ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପାଇଁ ବିଜ୍ଞପ୍ତି, ବୟସ ୬୦ରୁ ଅଧିକ ହୋଇ ନଥିବ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ ଓ ସପୋର୍ଟ ଷ୍ଟାଫ ନିଯୁକ୍ତି ପାଇଁ ଆଜି ବିସିସିଆଇ ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ବିଜ୍ଞପ୍ତିରେ ସପୋର୍ଟ ଷ୍ଟାଫ କିମ୍ବା ମୁଖ୍ୟ କୋଚ ପଦ ପାଇଁ ଆବେଦନକାରୀଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇ ନଥିବ ବୋଲି ଏଥିରେ କୁହାଯାଇଛି। ତା’ ଛଡ଼ା ଆଶାୟୀ ପ୍ରାର୍ଥୀମାନେ ଅତିକମ୍‌ରେ ୨ ବର୍ଷର ଅନ୍ତର୍ଜାତୀୟ ଅଭିଜ୍ଞତା ରଖିଥିବା ଦରକାର ବୋଲି ସ୍ପଷ୍ଟ କରିଦିଆ ଯାଇଛି। ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, […]

rta

Hemant Lenka
  • Published: Tuesday, 16 July 2019
  • , Updated: 16 July 2019, 06:08 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ ଓ ସପୋର୍ଟ ଷ୍ଟାଫ ନିଯୁକ୍ତି ପାଇଁ ଆଜି ବିସିସିଆଇ ବିଜ୍ଞପ୍ତି ପ୍ରକାଶ କରିଛି। ତେବେ ବିଜ୍ଞପ୍ତିରେ ସପୋର୍ଟ ଷ୍ଟାଫ କିମ୍ବା ମୁଖ୍ୟ କୋଚ ପଦ ପାଇଁ ଆବେଦନକାରୀଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇ ନଥିବ ବୋଲି ଏଥିରେ କୁହାଯାଇଛି। ତା' ଛଡ଼ା ଆଶାୟୀ ପ୍ରାର୍ଥୀମାନେ ଅତିକମ୍‌ରେ ୨ ବର୍ଷର ଅନ୍ତର୍ଜାତୀୟ ଅଭିଜ୍ଞତା ରଖିଥିବା ଦରକାର ବୋଲି ସ୍ପଷ୍ଟ କରିଦିଆ ଯାଇଛି।

ବିସିସିଆଇ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ମୁଖ୍ୟ କୋଚ, ବ୍ୟାଟିଂ କୋଚ, ଫିଲ୍ଡିଂ କୋଚ, ବୋଲିଂ କୋଚ୍‌, ଫିଜିଓଥେରାପିଷ୍ଟ, କଣ୍ଡିସନିଂ କୋଚ ଓ ପ୍ରଶାସନିକ ମ୍ୟାନେଜର ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି। ଆଶାୟୀମାନେ ଜୁଲାଇ ୩୦ ସନ୍ଧ୍ୟା ୫ଟା ସୁଦ୍ଧା ଏଥିପାଇଁ ଆବେଦନ କରିପାରିବେ।

ବର୍ତ୍ତମାନ ଟିମ୍‌ ଇଣ୍ଡିଆର କୋଚ ଥିବା ରବି ଶାସ୍ତ୍ରୀ ୨୦୧୭ ଜୁଲାଇ ମାସରେ ବିରାଟ ବାହିନୀର ଦାୟିତ୍ୱ ନେଇଥିଲେ। ସେତେବେଳେ ବିସିସିଆଇ ୯ ସୂତ୍ରୀ ସର୍ତ୍ତାରୋପ କରିଥିଲା। କିନ୍ତୁ ଏଥର କୋଚିଂ ଷ୍ଟାଫଙ୍କ ପାଇଁ ୩ ସୂତ୍ରୀ ସର୍ତ୍ତ ରଖାଯାଇଛି। ତେବେ ବର୍ତ୍ତମାନ କୋଚିଂ ଷ୍ଟାଫ୍‌ ଭାବେ କାର୍ଯ୍ୟ କରୁଥିବା ସଦସ୍ୟମାନେ କୌଣସି ପ୍ରକାରର ଦରଖାସ୍ତ ଦେବେନାହିଁ। ସେମାନେ ଅଟୋମେଟିକ ଚୟନ ପ୍ରକ୍ରିୟାରେ ସାମିଲ ହେବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି।

ବିସିସିଆଇର ସର୍ତ୍ତ ଅନୁସାରେ, ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ ଅତିକମ୍‌ରେ ୨ ବର୍ଷ କିମ୍ବା ୩ ବର୍ଷ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳୁଥିବା ଦେଶର କୋଚିଂ ଦାୟିତ୍ୱରେ ରହିଥିବେ। ସେହିପରି ସେ ଲିଷ୍ଟ-ଏ କିମ୍ବା ଆଇପିଏଲ୍‌ ଭଳି ଟୁର୍ଣ୍ଣାମେଣ୍ଟରେ ଦଳର ସଦସ୍ୟ ଭାବେ ୨ରୁ ୩ ବର୍ଷ କାର୍ଯ୍ୟ କରିଥିବେ।

ପୁନଶ୍ଚ ଆବେଦନକାରୀ ଅତିକମରେ ୩୦ଟି ଟେଷ୍ଟ ଓ ୫୦ଟି ଦିନିକିଆ ମ୍ୟାଚ୍‌ ଖେଳିଥିବେ। ଏଭଳି ସର୍ତ୍ତ ବ୍ୟାଟିଂ, ବୋଲିଂ ଓ ଫିଲଡିଂ କୋଚଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ ହେବ। କେବଳ ମ୍ୟାଚ ବ୍ୟବଧାନ ହ୍ରାସ ପାଇବ। ସେମାନେ ୧୦ଟି ଟେଷ୍ଟ ଓ ୨୫ଟି ଦିନିକିଆ ଖେଳିଥିବେ। କିନ୍ତୁ ସେମାନଙ୍କ ବୟସ ୬୦ ବର୍ଷରୁ ଅଧିକ ହୋଇ ନଥିବ।

ବିଶ୍ୱକପ୍‌ରେ ଥିବା ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ଶାସ୍ତ୍ରୀଙ୍କ ସମେତ ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗର, ବୋଲିଂ କୋଚ ଭାରତ ଅରୁଣ, ଫିଲ୍ଡିଂ କୋଚ ଆର ଶ୍ରୀଧରଙ୍କ କାର୍ଯ୍ୟକାଳ ଆଉ ୪୫ ଦିନ ବୃଦ୍ଧି କରାଯାଇଛି।

ଟିମ୍‌ ଇଣ୍ଡିଆ ଅଗଷ୍ଟ ୩ରୁ ସେପ୍ଟେମ୍ବର ୩ ଯାଏ ୱେଷ୍ଟଇଣ୍ଡିଜ୍ ଗସ୍ତ କରିବ। ଏହି ସମୟରେ ଏହି ସଦସ୍ୟମାନେ ଟିମ୍‌ର କୋଚିଂ ଦାୟିତ୍ୱ ନେବେ। ୱେଷ୍ଟଇଣ୍ଡିଜ୍‌ ଟୁର ପରେ ସେପ୍ଟେମ୍ବର ୧୫ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜ୍ ଆରମ୍ଭ ହେବ। ଏହି ସିରିଜ ଭାରତରେ ଖେଳାଯିବ।

Related story