ଭାରତ ୪୫୫ରେ ଅଲ୍‌ଆଉଟ୍‌, ଇଂଲଣ୍ଡ ୧୦୩/୫

ବିଶାଖାପାଟଣା: ବିଶାଖାପାଟଣାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ଭାରତ ସମସ୍ତ ୱିକେଟ୍‌ ହରାଇ ୪୫୫ ରନ୍‌ ସଂଗ୍ରହ କରିଛି। ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଳଣ୍ଡ ୫ ୱିକେଟ୍‌ ହରାଇ ୧୦୩ ରନ୍‌ ସଂଗ୍ରହ କରିନେଇଛି। ୩୧୭/୪ରୁ ଆଜି ଖେଳ ଆରମ୍ଭ କରିଥିବା ଭାରତୀୟ ଦଳ ୪୫୫ରେ ଅଲ୍‌ଆଉଟ୍‌ ହୋଇଯାଥିଲା। ଗତକାଲି ୧୫୧ ରନ୍‌ କରି ଅପରାଜିତ ଥିବା ବିରାଟ କୋହଲି ଆଜି ମାତ୍ର ୧୬ ରନ୍‌ କରି ୧୭୬ (୧୮ […]

ind-end

Rakesh Mallick
  • Published: Friday, 18 November 2016
  • , Updated: 18 November 2016, 06:31 PM IST

ବିଶାଖାପାଟଣା: ବିଶାଖାପାଟଣାରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ ଭାରତ ସମସ୍ତ ୱିକେଟ୍‌ ହରାଇ ୪୫୫ ରନ୍‌ ସଂଗ୍ରହ କରିଛି। ଆଜି ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଳଣ୍ଡ ୫ ୱିକେଟ୍‌ ହରାଇ ୧୦୩ ରନ୍‌ ସଂଗ୍ରହ କରିନେଇଛି।

୩୧୭/୪ରୁ ଆଜି ଖେଳ ଆରମ୍ଭ କରିଥିବା ଭାରତୀୟ ଦଳ ୪୫୫ରେ ଅଲ୍‌ଆଉଟ୍‌ ହୋଇଯାଥିଲା। ଗତକାଲି ୧୫୧ ରନ୍‌ କରି ଅପରାଜିତ ଥିବା ବିରାଟ କୋହଲି ଆଜି ମାତ୍ର ୧୬ ରନ୍‌ କରି ୧୭୬ (୧୮ ଚୌକା) ରନ୍‌ରେ ଆଉଟ୍‌ ହୋଇଥିଲେ। ଚେତେଶ୍ୱର ପୂଜାରା ୧୨ ଚୌକା ଓ ୨ ଛକା ସହାୟତାରେ ୧୧୯ ରନ୍‌ କରି ଆଉଟ୍‌ ହୋଇଥିଲେ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତର ଆରମ୍ଭ ଭଲ ହୋଇ ନ ଥିଲା। ଓପ୍ନର ଲୋକେଶ ରାହୁଲ ଖାତା ଖୋଲି ପାରି ନ ଥିବା ବେଳେ ମୁରଲୀ ବିଜୟ ମାତ୍ର ୨୦ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଆଜିଙ୍କ୍ୟା ରାହାଣେ ୨୩ ରନ୍‌ କରି ଆଉଟ୍‌ ହୋଇଛନ୍ତି। ରବିଚନ୍ଦ୍ରନ ଅଶ୍ୱିନ ୫୮ ରନ୍‌ କରିଥିଲେ।

ଇଂଲଣ୍ଡ ପକ୍ଷରୁ ଜେମ୍ସ ଆଣ୍ଡରସନ ଏବଂ ମୋଇନ୍‌ ଅଲ୍ଲୀ ୩ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଇଂଲଣ୍ଡର ଆରମ୍ଭ ଭଲ ହୋଇ ନ ଥିଲା। ମାତ୍ର ୮୦ ରନ୍‌ରେ ଦଳ ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଥିଲା। ଜେ. ରୁଟ୍‌ ୬ ଚୌକା ସହାୟତାରେ ୫୩ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ବେଶି ସମୟ ତିଷ୍ଠି ପାରି ନ ଥିଲେ।

ଅଶ୍ୱିନ ୨ଟି ୱିକେଟ୍‌ ନେଇଥିବା ବେଳେ ଏମ୍‌. ସାମୀ ଏବଂ ଜୟନ୍ତ ଯାଦବ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

Related story