ଭାରତକୁ ସବୁ ଫର୍ମାଟର ଶୀର୍ଷରେ ପହଞ୍ଚାଇବାକୁ ପ୍ରାଥମିକତା ଦେବି: ଅନୁରାଗ

ମୁମ୍ବାଇ: ଭାରତକୁ ସବୁ ଫର୍ମାଟ (ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି)ରେ ଶୀର୍ଷସ୍ଥାନରେ ପହଞ୍ଚାଇବାକୁ ମୁଁ ପ୍ରାଥମିକତା ଦେବି। ମଙ୍ଗଳବାର ଏହା କହିଛନ୍ତି ସଦ୍ୟ ନିର୍ବାଚିତ ହୋଇଥିବା ବିସିସିଆଇ ସଭାପତି ଅନୁରାଗ ଠାକୁର। ସେ କହିଛନ୍ତି,“ଏବେ ଭାରତ ଟେଷ୍ଟ ଓ ଟି-୨୦ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଓ ଦିନିକିଆରେ ଭାରତୀୟ ପୁରୁଷ ଦଳ ଓ ମହିଳା ଦଳ ଚତୁର୍ଥ ସ୍ଥାନରେ ରହିଛନ୍ତି। କିପରି ଭାରତୀୟ ଦଳକୁ ଏହି ୩ ଫର୍ମାଟରେ ଶୀର୍ଷକୁ ଆଣିବି ମୋର ପ୍ରଥମ ପ୍ରଚେଷ୍ଠା ରହିବ । […]

Anurag-Thakur-

Rakesh Mallick
  • Published: Tuesday, 24 May 2016
  • , Updated: 24 May 2016, 12:57 PM IST

ମୁମ୍ବାଇ: ଭାରତକୁ ସବୁ ଫର୍ମାଟ (ଟେଷ୍ଟ, ଦିନିକିଆ ଓ ଟି-ଟ୍ୱେଣ୍ଟି)ରେ ଶୀର୍ଷସ୍ଥାନରେ ପହଞ୍ଚାଇବାକୁ ମୁଁ ପ୍ରାଥମିକତା ଦେବି। ମଙ୍ଗଳବାର ଏହା କହିଛନ୍ତି ସଦ୍ୟ ନିର୍ବାଚିତ ହୋଇଥିବା ବିସିସିଆଇ ସଭାପତି ଅନୁରାଗ ଠାକୁର।

ସେ କହିଛନ୍ତି,“ଏବେ ଭାରତ ଟେଷ୍ଟ ଓ ଟି-୨୦ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଓ ଦିନିକିଆରେ ଭାରତୀୟ ପୁରୁଷ ଦଳ ଓ ମହିଳା ଦଳ ଚତୁର୍ଥ ସ୍ଥାନରେ ରହିଛନ୍ତି। କିପରି ଭାରତୀୟ ଦଳକୁ ଏହି ୩ ଫର୍ମାଟରେ ଶୀର୍ଷକୁ ଆଣିବି ମୋର ପ୍ରଥମ ପ୍ରଚେଷ୍ଠା ରହିବ । ଏଥିପାଇଁ ସବୁ ଖେଳାଳିଙ୍କ ସହଯୋଗ ଆବଶ୍ୟକ।”

Related story