‘ବିସିସିଆଇ ସଭାପତିଙ୍କ ସମେତ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ପଦଚ୍ୟୁତ କରାଯାଉ’

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍‌ ଢଙ୍ଗରେ ପାଳନ କରୁ ନ ଥିବା ଯୋଗୁଁ ବିସିସିଆଇ ସଭାପତି ଅନୁରାଗ ଠାକୁର ଓ ସଚିବ ଅଜୟ ଶିରକେଙ୍କ ସମେତ ପ୍ରମୁଖ କର୍ମକର୍ତ୍ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆଜି ଲୋଧା କମିଟି ପକ୍ଷରୁ ଦାବି କରାଯାଇଛି। ଆଜି କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ସ୍ଥିତି ରିପୋର୍ଟ ଦାଖଲ ବେଳେ ଏହି ଦାବି କରାଯିବା ସହ ବିସିସିଆଇର ପ୍ରମୁଖ ପଦବୀଗୁଡିକରେ କ୍ରିକେଟ୍‌ ପ୍ରଶାସକମାନଙ୍କୁ ନିଯୁକ୍ତି ଦେବାକୁ ସୁପାରିଶ କରିଛି। ଏହି ରିପୋର୍ଟ ଦାଖଲ ପରେ […]

bcci

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 03:41 PM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଠିକ୍‌ ଢଙ୍ଗରେ ପାଳନ କରୁ ନ ଥିବା ଯୋଗୁଁ ବିସିସିଆଇ ସଭାପତି ଅନୁରାଗ ଠାକୁର ଓ ସଚିବ ଅଜୟ ଶିରକେଙ୍କ ସମେତ ପ୍ରମୁଖ କର୍ମକର୍ତ୍ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ଆଜି ଲୋଧା କମିଟି ପକ୍ଷରୁ ଦାବି କରାଯାଇଛି। ଆଜି କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ସ୍ଥିତି ରିପୋର୍ଟ ଦାଖଲ ବେଳେ ଏହି ଦାବି କରାଯିବା ସହ ବିସିସିଆଇର ପ୍ରମୁଖ ପଦବୀଗୁଡିକରେ କ୍ରିକେଟ୍‌ ପ୍ରଶାସକମାନଙ୍କୁ ନିଯୁକ୍ତି ଦେବାକୁ ସୁପାରିଶ କରିଛି।

ଏହି ରିପୋର୍ଟ ଦାଖଲ ପରେ ସୁପ୍ରିମକୋର୍ଟ ବିସିସିଆଇକୁ ସମାଲୋଚନା କରିବା ସହ ଠିକ୍‌ ଢଙ୍ଗରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଟି.ଏସ୍‌. ଠାକୁରଙ୍କ ନେତୃତ୍ୱରେ ଗଠିତ ବେଞ୍ଚ କହିଛନ୍ତି ଯେ ବିସିସିଆଇ ବିରୋଧରେ ଆସିଥିବା ଅଭିଯୋଗ ଗୁରୁତର। ବିସିସିଆଇକୁ କୋର୍ଟଙ୍କ ନିର୍ଦ୍ଦେଶକୁ ଅନୁକରଣ କରିବାକୁ ହେବ।

ବିସିସିଆଇ ଓ ଏହାର କାର୍ଯ୍ୟକର୍ତ୍ତାମାନେ ଲୋଧା କମିଟିର ସୁପାରିଶ ଗୁଡିକୁ କାର୍ଯ୍ୟକ୍ରାରୀ କରୁ ନ ଥିବା ଓ ବିଭିନ୍ନ ସମୟରେ କମିଟି ଏବଂ କୋର୍ଟଙ୍କୁ ଅଣଦେଖା କରି ବିବୃତ୍ତି ଦେଉଛନ୍ତି। ଲୋଧା କମିଟି ପକ୍ଷରୁ ବିଭିନ୍ନ ସମୟରେ ବିସିସିଆଇକୁ ପଠାଯାଉଥିବା ଇ-ମେଲ ଗୁଡିକର ଉତ୍ତର ଦିଆଯାଉନାହିଁ ବୋଲି ଆଜି ସ୍ଥିତାବସ୍ଥା ରିପୋର୍ଟରେ ଦର୍ଶା ଯାଇଥିଲା।

ସୂଚନାଯୋଗ୍ୟ, ବିସିସିଆଇରେ ସଂସ୍କାର ଆଣିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲୋଧା କମିଟି ଗଠନ କରାଯାଇଛି।

Related story