ଆଇପିଏଲର ମୁଖ୍ୟ ସ୍ପୋନସର 'ଭିଭୋ'କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଅନ୍ତିମ କାର୍ଯ୍ୟସୂଚୀ ବାବଦରେ ବିସିସିଆଇ ସ୍ପଷ୍ଟ କରିଛି। ଭାରତ ସରକାର ଏହି ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁମତି ଦେଇଥିବା ସୂଚନା ରହିଛି। ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ଏହାର ଫାଇନାଲ୍ ୧୦ ନଭେମ୍ବରରେ ଖେଳାଯିବ। ଚୀନ ସହିତ ଭାରତର ବିବାଦ ବଢ଼ିବା ପରେ ଆଇପିଏଲର ମୁଖ୍ୟ ସ୍ପୋନସର ଥିବା ଚୀନର ମୋବାଇଲ କମ୍ପାନୀ ‘ଭିଭୋ’କୁ ବୟକଟ ପାଇଁ ବିଭିନ୍ନ ଫୋରମରେ ଦାବି ହୋଇଥିଲା। ଏହାକୁ […]

IPL-2020

IPL-2020

Subhransu Sekhar
  • Published: Sunday, 02 August 2020
  • Updated: 02 August 2020, 10:58 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଅନ୍ତିମ କାର୍ଯ୍ୟସୂଚୀ ବାବଦରେ ବିସିସିଆଇ ସ୍ପଷ୍ଟ କରିଛି। ଭାରତ ସରକାର ଏହି ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ପାଇଁ ଅନୁମତି ଦେଇଥିବା ସୂଚନା ରହିଛି। ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ୧୯ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ଏହାର ଫାଇନାଲ୍ ୧୦ ନଭେମ୍ବରରେ ଖେଳାଯିବ। ଚୀନ ସହିତ ଭାରତର ବିବାଦ ବଢ଼ିବା ପରେ ଆଇପିଏଲର ମୁଖ୍ୟ ସ୍ପୋନସର ଥିବା ଚୀନର ମୋବାଇଲ କମ୍ପାନୀ 'ଭିଭୋ'କୁ ବୟକଟ ପାଇଁ ବିଭିନ୍ନ ଫୋରମରେ ଦାବି ହୋଇଥିଲା। ଏହାକୁ ନେଇ ମଧ୍ୟ ବିସିସିଆଇ ନିଷ୍ପତ୍ତି ନେଇଛି।

ଦେଶ ବାହାରେ ଏହି ମ୍ୟାଚ ଆୟୋଜନ ହେଉଥିବାରୁ ବିସିସିଆଇ ଭାରତ ସରକାରଙ୍କ ଅନୁମତିକୁ ଅପେକ୍ଷା କରିଥିଲା। ତେବେ ଆଜି ବିସିସିଆଇର ଆଇପିଏଲର ଗଭର୍ଣ୍ଣିଂ କାଉନସିଲ୍ ବୈଠକ ବସିଥିଲା। ଏହାପରେ ମ୍ୟାଚ ବାବଦରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିଲା।

ତେବେ ଆଇପିଏଲର ସ୍ପୋନସର ଭାବରେ ଥିବା ସମସ୍ତ କମ୍ପାନୀ ରହିଛନ୍ତି ବୋଲି ଜଣାପଡ଼ିଛି। ଚୀନର ଭିଭୋ କମ୍ପାନୀ ଆଇପିଏଲର ମୁଖ୍ୟ ସ୍ପୋନସର ଥିବାରୁ ଅନେକ ପ୍ରଶ୍ନ ଉଠିଥିଲା।

ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ ତାରିଖରୁ ଆରମ୍ଭ ହୋଇ ୫୩ ଦିନ ପର୍ଯ୍ୟନ୍ତ ଚାଲିବ। ଆଇପିଏଲର ଫାଇନାଲ୍‌ ନଭେମ୍ବର ୧୦ ତାରିଖରେ ଅନୁଷ୍ଠିତ ହେବ, ଯାହାର ପ୍ରସାରକଙ୍କୁ ଦୀପାବଳି ସପ୍ତାହର ଭରପୂର ଫାଇଦା ମିଳିବ।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଏଥର ଆଇପିଏଲରେ ୧୦ଟି ଡବଲ୍ ହେଡର୍ (ଅର୍ଥାତ୍ ଗୋଟିଏ ଦିନରେ ଦୁଇଟି ମ୍ୟାଚ୍) ମ୍ୟାଚ୍ ଖେଳାଯିବ। ଯେହେତୁ ଟୁର୍ଣ୍ଣାମେଣ୍ଟ ୟୁଏଇରେ ଆୟୋଜିତ ହେବ, ସେଥି ପାଇଁ ସବୁ ମ୍ୟାଚଗୁଡ଼ିକ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ ବୋଲି ବିସିସିଆଇ ସ୍ପଷ୍ଟ କରିଛି।

ଟୁର୍ଣ୍ଣାମେଣ୍ଟ ପାଇଁ ବିସିସିଆଇ ଏକ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରୋସିଜ୍ୟୋର୍ (ଏସଓପି) ପ୍ରସ୍ତୁତ କରିଛି। ସବୁ ଫ୍ରାଞ୍ଚାଇଜି ଅଗଷ୍ଟ ୨୬ ତାରିଖ ପରେ ୟୁଏଇ ଅଭିମୁଖେ ଯାତ୍ରା କରିବେ। ଉଭୟ ଘରୋଇ ଓ ବିଦେଶୀ ଖେଳାଳିମାନଙ୍କ ପାଇଁ ଚାଟାର୍ଡ ବିମାନ ଯୋଗେ ଯାତ୍ରା କରିବେ।

ଟୁର୍ଣ୍ଣାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟରେ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ଏଣ୍ଟ୍ରି ମିଳିବ। ଅର୍ଥାତ୍ ଆଇପିଏଲର ପ୍ରଥମ କିଛି ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। କିନ୍ତୁ ଶେଷଆଡ଼କୁ ଯଦି ୟୁଏଇ ସରକାରଙ୍କ ଅନୁମତି ମିଳେ, ତାହେଲେ ସୀମିତ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ମିଳିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos