ଇଂଲଣ୍ଡକୁ ବିଶ୍ୱ ବିଜେତା କରାଇଥିବା ଏହି କ୍ରିକେଟରଙ୍କୁ ମିଳିଲା ବଡ଼ ସମ୍ମାନ

ଲଣ୍ଡନ: ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ପ୍ରଫେସନାଲ୍ କ୍ରିକେଟର୍ସ ଆସୋସିଏସନ୍ (ପିସିଏ) ପକ୍ଷରୁ ବର୍ଷର ସର୍ବଶ୍ରେଷ୍ଠ ପୁରସ୍କାରରେ ସମ୍ମାନିତ କରାଯାଇଛି। ଚଳିତବର୍ଷ ଜୁଲାଇରେ ଆୟୋଜିତ ଆଇସିସି ବିଶ୍ୱକପରେ ଇଂଲଣ୍ଡକୁ ଚାମ୍ପିୟନ୍ କରାଇବାରେ ଷ୍ଟୋକ୍ସ ମୁଖ୍ୟ ଭୂମିକା ବହନ କରିଥିଲେ। ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ଫାଇନାଲରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଏହାଛଡ଼ା ୨୮ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଆଶେସ୍ ଟେଷ୍ଟରେ ଅପରାଜିତ ୧୩୫ ରନର ଇନିଂସ୍ […]

stokes

stokes

Ranjit Kumar Jena
  • Published: Thursday, 03 October 2019
  • Updated: 03 October 2019, 05:41 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡର ଷ୍ଟାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ପ୍ରଫେସନାଲ୍ କ୍ରିକେଟର୍ସ ଆସୋସିଏସନ୍ (ପିସିଏ) ପକ୍ଷରୁ ବର୍ଷର ସର୍ବଶ୍ରେଷ୍ଠ ପୁରସ୍କାରରେ ସମ୍ମାନିତ କରାଯାଇଛି। ଚଳିତବର୍ଷ ଜୁଲାଇରେ ଆୟୋଜିତ ଆଇସିସି ବିଶ୍ୱକପରେ ଇଂଲଣ୍ଡକୁ ଚାମ୍ପିୟନ୍ କରାଇବାରେ ଷ୍ଟୋକ୍ସ ମୁଖ୍ୟ ଭୂମିକା ବହନ କରିଥିଲେ। ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ବିଶ୍ୱକପ୍ ଫାଇନାଲରେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଏହାଛଡ଼ା ୨୮ ବର୍ଷୀୟ ଏହି ବାମହାତୀ ବ୍ୟାଟ୍ସମ୍ୟାନ୍ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଆଶେସ୍ ଟେଷ୍ଟରେ ଅପରାଜିତ ୧୩୫ ରନର ଇନିଂସ୍ ଖେଳି ଇଂଲଣ୍ଡକୁ ଅବିଶ୍ୱସନୀୟ ବିଜୟ ଦେଇଥିଲେ। ଏହା ସତ୍ତେ୍ୱ ଅଷ୍ଟ୍ରେଲିଆ ଆଶେସ୍ ସିରିଜ୍ ବଜାୟ ରଖିଥିବା ବେଳେ ଇଂଲଣ୍ଡ ସିରିଜ୍ ଡ୍ର' କରିଥିଲା। ଡରହାମର ଷ୍ଟୋକ୍ସ ସାଇମନ୍ ହାର୍ମର୍, ରିଆନ୍ ହିଗିନ୍ସ ଓ ଡମ୍ ସିବଲୀଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି।

ପୁରସ୍କାର ଜିତିବା ପରେ ଷ୍ଟୋକ୍ସ କହିଥିଲେ, "ମୋ ପାଇଁ ଏହି ସମ୍ମାନ ପାଇବା ବଡ଼ ଗର୍ବର କଥା। ଏହି ପୁରସ୍କାର ପାଇଁ ମୋତେ ଯୋଗ୍ୟ ବିବେଚିତ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ୨୦୧୯ ଇଂଲଣ୍ଡ ପାଇଁ ସବୁଠାରୁ ସଫଳ ବର୍ଷ। ବିଶ୍ୱକପ୍ ଜିତିବା ଏବଂ ଆଶେସ୍ ସିରିଜ୍ ଡ୍ର' କରିବା ବଡ଼ ଉପଲବ୍ଧି ।"

ସେହିପରି ସମରସେଟର ଟମ୍ ବାଣ୍ଟନ୍ ପିସିଏର ସର୍ବଶ୍ରେଷ୍ଠ ଯୁବ ଖେଳାଳି ବିବେଚିତ ହୋଇଥିବା ବେଳେ ଇଂଲଣ୍ଡ ବୋଲର ସୋଫି ଇକ୍ଲେଷ୍ଟୋନ୍ ଶ୍ରେଷ୍ଠ ମହିଳା ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି। ଅନ୍ୟ ପୁରସ୍କାର ମଧ୍ୟରେ କ୍ରିସ୍ ଓକ୍ସ ପ୍ଲେୟର୍ ଅଫ୍ ଦି ସମର୍, ଷ୍ଟୁଆର୍ଟ ବ୍ରଡ୍ ଟେଷ୍ଟ ପ୍ଲେୟର୍ ଅଫ୍ ଦି ସମର୍ ଏବଂ ହାର୍ମର କାଉଣ୍ଟି ଚାମ୍ପିୟନଶିପ୍ ଅଫ୍ ପ୍ଲେୟର୍ ଅଫ୍ ଦି ଇୟର୍ ବିବେଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos