ବେଲଜିୟମ ଟୁର୍: ଭାରତୀୟ ପୁରୁଷ ହକି ଟିମର କ୍ରମାଗତ ଚତୁର୍ଥ ବିଜୟ

ଆଣ୍ଟେ୍ୱର୍ପ (ବେଲଜିୟମ): ଭାରତୀୟ ପୁରୁଷ ହକି ଟିମ୍ ୱାର୍ଲ୍ଡ ଏବଂ ୟୁରୋପିଆନ୍ ଚାମ୍ପିୟନ୍ ବେଲଜିୟମକୁ ୨-୧ ଗୋଲରେ ହରାଇ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଅମିତ୍ ରୋହିଦାସ (ଦଶମ) ଓ ସିମରନଜିତ୍ ସିଂହ (୫୨ତମ) ଗୋଲ୍ ସ୍କୋର କରିଥିବା ବେଳେ ବେଲଜିୟମ ପକ୍ଷରୁ ଏକମାତ୍ର ଗୋଲ୍ ଫେଲିକ୍ସ ଡେନାୟେର୍ (୩୩ତମ) ଦେଇଥିଲେ। ଚଳିତ ବେଲଜିୟମ ଟୁରରେ ଭାରତ ତା’ର ପ୍ରଥମ ମ୍ୟାଚରେ ଆୟୋଜକ ଟିମକୁ ୨-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିଲା। […]

hockey

hockey

Ranjit Kumar Jena
  • Published: Tuesday, 01 October 2019
  • Updated: 01 October 2019, 08:57 PM IST

ଆଣ୍ଟେ୍ୱର୍ପ (ବେଲଜିୟମ): ଭାରତୀୟ ପୁରୁଷ ହକି ଟିମ୍ ୱାର୍ଲ୍ଡ ଏବଂ ୟୁରୋପିଆନ୍ ଚାମ୍ପିୟନ୍ ବେଲଜିୟମକୁ ୨-୧ ଗୋଲରେ ହରାଇ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛି। ଭାରତ ପକ୍ଷରୁ ଅମିତ୍ ରୋହିଦାସ (ଦଶମ) ଓ ସିମରନଜିତ୍ ସିଂହ (୫୨ତମ) ଗୋଲ୍ ସ୍କୋର କରିଥିବା ବେଳେ ବେଲଜିୟମ ପକ୍ଷରୁ ଏକମାତ୍ର ଗୋଲ୍ ଫେଲିକ୍ସ ଡେନାୟେର୍ (୩୩ତମ) ଦେଇଥିଲେ। ଚଳିତ ବେଲଜିୟମ ଟୁରରେ ଭାରତ ତା'ର ପ୍ରଥମ ମ୍ୟାଚରେ ଆୟୋଜକ ଟିମକୁ ୨-୦ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚରେ ଭାରତ ଯଥାକ୍ରମେ ୬-୧ ଏବଂ ୫-୧ ଗୋଲରେ ସ୍ପେନକୁ ହରାଇଥିଲା।

ଆଜି ମ୍ୟାଚରେ ଭାରତକୁ ଦଶମ ମିନିଟରେ ହିଁ ପେନାଲ୍ଟି କର୍ଣ୍ଣର ମିଳିଥିଲା, ଯାହାକୁ ଅମିତ୍ ରୋହିଦାସ ଗୋଲରେ ପରିଣତ କରି ଭାରତ ପାଇଁ ଖାତା ଖୋଲିଥିଲେ। ବେଲଜିୟମ ଟିମ୍ ଏହା ପରେ ପ୍ରତିଆକ୍ରମଣ କରି ଭାରତର ଆଟାକକୁ ରୋକିବା ଉପରେ ଧ୍ୟାନ ଦେଇଥିଲା। ଏହା ମଧ୍ୟରେ ଭାରତୀୟ ଡିଫେନ୍ସ ଏବଂ ଅଭିଜ୍ଞ ଗୋଲକିପର ପିଆର୍ ଶ୍ରୀଜେଶ୍ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ କ୍ୱାର୍ଟରରେ ବେଲଜିୟମ ଟିମ୍ ଗୋଟିଏ ବି ଗୋଲ୍ କରିପାରିନଥିଲା।

ପ୍ରଥମ କ୍ୱାର୍ଟର୍ ଭଳି ଦ୍ୱିତୀୟ କ୍ୱାର୍ଟର୍ ଆରମ୍ଭରୁ ଭାରତୀୟ ଟିମ୍ ଦବଦବା କାଏମ ରଖିଥିଲା, କିନ୍ତୁ ପ୍ରଥମାର୍ଦ୍ଧର ଠିକ୍ ପୂର୍ବରୁ ବେଲଜିୟମ ଆକ୍ରମଣ ଜୋରଦାର କରିଥିଲା। ପ୍ରଥମାର୍ଦ୍ଧର ପାଞ୍ଚ ମିନିଟ୍ ପୂର୍ବରୁ ବେଲଜିୟମକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଗୋଲ ପୋଷ୍ଟରେ ଶ୍ରୀଜେଶଙ୍କ ସ୍ଥାନ ନେଇଥିବା କ୍ରିଷନ ବି. ପାଠକ ଦମଦାର ଗୋଲ୍ ରକ୍ଷା କରି ବିଶ୍ୱ ଚାମ୍ପିୟନ୍ ଟିମକୁ ବରାବର କରିବାରୁ ରୋକିଥିଲେ।

ତୃତୀୟ କ୍ୱାର୍ଟରରେ ବେଲଜିୟମ ପାଇଁ ପ୍ରଥମ ସଫଳତା ଆଣିଥିଲେ ଡେନାୟେର୍। ୩୩ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଡେନୟେର୍ ଦମଦାର ଡ୍ରାଗଫ୍ଲିକ୍ ଦ୍ୱାରା ଗୋଲରେ ପରିଣତ କରି ମ୍ୟାଚକୁ ୧-୧ରେ ବରାବର ସ୍ଥିତିକୁ ଆଣିଥିଲେ। ଉଭୟ ଟିମ୍ ଏହା ପରେ ବଲକୁ ନିଜ ନିଜ ନିୟନ୍ତ୍ରଣରେ ରଖିବା ଉପରେ ଧ୍ୟାନ ଦେଇଥିଲେ। ଅନ୍ତିମ କ୍ୱାର୍ଟରରେ ବେଲଜିୟମ ଦ୍ରୁତ ଆରମ୍ଭ କରିଥିଲା ଏବଂ ଦୁଇଟି ପେନାଲ୍ଟି କର୍ଣ୍ଣର ମଧ୍ୟ ହାସଲ କରିଥିଲା, କିନ୍ତୁ ପାଠକ ଏହାକୁ ବିଫଳ କରି ଘରୋଇ ଦଳକୁ ଅଗ୍ରଣୀ କରିବାରୁ ରୋକିଥିଲେ।

ତେବେ ମ୍ୟାଚର ୫୨ତମ ମିନିଟରେ ସିମରନଜିତ୍ ଆକର୍ଷଣୀୟ ଗୋଲ୍ ଦେଇ ଭାରତକୁ ମ୍ୟାଚରେ ୨-୧ରେ ଆଗୁଆ କରାଇଥିଲେ। ଗୋଟିଏ ଗୋଲ୍ ପଛୁଆ ରହିବା ପରେ ବେଲଜିୟମ ଟିମ୍ ଅଧିକ ଆକ୍ରମଣାତ୍ମକ ହୋଇଥିଲା, କିନ୍ତୁ ଭାରତୀୟ ଡିଫେନ୍ସ ସେମାନଙ୍କର ପ୍ରତିଟି ପ୍ରୟାସକୁ ବୃଥା କରିଥିଲେ। ଏହିପରି ଭାବେ ବେଲଜିୟମ ଗୋଟିଏ ଗୋଲ୍ ବ୍ୟବଧାନରେ ମୁକାବିଲା ହାରିଯାଇଥିଲା। ଗୁରୁବାର ଭାରତ ତା'ର ପରବର୍ତ୍ତୀ ମ୍ୟାଚରେ ପୁଣିଥରେ ବେଲଜିୟମକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story