଏହାଦ୍ୱାରା ବିସିସିଆଇ ଓ ଅନ୍ୟ ରାଜ୍ୟ ସଂଘ ଗୁଡିକ ସେମାନଙ୍କ କାର୍ଯ୍ୟକଳାପ ପାଇଁ ଉତ୍ତରଦାୟୀ ରହବେ। ଏଥିସହ ବିସିସିଆଇର ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି କମିଟି ସୁପାରିସ କରିଛି। ଏନେଇ ଲ କମିଶନଙ୍କ ପକ୍ଷରୁ ୧୨୧ଫୃଷ୍ଠାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି।

Related story