ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ବେନ୍ ଷ୍ଟୋକ୍ସ ପାଇବେ ‘ନ୍ୟୁଜିଲ୍ୟାଣ୍ଡର୍ ଅଫ୍ ଦି ଇୟର’ ସମ୍ମାନ

ନୂଆଦିଲ୍ଲୀ: ୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌ ବିଜେତା ଇଂଲଣ୍ଡ ଦଳର ସଦସ୍ୟ  ବେନ୍ ଷ୍ଟୋକ୍ସ ‘ନ୍ୟୁଜିଲ୍ୟାଣ୍ଡର୍‌ ଅଫ୍ ଦି ଇୟର’ ସମ୍ମାନରେ ସମ୍ମାନିତ ହେବେ। ଖାଲି ବେନ୍ ଷ୍କୋକ୍ସ ନୁହନ୍ତି, କିଓ୍ୱି ଟିମ୍‌ ଅଧିନାୟକ କେନ୍‌ ଓ୍ୱିଲିୟମସନ୍‌ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହେବେ। ଆଓ୍ୱାର୍ଡ କମିଟି ଅଧ୍ୟକ୍ଷ କ୍ୟାମରୁନ୍ ବେନେଟ୍ ଏ ଘୋଷଣା କରିଛନ୍ତି। ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ ଖେଳୁଥିଲେ ମଧ୍ୟ ତାଙ୍କ ବାପାମା’ ଏବେ ବି ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ରହୁଛନ୍ତି। ଏହି ପୁରସ୍କାର ଘୋଷଣା ପୂର୍ବରୁ […]

ben stokes

Subhransu Sekhar
  • Published: Friday, 19 July 2019
  • , Updated: 19 July 2019, 02:33 PM IST

ନୂଆଦିଲ୍ଲୀ: ୨୦୧୯ କ୍ରିକେଟ୍‌ ବିଶ୍ୱକପ୍‌ ବିଜେତା ଇଂଲଣ୍ଡ ଦଳର ସଦସ୍ୟ  ବେନ୍ ଷ୍ଟୋକ୍ସ ‘ନ୍ୟୁଜିଲ୍ୟାଣ୍ଡର୍‌ ଅଫ୍ ଦି ଇୟର’ ସମ୍ମାନରେ ସମ୍ମାନିତ ହେବେ। ଖାଲି ବେନ୍ ଷ୍କୋକ୍ସ ନୁହନ୍ତି, କିଓ୍ୱି ଟିମ୍‌ ଅଧିନାୟକ କେନ୍‌ ଓ୍ୱିଲିୟମସନ୍‌ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହେବେ। ଆଓ୍ୱାର୍ଡ କମିଟି ଅଧ୍ୟକ୍ଷ କ୍ୟାମରୁନ୍ ବେନେଟ୍ ଏ ଘୋଷଣା କରିଛନ୍ତି।

ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ ଖେଳୁଥିଲେ ମଧ୍ୟ ତାଙ୍କ ବାପାମା’ ଏବେ ବି ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ରହୁଛନ୍ତି। ଏହି ପୁରସ୍କାର ଘୋଷଣା ପୂର୍ବରୁ ଇଂଲଣ୍ଡର ଆଗାମୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଥିବା ବେରିସ ଜନସନ ଏବଂ ଜେରେମି ହଣ୍ଟ ସଙ୍କେତ ଦେଇସାରିଥିଲେ ଯେ ଇଂଲଣ୍ଡ ଦଳକୁ ବିଶ୍ୱକପ ଜିତାଇଥିବାରୁ ବେନ୍‌ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ‘ନାଇଟହୁଡ୍‌ ସମ୍ମାନ’ରେ ସମ୍ମାନିତ କରାଯିବ।

ସବୁଠୁ ବଡ଼ କଥା ହେଲା, ନ୍ୟୁଜିଲ୍ୟାଣ୍ଡ ଟିମ୍ ଫାଇନାଲରେ ହାରିଥିଲେ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ସରକାର ଅସହିଷ୍ଣୁ ହୋଇ ନାହାନ୍ତି ଓ ତାଙ୍କ ଦେଶର ମୂଳ ନାଗରିକ ଷ୍ଟୋକ୍ସ ଇଂଲଣ୍ଡ ପକ୍ଷରୁ ଖେଳିଥିଲେ ମଧ୍ୟ ତାଙ୍କୁ ସମ୍ମାନିତ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି।

ଏଥର ବିଶ୍ୱକପ୍‌ ଫାଇନାଲ୍‌ରେ ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ ୨୪୧ ରନ୍ କରିଥିଲା। ଇଂଲଣ୍ଡ ବେନ୍ ଷ୍ଟୋକ୍ସଙ୍କ ୮୪ ରନ୍ ବଳରେ ନିର୍ଦ୍ଧାରିତ ଓଭରରେ ୨୪୧ ରନ୍ କରିଥିଲା। ମ୍ୟାଚ୍ ଟାଇ ହେବାରୁ ସୁପର ଓଭର ଖେଳା ଯାଇଥିଲା। ଏହା ବି ଟାଇ ରହିଥିଲା। ତେବେ ସର୍ବାଧିକ ବାଉଣ୍ଡରୀ ମାରିଥିବାରୁ ସେହି ଆଧାରରେ ଇଂଲଣ୍ଡକୁ ବିଜୟୀ ଘୋଷଣା କରାଯାଇଥିଲା।

Related story