ଭୁବନେଶ୍ୱର ଛାଡିଲେ ଭାରତ ଓ ଇଂଲଣ୍ଡ ଟିମ୍‌

ଭୁବନେଶ୍ୱର: ଭାରତ-ଇଲଣ୍ଡ ତୃତୀୟ ଦିନିକିଆ ପାଇଁ ଉଭୟ ଦଳ ଆଜି ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାତ୍ରା କରିଛନ୍ତି। ହୋଟେଲ ମେ ଫେୟାରରୁ ଉଭୟ ଦଳର ଖେଳାଳି ଓ ଅଫିସିଆଲଙ୍କୁ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ କୋଲକାତା ଯିବେ। ଆସନ୍ତା ୨୨ ତାରିଖରେ ଦୁଇ ଦଳ ମଧ୍ୟରେ ଶେଷ ତଥା ତୃତୀୟ ମୁକାବିଲା ହେବ। ଗତକାଲି ବାରବାଟୀରେ ହୋଇଥିବା ଦ୍ୱିତୀୟ ଦିନିକିଆକୁ ଭାରତ ୧୫ ରନ୍‌ରେ ଜିତିବା ସହ ୨-୦ରେ ସିରିଜ ଅକ୍ତିଆର କରିଛି। […]

india

Rakesh Mallick
  • Published: Friday, 20 January 2017
  • , Updated: 20 January 2017, 01:42 PM IST

ଭୁବନେଶ୍ୱର: ଭାରତ-ଇଲଣ୍ଡ ତୃତୀୟ ଦିନିକିଆ ପାଇଁ ଉଭୟ ଦଳ ଆଜି ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାତ୍ରା କରିଛନ୍ତି। ହୋଟେଲ ମେ ଫେୟାରରୁ ଉଭୟ ଦଳର ଖେଳାଳି ଓ ଅଫିସିଆଲଙ୍କୁ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ସେମାନେ କୋଲକାତା ଯିବେ। ଆସନ୍ତା ୨୨ ତାରିଖରେ ଦୁଇ ଦଳ ମଧ୍ୟରେ ଶେଷ ତଥା ତୃତୀୟ ମୁକାବିଲା ହେବ।

ଗତକାଲି ବାରବାଟୀରେ ହୋଇଥିବା ଦ୍ୱିତୀୟ ଦିନିକିଆକୁ ଭାରତ ୧୫ ରନ୍‌ରେ ଜିତିବା ସହ ୨-୦ରେ ସିରିଜ ଅକ୍ତିଆର କରିଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ୬ ୱିକେଟ୍‌ ହରାଇ ୩୮୧ ରନ୍‌ କରିଥିଲା। ୩୮୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇ ଥିବା ଇଂଲଣ୍ଡ ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୩୬୬ ରନ୍‌ କରିବାକୁ ସକ୍ଷମ ହୋଥିଲା।

Related story