ସଂଘର୍ଷ କରି ରୌପ୍ୟ ଜିତିଲେ ସୁଇମର୍ ରିଦ୍ଧି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ବେଙ୍ଗାଲୁରୁ ରିଦ୍ଧି ବୋହରା ସୁଇମିଂ ରୌପ୍ୟ ପଦକ ଜିତି ସମସ୍ତଙ୍କୁ ଖୁବ୍ ପ୍ରଭାବିତ କରିଛନ୍ତି। ସୋମବାର ବିଳମ୍ବିତ ସଂନ୍ଧ୍ୟାରେ ଯେତେବେଳେ ସେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ରୌପ୍ୟ ପଦକ ପାଇଁ ପୋଡିୟମକୁ ଚଡ଼ିଲେ, ସେ ନିଜକୁ ଦୁଇ ଯାଆଁଳା ପ୍ରତିଦ୍ୱନ୍ଦ୍ୱୀ ଯଥା ଜ୍ୟୋତି ପାଟିଲ (ସ୍ୱର୍ଣ୍ଣ) ଏବଂ ଆରତି ପାଟିଲ (ବ୍ରୋଞ୍ଜ)ଙ୍କ ମଧ୍ୟରେ ପାଇଥିଲେ। ବେଙ୍ଗାଲୁରୁସ୍ଥିତ କ୍ରାଏଷ୍ଟ କଲେଜର ବିବିଏ […]

ridhhi

Ranjit Kumar Jena
  • Published: Tuesday, 25 February 2020
  • , Updated: 25 February 2020, 06:52 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସରେ ବେଙ୍ଗାଲୁରୁ ରିଦ୍ଧି ବୋହରା ସୁଇମିଂ ରୌପ୍ୟ ପଦକ ଜିତି ସମସ୍ତଙ୍କୁ ଖୁବ୍ ପ୍ରଭାବିତ କରିଛନ୍ତି। ସୋମବାର ବିଳମ୍ବିତ ସଂନ୍ଧ୍ୟାରେ ଯେତେବେଳେ ସେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ୫୦ ମିଟର ବ୍ରେଷ୍ଟଷ୍ଟ୍ରୋକରେ ରୌପ୍ୟ ପଦକ ପାଇଁ ପୋଡିୟମକୁ ଚଡ଼ିଲେ, ସେ ନିଜକୁ ଦୁଇ ଯାଆଁଳା ପ୍ରତିଦ୍ୱନ୍ଦ୍ୱୀ ଯଥା ଜ୍ୟୋତି ପାଟିଲ (ସ୍ୱର୍ଣ୍ଣ) ଏବଂ ଆରତି ପାଟିଲ (ବ୍ରୋଞ୍ଜ)ଙ୍କ ମଧ୍ୟରେ ପାଇଥିଲେ। ବେଙ୍ଗାଲୁରୁସ୍ଥିତ କ୍ରାଏଷ୍ଟ କଲେଜର ବିବିଏ ଛାତ୍ରୀ ରିଦ୍ଧିଙ୍କ ଜୀବନରେ ଆଘାତ ଏକ ସହଚର ଭାବେ ରହିଆସିଛି ଏବଂ ଅନେକ ଆଘାତ ସତ୍ତ୍ୱେ ସେ ଏକାଧିକ ରାଜ୍ୟ ଏବଂ ଜାତୀୟ ସ୍ତରୀୟ ପଦକ ହାସଲ କରିଛନ୍ତି।

ପଦକ ଜିତିବା ପରେ ସେ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ କହିଥିଲେ, "ଗତ ତିନିବର୍ଷ ମଧ୍ୟରେ ଏହା ମୋର ପ୍ରଥମ ପଦକ।" କ୍ୟାରିୟରର ଅଧିକାଂଶ ସମୟରେ ରିଦ୍ଧି ଆଘାତ ସମସ୍ୟାରେ ରହିଥିଲେ। ତେବେ ଏସବୁ ଆଘାତ ସତ୍ତ୍ୱେ ସେ ଥରେ ବି ହାର ମାନିନାହାନ୍ତି। ରିଦ୍ଧି ଦୀର୍ଘଦିନ ଧରି କାନ୍ଧଜନିତ ଆଘାତ ସମସ୍ୟାରେ ଖୁବ୍ ଯନ୍ତ୍ରଣା ପାଇଥିଲେ। କିନ୍ତୁ ଏହା ତାଙ୍କୁ ଆଦୌ ବ୍ୟଥିତ କରିନଥିଲା ଏବଂ ବାରମ୍ବାର ନିଜକୁ ଆଶ୍ୱାସନା ଦେଉଥିଲେ। ରିଦ୍ଧି ଆହୁରି କହିଛନ୍ତି, "ମୁଁ ସବୁବେଳେ ଆଗକୁ ବଢ଼ୁଥିବି। ମୁଁ ନିଶ୍ଚିତ ଭାବେ କହିବାକୁ ଚାହୁଁଛି ଯେ ମୋ ଆଘାତ କାରଣରୁ ନିକଟ ଅତୀତରେ ମୁଁ ଅଳ୍ପ କେତେକ ପଦକକୁ ହାତଛଡ଼ା କରିଦେଇଥିଲି।"

ତାଙ୍କ ମା' ସୁଇମିଂ(ସନ୍ତରଣ) ରେ ତାଙ୍କୁ ଖୁବ୍ ନିପୁଣ କରାଇଥିଲେ, ଯଦ୍ଦ୍ୱାରା ସେ ନିଜ ଜୀବନର କୌଶଳ ଶିଖିପାରିବେ। କିନ୍ତୁ ରିଦ୍ଧି ଏଭଳି ଜଣେ ଯୋଦ୍ଧା ଥିଲେ ଯେ ସେ ଏହାକୁ ନିଜ ଏକ ଜୀବିକାର ବିକଳ୍ପ ରୂପେ ଗ୍ରହଣ କରିନେଲେ ଏବଂ ପୁଲ୍ ତାଙ୍କ ପାଇଁ ବିଜୟର ମାର୍ଗରେ ପରିଣତ ହୋଇଥିଲା। ରିଦ୍ଧିଙ୍କ ଭାଇ କଳ୍ପ ମଧ୍ୟ ଜଣେ କ୍ରୀଡ଼ାବିତ୍‌, ଯିଏ ଗତମାସ ଗୁଆହାଟୀ ଠାରେ ଆୟୋଜିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସରେ ପଦକ ଜିତିଥିଲେ। ସେ ନିଜ ଭାଇଙ୍କ ପ୍ରଦର୍ଶନରୁ ହିଁ ପ୍ରେରଣା ପାଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ଦୃଢ଼ ମନୋବଳ ତାଙ୍କୁ ଭୁବନେଶ୍ୱରରେ ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୦ରେ ରୌପ୍ୟ ଜିତାଇପାରିଛି।

Related story