ବାଂଲାଦେଶ: ଉଚ୍ଚବାଚରୁ କ୍ରିକେଟରଙ୍କୁ ହତ୍ୟା

ଢାକା: ବାଂଲାଦେଶର ଢାକାରେ ଜଣେ ୧୯ ବର୍ଷରୁ କମ୍ କ୍ରିକେଟରଙ୍କୁ ଷ୍ଟମ୍ପରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନୋ ବଲ୍‌ ନେଇ ଅମ୍ପାୟରଙ୍କୁ ବିଦ୍ରୁପ କରିବାରୁ ୱିକେଟ କିପିଂ କରୁଥିବା ବବୁଲ ସିକନ୍ଦର(୧୬)ଙ୍କୁ ବ୍ୟାଟ୍ସମ୍ୟାନ୍ ଷ୍ଟମ୍ପରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଏକ ଘରୋଇମ୍ୟାଚ୍‌ରେ ୱିକେଟ୍‌କିପିଂ କରୁଥିଲେ। ଅମ୍ପାୟାର ବ୍ୟାଟ୍ସମ୍ୟାନଙ୍କୁ ନଟ୍‌ଆଉଟ୍‌ ଦେବା ପରେ ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ସିକନ୍ଦର ନିବେଦନ କରିଥିଲେ। ଏଥିରେ ବ୍ୟାଟିଂ କରୁଥିବା ବାଳକ ଉତ୍‌କ୍ଷିପ୍ତ […]

BANGLADESH-CRIME-CRICKET

Rakesh Mallick
  • Published: Thursday, 12 May 2016
  • , Updated: 12 May 2016, 01:19 PM IST

ଢାକା: ବାଂଲାଦେଶର ଢାକାରେ ଜଣେ ୧୯ ବର୍ଷରୁ କମ୍ କ୍ରିକେଟରଙ୍କୁ ଷ୍ଟମ୍ପରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ନୋ ବଲ୍‌ ନେଇ ଅମ୍ପାୟରଙ୍କୁ ବିଦ୍ରୁପ କରିବାରୁ ୱିକେଟ କିପିଂ କରୁଥିବା ବବୁଲ ସିକନ୍ଦର(୧୬)ଙ୍କୁ ବ୍ୟାଟ୍ସମ୍ୟାନ୍ ଷ୍ଟମ୍ପରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ଏକ ଘରୋଇମ୍ୟାଚ୍‌ରେ ୱିକେଟ୍‌କିପିଂ କରୁଥିଲେ। ଅମ୍ପାୟାର ବ୍ୟାଟ୍ସମ୍ୟାନଙ୍କୁ ନଟ୍‌ଆଉଟ୍‌ ଦେବା ପରେ ନିଷ୍ପତ୍ତିର ପୁନଃବିଚାର କରିବା ପାଇଁ ସିକନ୍ଦର ନିବେଦନ କରିଥିଲେ। ଏଥିରେ ବ୍ୟାଟିଂ କରୁଥିବା ବାଳକ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଷ୍ଟମ୍ପରେ ମାଡ ମାରିଥିଲେ। ଘଟଣାସ୍ଥଳରେ ହିଁ ବବୁଲଙ୍କ ପ୍ରାଣବାୟୁ ଉଡିଯାଇଥିଲା।

ଏନେଇ ସ୍ଥାନୀୟ ପୋଲିସ ଅଫିସର ଭୂୟାଁନ୍‌ ମେହବୁବ୍‌ ହାସନ୍‌ କହିଛନ୍ତି,“ବ୍ୟାଟ୍ସମ୍ୟାନ ଜଣଙ୍କ ରାଗି ଯାଇ ବବୁଲଙ୍କ ମୁଣ୍ଡକୁ ଶକ୍ତ ପ୍ରହାର ଦେଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଯାଇପାରି ନ ଥିଲା। ଏହି କାଣ୍ଡ ଭିଆଇଥିବା ସମ୍ପୃକ୍ତ ବ୍ୟାଟ୍ସମ୍ୟାନ୍‌କୁ ପୋଲିସ ଖୋଜୁଛି।”

Related story