ଶ୍ରୀସନ୍ଥଙ୍କ ଗୁହାରୀ ଶୁଣିଲାନି ବିସିସିଆଇ: ବନବାସରୁ ମିଳିଲାନି ମୁକ୍ତି

ମୁମ୍ବାଇ: ପୂର୍ବତନ ଫାଷ୍ଟ୍‌ ବୋଲର ଶ୍ରୀସନ୍ଥଙ୍କ ଆବେଦନ ଖାରଜ ହୋଇଯାଇଛି । ସାରା ଜୀବନ କ୍ରିକେଟରୁ ବାସନ୍ଦ ହୋଇଥିବା ଶ୍ରୀସନ୍ଥ ଏହାକୁ ସମୀକ୍ଷା କରିବା ପାଇଁ ବିସିସିଆଇ ନିକଟରେ ଆବେଦନ କରିଥିଲେ, ହେଲେ ବୋର୍ଡ ଏହାକୁ ଖାରଜ କରିଦେଇଛି। ୨୦୧୩ ଆଇପିଏଲ ସ୍ପଟ୍‌ ଫିକ୍ସିଂ ମାମଲାରେ ଛନ୍ଦି ହୋଇ ଶ୍ରୀସନ୍ଥ ସାରା ଜୀବନ କ୍ରିକେଟରୁ ବାସନ୍ଦ ହୋଇଥିଲେ। ମାତ୍ର ଏବେ ଏହାକୁ ଉଠେଇ ନେବାକୁ ଶ୍ରୀସନ୍ଥ ଆବେଦନ କରିଥିଲେ ମଧ୍ୟ ବିସିସିଆଇ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି […]

srisanth

Rakesh Mallick
  • Published: Tuesday, 18 April 2017
  • , Updated: 18 April 2017, 07:15 PM IST

ମୁମ୍ବାଇ: ପୂର୍ବତନ ଫାଷ୍ଟ୍‌ ବୋଲର ଶ୍ରୀସନ୍ଥଙ୍କ ଆବେଦନ ଖାରଜ ହୋଇଯାଇଛି । ସାରା ଜୀବନ କ୍ରିକେଟରୁ ବାସନ୍ଦ ହୋଇଥିବା ଶ୍ରୀସନ୍ଥ ଏହାକୁ ସମୀକ୍ଷା କରିବା ପାଇଁ ବିସିସିଆଇ ନିକଟରେ ଆବେଦନ କରିଥିଲେ, ହେଲେ ବୋର୍ଡ ଏହାକୁ ଖାରଜ କରିଦେଇଛି। ୨୦୧୩ ଆଇପିଏଲ ସ୍ପଟ୍‌ ଫିକ୍ସିଂ ମାମଲାରେ ଛନ୍ଦି ହୋଇ ଶ୍ରୀସନ୍ଥ ସାରା ଜୀବନ କ୍ରିକେଟରୁ ବାସନ୍ଦ ହୋଇଥିଲେ। ମାତ୍ର ଏବେ ଏହାକୁ ଉଠେଇ ନେବାକୁ ଶ୍ରୀସନ୍ଥ ଆବେଦନ କରିଥିଲେ ମଧ୍ୟ ବିସିସିଆଇ ଏହାକୁ ଅଗ୍ରାହ୍ୟ କରି ଦେଇଛନ୍ତି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ ଭ୍ରଷ୍ଟାଚାର ସହ ବୋର୍ଡ କେବେ ସାଲିସ କରିବ ନାହିଁ। ବିସିସିଆଇର ସିଇଓ ରାହୁଲ ଜୋହରି ଏକ ପତ୍ର ମାଧ୍ୟମରେ କହିଛନ୍ତି ଯେ ସାରା ଜୀବନ ବାସନ୍ଦ ହୋଇଥିବାରୁ ଶ୍ରୀସନ୍ଥ ବିସିସିଆଇ ଅନୁବନ୍ଧିତ କୌଣସି କ୍ରିକେଟ୍‌ ମ୍ୟାଚ୍‌ ଖେଳି ପାରିବେନାହିଁ । ବୋର୍ଡ ସଫା ସଫା ଶୁଣାଇଦେଇଛି ଯେ ବିସିସିଆଇ ସର୍ବଦା ଭ୍ରଷ୍ଟାଚାର ଠାରୁ ଦୂରେଇ ରହିଛି ତେଣୁ ଶ୍ରୀସନ୍ଥଙ୍କ ବାସନ୍ଦ ଉପରେ ସମୀକ୍ଷା କରାଯିବ ନାହିଁ। ଏଠି ସ୍ପଷ୍ଟ ହୋଇଯାଇଛି ଯେ ଶ୍ରୀସନ୍ଥ ବ୍ରିଟେନ୍‌ରେ କ୍ଲବ୍‌ କ୍ରିକେଟ୍ ଖେଳାବା ପାଇଁ ଚାହୁଁଥିଲେ, ମାତ୍ର ଏହାକୁ ବିସିସିଆଇ ନାମଞ୍ଜୁର କରିଛି।

Related story